• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଦିଲ୍ଲୀରେ ପୁଷ୍ପଶ୍ରୀଙ୍କର ସୁମଧୁର ସଙ୍ଗୀତରେ ଶ୍ରୋତା ସ୍ତମ୍ବୀଭୂତ

Proprietor Abhimanyu Maharana by Proprietor Abhimanyu Maharana
December 22, 2024
in ଓଡ଼ିଶା, ଖୋର୍ଦ୍ଧା, ଦେଶ, ମହାନଗର, ହୋମ୍
0
Puspashree’s Prolific Performance enthrals Delhi’s Audiences
Share on FacebookShare on TwitterWhatsapp

୨୦ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଦିଲ୍ଲୀ  :-> ନୂଆଦିଲ୍ଲୀ ସ୍ଥିତ ଇଣ୍ଡିଆ ହାବିଟାଟ ସେଣ୍ଟରର ଷ୍ଟେନ ପ୍ରେକ୍ଷାଳୟରେ ନିକଟରେ ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ଡଃ. ପୁଷ୍ପଶ୍ରୀ ମିଶ୍ରଙ୍କର ସୁମଧୁର ସଙ୍ଗୀତରେ ଶ୍ରୋତାମାନେ ସ୍ତମ୍ବୀଭୂତ ହୋଇଯାଇଥିବା ଲକ୍ଷ୍ୟ କରାଯାଇଥିଲା । କିରାନା ଘରାନାର ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ ବିଶେଷଜ୍ଞ ଡଃ. ମିଶ୍ରଙ୍କର ଠୁମରି, ଭଜନ ଓ ଗଜଲ ଆଦି ସୁଗମ ଶାସ୍ତ୍ରୀୟ ସଙ୍ଗୀତ ଗାନ କରିବାରେ ନିପୁଣତା ରହିଛି। ମାତ୍ର ପାଞ୍ଚ ବର୍ଷର କୋମଳ ବୟସରୁ ପ୍ରସିଦ୍ଧ ଗୁରୁ ଗୋପାଳ ଚନ୍ଦ୍ର ପଣ୍ଡାଙ୍କର ଅଧିନରେ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷା ଆରମ୍ଭ କରି ଏକୋଇଶ ବର୍ଷ ବୟସରେ ପୁଷ୍ପଶ୍ରୀ ଗନ୍ଧର୍ବ ମହାବିଦ୍ୟାଳୟରୁ ସଙ୍ଗୀତ ଅଳଙ୍କାର ସ୍ନାତକ ଡିଗ୍ରୀ ହାସଲ କରି ପାରିଥିଲେ । ଦେଶର ବହୁ ନାମୀ ଦାମୀ ସଙ୍ଗୀତ ମହାସମାରୋହରେ ଅଂଶଗ୍ରହଣ କରି ଉଚ୍ଚ ପ୍ରଶଂସିତ ହୋଇଥିବା, ଡଃ. ମିଶ୍ର ,କଳା ଓ ସଂସ୍କୁତି କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ଯୋଗୁଁ ଅନେକ ସମ୍ମାନଜନକ ପୁରସ୍କାର ଲାଭ କରିଛନ୍ତି । ବହୁବିଧ ବିରଳ ପ୍ରତିଭାର ଅଧିକାରିଣୀ ଡଃ ମିଶ୍ର ଏବେ ଭାରତ ସରକାରଙ୍କ ଅଧିନରେ ବରିଷ୍ଠ ବୈଜ୍ଞାନିକ ଭାବରେ କାର୍ଯ୍ୟରତ ରହିଛନ୍ତି ।

