• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଓଡିଶା ୟୁନିସେଫ ପକ୍ଷରୁ ଭରଚୁଆଲ ମିଡ଼ିଆ ସଚେତନତା କାର୍ଯ୍ୟକ୍ରମ

Proprietor Abhimanyu Maharana by Proprietor Abhimanyu Maharana
June 11, 2022
in ଓଡ଼ିଶା, ମାଲକାନଗିରି, ହୋମ୍
0
ଓଡିଶା ୟୁନିସେଫ ପକ୍ଷରୁ ଭରଚୁଆଲ ମିଡ଼ିଆ ସଚେତନତା କାର୍ଯ୍ୟକ୍ରମ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍/୧୧ ଜୁନ ଶନିବାର /ମାଲକାନଗିରି :- ଦିଗରେ, ଓଡିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସହଯୋଗରେ ୟୁନିସେଫ ଓଡିଶା ଦ୍ୱାରା ଏକ ଭରଚୁଆଲ ମିଡ଼ିଆ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇ ସମ୍ବଲପୁର ଓ ମାଲକାନଗିରି ଜିଲ୍ଲାରେ ଇଣ୍ଟେନସିଫାଏଡ୍ ମିଣନ ଇନ୍ଦ୍ରଧନୁଷ (ଆଇ.ଏମ.ଆଇ) ଏବଂ ପିଲାମାନଙ୍କ କୋଭିଡ ଟୀକାକରଣ ବିଷୟରେ ସଚେତନତା କରାଯାଇଛି । ମହାମାରୀର ପରବର୍ତୀ ସମୟରେ ଉଭୟ ମା ଏବଂ ଶିଶୁଙ୍କର ପୂର୍ଣ ଟୀକାକରଣ ହାରକୁ ବଢାଇବା ପାଇଁ ରାଜ୍ୟରେ ଆଇ.ଏମ୍.ଆଇ ଆରମ୍ଭ କରାଯାଇଥିଲା । ଏନ.ଏଫ.ଏଚ୍.ଏସ-୫ର ରିପୋର୍ଟ ଅନୁଯାୟୀ ସଫଳ କୋଭିଡ ଟୀକାକରଣ ବ୍ୟତୀତ ୯୦.୫ ପ୍ରତିଶତ ପୂର୍ଣ୍ଣ ଟୀକାକରଣ କରିବାରେ ଓଡିଶା ଦେଶର ଏକମାତ୍ର ରାଜ୍ୟ ହୋଇପାରିଛି । ରାଜ୍ୟର ୨୦ ଜିଲ୍ଲା ପୂର୍ଣ୍ଣ ଟୀକାକରଣରେ ୯୦% ରୁ ଅଧିକ ଥିବାବେଳେ ୯୦% ରୁ କମ୍ ଟୀକାକରଣ ହାର ଥିବା ୧୦ଟି ଜିଲ୍ଲାଙ୍କୁ ଏବେ ଅଧିକ ଗୁରୁତ୍ୱ ଦିଆଯାଇଛି ।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ଟୀକାକରଣ ଯୁଗ୍ମ ନିର୍ଦ୍ଦେଶକ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର, ଡ଼ଃ ପ୍ରତିଭା ପ୍ରଧାନ, ଶିଶୁ ସ୍ୱାସ୍ଥ୍ୟ ପରିଚାଳକ ଆର.ଆଇ ଡ଼ଃ. ଶଶୀଭୂଷଣ ପଣ୍ଡା, ସମ୍ବଲପୁର ଏ.ଡି.ପି.ଏଚ.ଓ,(ଏଫ୍‌ଡବ୍ଲ୍ୟୁ) ଆଇ/ସି, ଡ଼ଃ. ଭରତ ଚନ୍ଦ୍ର ଦାସ, ମାଲକାନଗିରିର ଏ.ଡ଼ି.ପି.ଏଚ୍.ଓ, ଏଫଡବ୍ଲ୍ୟୁ ଡ଼ଃ. ଶଶୀଭୂଷଣ ମହାପାତ୍ର ଓ ୟୁନିସେଫ୍‌ର ଡ଼ଃ. ଅନିଲ୍‌ ପଟ୍ଟନାୟକ ଆଦି ଯୋଗଦେଇଥିଲେ । ୟୁନିସେଫ୍ ଓଡିଶାର ଡ଼ଃ. ଅନିଲ୍‌ ପଟ୍ଟନାୟକ ଏହି ଫ୍ୟାନେଲ ଆରମ୍ଭ କରି ପିଲାମାନଙ୍କ କ୍ଷେତ୍ରରେ ଟୀକାକରଣର ଗୁରୁତ୍ବ ଓ ଏ ବିଷୟରେ ସଚେତନ କରିବା ଦିଗରେ ଗଣମାଧ୍ୟମର ଭୂମିକା ବିଷୟରେ କହିଥିଲେ । କୋଭିଡ ମହାମାରୀ ସମୟରେ ଟୀକାକରଣକୁ ତ୍ୱରାନ୍ୱିତ କରିବା ପାଇଁ ସରକାରଙ୍କ ଦ୍ଵାରା ନିଆଯାଇଥିବା ପଦକ୍ଷେପ ବିଷୟରେ ଆଲୋଚନା କରି, ରାଜ୍ୟ ଟୀକାକରଣ ଯୁଗ୍ମ ନିର୍ଦ୍ଦେଶକ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର, ଡଃ. ପ୍ରତିଭା ପ୍ରଧାନ କହିଛନ୍ତି, କୋଭିଡ ପ୍ରତିବନ୍ଧକ ସ୍ଵତ୍ତ୍ୱେ ରାଜ୍ୟ ସରକାର ନିୟମିତ ଟୀକାକରଣକୁ ଧ୍ୟାନ ଦେଇ ଆସୁଛନ୍ତି ।

