No Result
View All Result
ଓଡ଼ିଶା ତାଜା ନ୍ୟୁଜ୍/୧୦ ଜୁନ ଶୁକ୍ରବାର/ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ୟୁନିଅନ ବ୍ୟାଙ୍କର ଆତ୍ମ ନିର୍ଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଠାରେ ଲିଡ଼ ବ୍ୟାଙ୍କ ପକ୍ଷରୁ ଋଣ ବଣ୍ଟନ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହିକାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଜପତି ଜିଲ୍ଲା ପାଳ ଲିଙ୍ଗରାଜ ପଣ୍ଡା ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି ଶୁଭ ଉଦଘାଟନକରିଥିଲେ । ