No Result
View All Result
ଓଡ଼ିଶା ତାଜା ନ୍ୟୁଜ୍/୧୪ ଜୁନ ମଙ୍ଗଳବାର/ପାରଳାଖେମୁଣ୍ଡି :- ଜିଲ୍ଲା ରା ଉଦୟଗିରି ଘୁରୁଣାଘାଟି ନିକଟରେ ଏକ ଟ୍ରକ ଚାପାରେ ଘଟଣାସ୍ଥଳରେ ୫ଗୋଟି ମଇିଁଷି ମୃତ ଓ ତିନି ମଇଁଷି ମୃତ୍ୟୁସହ ଲଢୁଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ରା ଉଦୟଗିରି ସୁବୁଦ୍ଧି ସାହିର ସୀମା ଗୌଡନାମକ ଜଣେ ବ୍ୟକ୍ତି ସକାଳୁ ମଇଁଷି ଚରେଇବାକୁ ୧୨ଗୋଟି ମଇଁଷିନେଇ ଉଦୟଗିରିଠାରୁ ଘୁରୁଣାଘାଟୀ ଆଡକୁ ନେଇଯାଉଥିବା ବେଳେ ସାମ୍ନାରୁ ଏକ ଟ୍ରକ ନଂ( OD 07 R 7075) ଦ୍ରୁତଗତିରେ ଆସି ମଇଁଷି ଗୁଡିକୁ ଧକା ଦେଇଥିଲା ।
ଫଳରେ ଘଟଣା ସ୍ଥଳରେ ୫ ମଇଁଷି ମୃତ୍ୟୁ ହୋଇଥିବାବେଳେ ୩ମଇଁଷି ମୃତ୍ୟସହ ସଂଗ୍ରାମ କରୁଛନ୍ତି । ଏଘଟଣାରେ ଗାଁର କିଛିଲୋକେ ମଇଁଷି ମାଲିକର କ୍ଷତିପୂରଣ ଦାବି କରି ସେଠି ରାସ୍ତାରୋକ କରିଛନ୍ତି । ଫଳରେ ରାସ୍ତାରେ ଯାତାୟତ କରୁଥିବା ଯାତ୍ରୀବାହି ବସ ସହ ସମସ୍ତ ଯାନବାହାନ ଯାତାୟତ ଠପ୍ ହୋଇଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁବୁଝାସୁଝାକରି ଦୁର୍ଘଟଣା ଘଟେଇଥିବା ଟ୍ରକ ଓ ଡ୍ରାଇଭରକୁ ଥାନାରେ ଅଟକ ରଖିଥିବା ଜଣାପଡିଛି । ହେଲେ ଟ୍ରକ ମାଲିକ ଆସି କ୍ଷତିପୂରଣ ନ ଦେବାଯାଏ ରାସ୍ତାରୁ ଉଠିବାକୁ ରାଜ ନହେବାରୁ ଦିନ ତମାମ ରାସ୍ତାରୋକ କରିଥିବାରୁ ସେହି ରାସ୍ତାରେ ଯାତାୟତ କରୁଥିବା ସମସ୍ତ ଯାତ୍ରୀମାନେ ନାହିଁ ନଥିବା ଅସୁବିଧା
No Result
View All Result