କଣ୍ଟାବାଞ୍ଜି (ଓଡିଶା ତାଜା ନ୍ୟୂଜ ) ନି.ପ୍ର :- ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ବ୍ଲକ ଅନ୍ତର୍ଗତ କୁର୍ଲି ଗ୍ରାମର ଦୀର୍ଘ ଦିନର ରାସ୍ତା ସମସ୍ୟା ଏବେ ସମାଧାନ ଆଡକୁ ଗତି କରୁଛି। ଗ୍ରାମର ଧୋବାଘାଟ ମନ୍ଦିରଠାରୁ ବେହେରେନସିଲେଟ ପର୍ଯ୍ୟନ୍ତ ରାସ୍ତାର ନିର୍ମାଣ ଓ ଉନ୍ନତିକରଣ ପାଇଁ ସମାଜସେବୀ ଅରୁଣ କୁମାର ତାଣ୍ଡିଙ୍କ ନିରନ୍ତର ଉଦ୍ୟମ ସଫଳ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ, ଅରୁଣ କୁମାର ତାଣ୍ଡି ଗତ ଜୁନ୍ ୧୮ ତାରିଖରେ ଏହି ସମସ୍ୟାକୁ ନେଇ ଓଡ଼ିଶାର ମହାମହିମ ରାଜ୍ୟପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଗୁରୁତର ସହ ନେଇ ରାଜ୍ୟପାଳଙ୍କ ସଚିବାଳୟ ପକ୍ଷରୁ ଅଗଷ୍ଟ ୨୦ ତାରିଖରେ ବଲାଙ୍ଗୀର ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।


