ଯେତେବେଳେ ସ୍ୱାସ୍ଥ୍ୟ କର୍ମୀମାନେ କରୋନା କାର୍ଯ୍ୟରେ ବ୍ୟସ୍ତ ଥିବା ବେଳେ, ସେତେବେଳେ ସ୍ୱତନ୍ତ୍ର ଟୀକାକରଣ କାରୀଙ୍କୁ ବାହାରୁ ଅଣାଯାଇ ନିୟମିତ ଟୀକାକରଣ କରାଯାଇଥିଲା । କଣ୍ଟେନଣ୍ଟମେଣ୍ଟ ଜୋନ୍‌ରେ ପିଲାମାନଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ଟୀକାକରଣ ବ୍ୟବସ୍ଥା କରାଯାଇଥିଲା । ଏହି ସବୁକୁ ଆଧାର କରି ଓଡିଶା ପୂର୍ଣ୍ଣ ଟୀକାକରଣରେ ୯୦.୫ ପ୍ରତିଶତ ହାସଲ କରି ଦେଶରେ ଶ୍ରେଷ୍ଠ ହୋଇପାରିଛି । ୟୁନିସେଫ ଓଡ଼ିଶାର ସ୍ୱାସ୍ଥ୍ୟ ବିଶେଷଜ୍ଞ, ଡ଼ଃ. ଅନୀଲ ପଟ୍ଟନାୟକ କହିଛନ୍ତି, ସାର୍ବଜନୀନ ଟୀକାକରଣ କାର୍ଯ୍ୟକ୍ରମ ହେଉଛି ବିଶ୍ୱର ସର୍ବବୃହତ ଟୀକାକରଣ କାର୍ଯ୍ୟକ୍ରମ ମଧ୍ୟରୁ ଅନ୍ୟତମ ଓ ଏଥିରେ ଆମେ ପ୍ରାୟ ୩ କୋଟି ଗର୍ଭବତୀ ମହିଳା ଏବଂ ୨.୭ କୋଟି ନବଜାତ ଶିଶୁଙ୍କୁ ଟୀକାକରଣ କରିବାକୁ ଲକ୍ଷ୍ୟ ରଖିଛୁ । ସେହିଭଳି ଓଡିଶାରେ ପ୍ରତିବର୍ଷ ପ୍ରାୟ ୯.୫ ଲକ୍ଷ ଗର୍ଭବତୀ ମହିଳା ଏବଂ ୮ ଲକ୍ଷ ନବଜାତ ଶିଶୁଙ୍କୁ ଟୀକାକରଣ କରାଯାଏ । ସର୍ବଜନୀନ ଟୀକାକରଣ କାର୍ଯ୍ୟକ୍ରମ ଦ୍ୱାରା ୧୨ ରୋଗ ଯଥା:- ଯକ୍ଷ୍ମା, ହେପାଟାଇଟିସ-ବି, ପୋଲିଓ, ଡିପଥେରିଆ, ପର୍ଟୁସିସ୍, ଟିଟାନସ, ହେମୋଫିଲିସ୍, ଡ଼ାଇରିଆ, ନିମୋନିଆ, ମିଳିମିଳା, ଜର୍ମାନ ମିଳିମିଳା, ଜାପାନୀ ଜ୍ୱର ର ଚିକିତ୍ସା କରାଯାଇଥାଏ ।