ସନ୍ଧ୍ୟାର କାର୍ଯ୍ୟକ୍ରମ କବୀରଙ୍କର ଦୁଇଟି ମର୍ମସ୍ପର୍ଶୀ ଭଜନରୁ ଆରମ୍ଭ ହୋଇଥିଲା । ଗାୟିକାଙ୍କର ସୁନ୍ଦର, ସୁଲଳିତ ଏବଂ ସାବଲୀଳ ଢଙ୍ଗରେ ଗାୟନ,କବୀରଙ୍କ ରଚନାର ପ୍ରତ୍ୟେକ ପଂକ୍ତି ସହିତ ଜଡ଼ିତ ଥିବା ଦାର୍ଶନିକ ଏବଂ ଐଶ୍ବରିକ ଭାବାବେଗକୁ ବେଶ ପ୍ରାଞ୍ଜଳ ଓ ପାରଦର୍ଶିତାର ସହିତ ଅବତାରଣା କରିବାକୁ ସକ୍ଷମ ହୋଇଥିଲା । କବୀରଙ୍କର କବିତାରେ ଧାର୍ମିକ ପରିଧିକୁ ପାର ହୋଇ ଆଧ୍ୟାତ୍ମିକ ଅଲୌକିକତାର ଉଚ୍ଛ୍ଵାସ ସ୍ପଷ୍ଟ ବାରି ହୋଇ ପଡୁଥିଲା । ପରବର୍ତ୍ତୀ ପରିବେଷଣ ବିଖ୍ଯାତ ଭକ୍ତକବି ଦାଶ ନାରାୟଣଙ୍କର କୃଷ୍ଣ ଭଜନ ଥିଲା । ଏଠାରେ ଗାୟିକାଙ୍କର କଣ୍ଠର ଗାମ୍ଭୀର୍ଯ୍ୟ, ଗାୟନର ମାଧୁର୍ଯ୍ୟ ଓ ପ୍ରସ୍ତୁତିର ପ୍ରାଚୁର୍ଯ୍ୟରେ ଶ୍ରୋତାମାନେ ଆତ୍ମହରା ହୋଇ ଭଗବତ ସତ୍ତାର ସ୍ପର୍ଶ ଲାଭ କରୁଥିବା ସ୍ପଷ୍ଟ ପ୍ରତୀୟମାନ ହୋଇଥିଲା ।

କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ମୀରାବାଈଙ୍କର ଭକ୍ତି ସଙ୍ଗୀତ ଥିଲା । ମୀରାଙ୍କର ଗୀତ ମାଧ୍ୟମରେ ଭଗବାନଙ୍କ ପ୍ରତି ସାତ୍ୱିକ ପ୍ରେମ ନିବେଦନ, ଆକୁଳ ପ୍ରାର୍ଥନା ଏବଂ ସମ୍ପୁର୍ଣ୍ଣ ସମର୍ପଣ ଭାବକୁ ପୁଷ୍ପଶ୍ରୀ ତାଙ୍କର ଗାୟନ ମାଧ୍ୟମରେ ଯେଭଳି ନିଚ୍ଛକ ଓ ଜୀବନ୍ତ ଭାବରେ ପ୍ରଦର୍ଶନ କରିଥିଲେ ,ତାହା ଅନନ୍ୟ ଓ ଅବିସ୍ମରଣୀୟ ଥିଲା। ଗାୟିକାଙ୍କର ଜାଦୁଗରୀ ଗାୟନରେ ଉପସ୍ଥିତ ରସିକମାନେ ଅଭିଭୂତ ହେବା ସାଙ୍ଗକୁ ଅନନ୍ତ ଆନନ୍ଦର ଅଜସ୍ର ସ୍ୱାଦ ଆସ୍ବାଦନ କରିବାକୁ ସକ୍ଷମ ହୋଇଥିବା ପରି ଲାଗୁଥିଲା ।

