No Result
View All Result
ଓଡ଼ିଶା ତାଜା ନ୍ୟୁଜ୍/୧୪ ଜୁନ ମଙ୍ଗଳବାର/କଳାହାଣ୍ଡି :- ରକ୍ତଦାନ ମହାନ ଦାନ, ଏହା ଏକତାର ପ୍ରତୀକ, ଏହି ମହତ ପ୍ରୟାସରେ ଯୋଗଦେଇ ମୂଲ୍ୟବାନ ଜୀବନ ରକ୍ଷା କରିବାରେ କିଛି ବ୍ୟକ୍ତିଙ୍କ ମହତ ଉଦ୍ଦେଶ୍ୟ ଥାଏ । ବିଶ୍ଵ ରକ୍ତଦାତା ଦିବସରେ କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସଭାଗୃହରେ ବିଶ୍ଵ ରକ୍ତଦାତା ଦିବସ ୨୦୨୨ ପାଳିତ ହୋଇଛି । ଏଥିରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ସିଡିଏମଓ କସ୍ତୁରୀ ମିଶ୍ର, ସମ୍ମାନିତ ଅତିଥି ରୂପେ ମେଡିକାଲ ଏଡିଏମ୍ଓ ରଂଜନ ମିଶ୍ର,ଏଡିଏମ୍ଓ ରାକେଶ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ରକ୍ତଦାନ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ ।
ଏହି ଅବସରରେ ୨୦୨୧-୨୨ ବର୍ଷ ପାଇଁ ସର୍ବଶ୍ରେଷ୍ଠ ରକ୍ତଦାତା ଭାବରେ ନର୍ଲା ବ୍ଳକ ସରିଆଁ ଗ୍ରାମର ବିଜୟ କୁମାର ଭୋଇ ଓ ଶୈଳସୂତା ଭୋଇଙ୍କ ପୁତ୍ର ମିଲନ କୁମାର ଭୋଇଙ୍କୁ ମାନପତ୍ର ସହ ସମ୍ମାନିତ କରାଯାଇଛି । ଶ୍ରୀ ଭୋଇ ଆଜି ପର୍ଯ୍ୟନ୍ତ ୧୧ ଥର ଏ ପଜିଟିଭ ଗ୍ରୁପର ରକ୍ତ ସ୍ଵେଚ୍ଛାକୃତ ଭାବେ ପ୍ରଦାନ କରିବାରେ ସକ୍ଷମ ହୋଇଛନ୍ତି । ସେ କଳାହାଣ୍ଡି ଜିଲ୍ଲା ଓ ଓଡ଼ିଶାର ବିଭିନ୍ନ ଡାକ୍ତରଖାନାରେ ନିରିହ ରୋଗୀଙ୍କ ପାଇଁ ୨୦୧୮ ମସିହାରୁ ରକ୍ତ ଯୋଗାଡ କରିଆସୁଥିବା ଜଣାଯାଏ ।
No Result
View All Result