ଗର୍ଭବତୀ ମହିଳା ଓ ପିଲାମାନେ ଏହି କାର୍ଯ୍ୟକ୍ରମର ହିତାଧିକାରୀ ଅଟନ୍ତି । ସମ୍ବଲପୁରର ଟୀକାକରଣ ହାର ବିଷୟରେ ଜିଲ୍ଲାର ଏ.ଡ଼ି.ପି.ଏଚ.ଓ, (ଏଫ.ଡବ୍ଲ୍ୟୁ) ଆଇ/ସି ଡ଼ଃ. ଭରତ ଚନ୍ଦ୍ର ଦାସ କହିଛନ୍ତି,”ନିୟମିତ ଟୀକାକରଣ ହେଉ କିମ୍ବା କୋଭିଡ ଟୀକାକରଣ ହେଉ ଆମ ଜିଲ୍ଳା ଟୀକାକରଣରେ ଅତୁଳନୀୟ ସଫଳତା ହାସଲ କରିଛନ୍ତି । ଲୋକମାନଙ୍କୁ ସଠିକ ଜ୍ଞାନ ଏବଂ ସଚେତନ କରିବା ସହିତ କ୍ରମାଗତ ଭାବରେ ସଶକ୍ତ କରିବା ପ୍ରକ୍ରିୟାରେ ମଧ୍ୟ ଆମ ଜିଲ୍ଲାର ଗମଧ୍ୟମ ଏକ ଗୁରୁତ୍ଵପୂର୍ଣ ଭୂମିକା ଗ୍ରହଣ କରିଛନ୍ତି । ଆଗମୀ ଦିନରେ ଗଣମାଧ୍ୟମରୁ ସମାନ ସମର୍ଥନ ଆଶା କରୁଛୁ ଏବଂ ଆମେ ଶ୍ରୀଘ୍ର ୧୦୦% ଟୀକାକରଣ ନିଶ୍ଚିତ କରିବୁ ।” ସୂଚନାଯୋଗ୍ୟ, ସମ୍ବଲପୁର ଆଜି ପର୍ଯ୍ୟନ୍ତ ନିୟମିତ ଟାକାକରଣରେ ୯୮ପ୍ରତିଶତ ସଫଳତା ହାସଲ କରିଛି । ସେହିଭଳି, ମାଲକାନଗିରି ଜିଲ୍ଲା ନିୟମିତ ଟୀକାକରଣରେ ୯୪.୮ ପ୍ରତିଶତ ସଫଳତା ହାସଲ କରିଛି ।

