ବାଲିପାଟଣା (ଓଡିଶା ତାଜା ନ୍ୟୂଜ ) ନି.ପ୍ର :- ଓଡ଼ିଆ ଭାଷା, ସାହିତ୍ୟ, କଳା, ସଂସ୍କୃତିର ମିଳିତ ସମନ୍ୱୟରେ ଗଠିତ ତ୍ରୟମାସିକ ଶିଶୁ କିଶୋର ପତ୍ରିକା “କୃପାନେତ୍ର “ର ୧୭ତମ ବାର୍ଷିକ ଶାରଦୀୟ ପୂଜାସଂଖ୍ୟା ଉନ୍ମୋଚନ ଉତ୍ସବ -୨୦୨୬ ,ଦୁର୍ଗା ମଣ୍ଡପ, ବନମାଳୀପୁର ନୂଆସାହି ଠାରେ ଅନୁଷ୍ଠିତ ହୋଇଯାଇଛି ବନମାଳୀପୁର ,କୁଶଭଦ୍ରା ସଂସ୍କୃତିକ ପରିଷଦ ଦ୍ୱାରା ହେଉଥିବା ମା ଦୁର୍ଗା ଦେବୀଙ୍କ ପୂଜା ପରିପ୍ରେକ୍ଷୀରେ କୃପାନେତ୍ର
ପକ୍ଷରୁ କବିତା ପାଠ ଉତ୍ସବ, ଶିଶୁ କଳାକାର ଲକ୍ଷ୍ମୀପ୍ରିୟା ଓ ପ୍ରଜ୍ଞସାଙ୍କ ଦ୍ବାର ଗୀତିକାର ଶ୍ରୀ ରବିନ୍ଦ୍ର ନାଥ ପାତ୍ର,

ସଂପାଦକ କୃପା ନେତ୍ରଙ୍କ ଦ୍ବାରା ରଚିତ ନିଶା ନିବାରଣ ସମ୍ପର୍କୀୟ ଆକର୍ଷଣୀୟ ନୃତ୍ୟ ଗୀତ ପରିବେଷଣ, ଏବଂ ଶାରଦୀୟ ପୂଜା ସଂଖ୍ୟା ଉନ୍ମୋଚନ ହୋଇଥିଲା । କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନରେ ବିଶିଷ୍ଟ କବି, କବୟିତ୍ରୀଙ୍କ ଦ୍ବାରା କବିତା ପାଠ ଉତ୍ସବରେ କୃପାନେତ୍ର ର ସଭାପତି ପ୍ରଫେସର ରାଧାକାନ୍ତ ମହାନ୍ତି, କାର୍ଯ୍ୟକାରୀ ସଭାପତି ତଥା ବରିଷ୍ଠ ସାମ୍ବାଦିକ ସୁରେଶ ସ୍ଵାଇଁ, ଉପଦେଷ୍ଟା ସୁଶ୍ରୀ ସଂଗୀତା ସାହୁ, ଯୁଗ୍ମ ଉପଦେଷ୍ଟା ତଥା ବରିଷ୍ଠ ସମାଜସେବୀ ମାଗୁଣି ଚରଣ ସେଠୀ, ଲିଙ୍ଗରାଜ ଆଚାର୍ଯ୍ୟ, ଡ, ସସ୍ମିତା ନାୟକ, କବୟିତ୍ରୀ ଜୋଷ୍ନା ସିଂହ, ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ ।
ଅପରାହ୍ନରେ ଏକ ସମ୍ବର୍ଦ୍ଧନା ଉତ୍ସବ ଆହୋଜିତ ହୋଇଥିଲା, ଏଥିରେ ଶିଶୁ କିଶୋର ପତ୍ରିକାର ବିଭିନ୍ନ ଦିଗ ଉପରେ ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶିଶୁ ଅନନ୍ତ ଟ୍ରଷ୍ଟର ତନୟାଦାସ ଗୋସ୍ବାମୀ , କୁଶଭଦ୍ରା ସଂସ୍କୃତିକୁ ପରିଷଦର ଉପଦ୍ଦେଷ୍ଟା ଲକ୍ଷ୍ମଣ କୁମାର ମଣ୍ଡଳ, କୁଶ ଭଦ୍ରା ସାଂସ୍କୃତିକ ପରିଷଦର ସଭାପତି ରଘୁନାଥ ଲେଙ୍କା, ପ୍ରାଚୀ ଗବେଷକ ହଂସ ନାଥ ସାହୁ, ବନମାଳୀପୁର କଲେଜର ଅଧ୍ୟକ୍ଷ ମୂରଲୀଧର ସାହୁ, ରଘୁନାଥ ଲେଙ୍କା, ସାହିତ୍ୟିକ ଗବେଷକ ରାମ ଚନ୍ଦ୍ର ଦେଓ, କୁଶଭଦ୍ରା ସଂସ୍କୃତିକ ପରିଷଦର ସହ ସମ୍ପାଦକ ପ୍ରତାପ କୁମାର ସାହୁ,

ଅନୁଷ୍ଠାନର ସଙ୍ଗଠକ ଜ୍ଞାନ ରଞ୍ଜନ ପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ଓଡିଆ , ଭାଷା, ସାହିତ୍ୟ,ସଂସ୍କୃତି ଓ ଶିଶୁ ସାହିତ୍ୟ ଉପରେ ଅନେକ ଆଲୋଚନା କରାଯାଇଥିଲା । ଏହି ଉତ୍ସବର ମଞ୍ଚ ପରିଚାଳନାରେ ଆଇନଜୀବୀ ଅବଦୁଲ ବାରୀ, ସୁଜାତା ଦାଶ ଥିଲାବେଳେ କୃପାନେତ୍ର ସଂପାଦକ ରବୀନ୍ଦ୍ର ନାଥ ପାତ୍ର ସଂପାଦକୀୟ ବିବରଣୀ ପାଠ କରିଥିଲେ । ଶେଷରେ ଅନୁଷ୍ଠାନର ପ୍ରକାଶକ ପ୍ରଦୀପ କୁମାର ପାତ୍ର ସମସ୍ତଙ୍କୁ ଧନ୍ୟବାଦ୍ ପ୍ରଦାନ କରିଥିଲେ । ଏହି ଉତ୍ସବରେ କବି ,କବୟିତ୍ରୀ ମାନଙ୍କୁ ଉତ୍ତରୀୟ ପ୍ରଦାନ କରି ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଜ୍ଞାନୀ ବ୍ୟକ୍ତି, କଳାକାର, ସାହିତ୍ୟିକମାନେ ଅଂଶ ଗ୍ରହଣ କରିଥିଲେ l