ସମଗ୍ର ଏକ ଘଣ୍ଟାର କାର୍ଯ୍ୟକ୍ରମଟି ଖୁବ ଉଚ୍ଚକୋଟିର ଥିଲା ଏବଂ ପ୍ରତ୍ୟେକ ଉପସ୍ଥାପନର ଶେଷରେ ଦର୍ଶକମାନେ ବିପୁଳ କରତାଳି ସହିତ କଳାକାରଙ୍କୁ ଉତ୍ସାହିତ କରୁଥିବା ଦେଖାଯାଉଥିଲା । ପୁଷ୍ପଶ୍ରୀଙ୍କର ଗାୟନ ସତେ ଯେପରି ସେଦିନ ଭରପୁର ଷ୍ଟେନ ପ୍ରେକ୍ଷାଳୟରେ ସଙ୍ଗୀତର ପୁଷ୍ପ ବର୍ଷଣ କରି ଚାଲିଥିଲା । ଉଭୟ କଳାପ୍ରେମୀ ଜନସାଧାରଣ ଏବଂ ସଂସ୍କୃତି ସମୀକ୍ଷକ ମାନେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ବେଶ ପସନ୍ଦ କରିଥିଲେ ଏବଂ ଡଃ ପୁଷ୍ପଶ୍ରୀ ମିଶ୍ରଙ୍କର ଭୂୟସୀ ପ୍ରଶଂସା କରିଥିଲେ । ଯନ୍ତ୍ର ସଙ୍ଗୀତରେ ଡଃ. ମିଶ୍ରଙ୍କୁ ସହଯୋଗ କରିଥିବା କଳାକାରମାନଙ୍କ ମଧ୍ୟରେ ତବଲାରେ ଦିବ୍ୟାଂଶୁ କୁମାର, ହାରମୋନିୟମରେ ମୁକେଶ ଭରଦ୍ବାଜ, ବଂଶୀରେ ରାଗ ୟମନ ଓ ମଞ୍ଜିରାରେ ପ୍ରଶାନ୍ତ ବାଭାରିଆ ପ୍ରମୁଖ ଅନର୍ଭୂକ୍ତ ଥିଲେ । ସୁଦକ୍ଷ ଉଦଘୋଷିକା, ଅଙ୍କିତା କୁମାରୀ ସମଗ୍ର ଅଧିବେଶନକୁ ଖୁବ ସୂଚାରୁ ରୂପେ ସଞ୍ଚାଳନା କରିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବ୍ରାହ୍ମଣୀଗାଁ ବନାଞ୍ଚଳ ରେ ହାତୀପଲ : ବନ ବିଭାଗ ପକ୍ଷରୁ ସଚେତନତା

ବ୍ରାହ୍ମଣୀଗାଁ ବନାଞ୍ଚଳ ରେ ହାତୀପଲ : ବନ ବିଭାଗ ପକ୍ଷରୁ ସଚେତନତା

April 29, 2026
ଓକିଲ ସଂଘ ପକ୍ଷରୁ ମଧୁବାବୁ ଙ୍କ ଜନ୍ମ ଜୟନ୍ତୀ ପାଳିତ

ଓକିଲ ସଂଘ ପକ୍ଷରୁ ମଧୁବାବୁ ଙ୍କ ଜନ୍ମ ଜୟନ୍ତୀ ପାଳିତ

April 29, 2026
ମୋବାଇଲ ନେଟୱର୍କ ବିପର୍ଯ୍ୟସ୍ତ : ଇଣ୍ଟରନେଟ ସେବା ବ୍ଯାହତ ଯୋଗୁଁ ବାଲିଗୁଡା ବାସୀ ହନ୍ତସନ୍ତ

ମୋବାଇଲ ନେଟୱର୍କ ବିପର୍ଯ୍ୟସ୍ତ : ଇଣ୍ଟରନେଟ ସେବା ବ୍ଯାହତ ଯୋଗୁଁ ବାଲିଗୁଡା ବାସୀ ହନ୍ତସନ୍ତ

April 29, 2026
ମଧୁବାବୁଙ୍କ ଜୟନ୍ତୀରେ ପୁରୀ ଓକିଲ ସଂଘ ପକ୍ଷରୁ ରକ୍ତଦାନ ଶିବିର

ମଧୁବାବୁଙ୍କ ଜୟନ୍ତୀରେ ପୁରୀ ଓକିଲ ସଂଘ ପକ୍ଷରୁ ରକ୍ତଦାନ ଶିବିର

April 29, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବ୍ରାହ୍ମଣୀଗାଁ ବନାଞ୍ଚଳ ରେ ହାତୀପଲ : ବନ ବିଭାଗ ପକ୍ଷରୁ ସଚେତନତା

ବ୍ରାହ୍ମଣୀଗାଁ ବନାଞ୍ଚଳ ରେ ହାତୀପଲ : ବନ ବିଭାଗ ପକ୍ଷରୁ ସଚେତନତା

April 29, 2026
ଓକିଲ ସଂଘ ପକ୍ଷରୁ ମଧୁବାବୁ ଙ୍କ ଜନ୍ମ ଜୟନ୍ତୀ ପାଳିତ

ଓକିଲ ସଂଘ ପକ୍ଷରୁ ମଧୁବାବୁ ଙ୍କ ଜନ୍ମ ଜୟନ୍ତୀ ପାଳିତ

April 29, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version