ମାଲକାନଗିରିର ଟୀକାକରଣ ହାର ବିଷୟରେ ଜିଲ୍ଲାର ଏ.ଡ଼ି.ପି.ଏଚ.ଓ, (ଏଫ.ଡବ୍ଲ୍ୟୁ) ଡ଼ଃ. ଶଶୀଭୂଷଣ ମହାପାତ୍ର କହିଛନ୍ତି ଯଦିଓ ମାଲକାନଗିରି ଏକ ଆଦିବାସୀ ବହୁଳ ଜିଲ୍ଲା, ତଥାପି ସବୁ ଦିଗରେ ଆମର ସଫଳତା ଭଲ ରହିଛି । ଟକୀକରଣରୁ ବଞ୍ଚିତ ଅଞ୍ଚଳଗୁଡିକୁ ଚିହ୍ନଟ କରିବା ପାଇଁ ସ୍ୱାସ୍ଥ୍ୟକର୍ମୀଙ୍କ ଦଳ ନିୟୋଜିତ କରାଯାଇଛି, ଯେଉଁଠାରେ ସେମାନେ ସମସ୍ତ ଲୋକଙ୍କ ଟୀକାକରଣ ସୁନିଶ୍ଚିତ କରିଛନ୍ତି । ଖୁବ ଶୀଘ୍ର ଆମେ ଟୀକାକରଣରେ ୧୦୦ ପ୍ରତିଶତ ସଫଳତା ହାସଲ କରିବୁ । ଶିଶୁ ସ୍ବାସ୍ଥ୍ୟ ପରିଚାଳକ ଆର.ଆଇ ଡ଼ଃ. ଶଶୀଭୂଷଣ ପଣ୍ଡା ସାମ୍ବାଦିକମାନଙ୍କୁ ଟୀକାକରଣ ଉପରେ ଅଧିକ ଲେଖିବାକୁ ଅନୁରୋଧ କରିଥିଲେ କାରଣ ଟୀକାକରଣ ଯୋଗୁଁ ପୋଲିଓ, ମିଳିମିଳା, ରୁବେଲା ଭଳି ଅନେକ ରୋଗ ଅଦୃଶ୍ୟ ହୋଇଯାଇଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
Vigilance Day against Child Marriage on the Occasion of Akshaya Tritiya

ଅକ୍ଷୟ ତୃତୀୟା ଅବସରରେ ବାଲ୍ୟ ବିବାହ ବିରୋଧରେ ସତର୍କତା ଦିବସ ପାଳିତ

April 23, 2026
Vigilance Day against Child Marriage on the Occasion of Akshaya Tritiya

Vigilance Day against Child Marriage on the Occasion of Akshaya Tritiya

April 23, 2026
ଶ୍ରମ କୋଡ ପ୍ରତ୍ଯାହାର ଦାବିରେ ସିଟୁର ବିକ୍ଷୋଭ

ଶ୍ରମ କୋଡ ପ୍ରତ୍ଯାହାର ଦାବିରେ ସିଟୁର ବିକ୍ଷୋଭ

April 23, 2026
କୋଷ୍ଟାଲ ମାରାଥନ ଓଡିଶା ପର୍ଯ୍ୟଟନ କୁ ଅଧିକ ଋଦ୍ଧିମନ୍ତ କରିବ

କୋଷ୍ଟାଲ ମାରାଥନ ଓଡିଶା ପର୍ଯ୍ୟଟନ କୁ ଅଧିକ ଋଦ୍ଧିମନ୍ତ କରିବ

April 23, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Vigilance Day against Child Marriage on the Occasion of Akshaya Tritiya

ଅକ୍ଷୟ ତୃତୀୟା ଅବସରରେ ବାଲ୍ୟ ବିବାହ ବିରୋଧରେ ସତର୍କତା ଦିବସ ପାଳିତ

April 23, 2026
Vigilance Day against Child Marriage on the Occasion of Akshaya Tritiya

Vigilance Day against Child Marriage on the Occasion of Akshaya Tritiya

April 23, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version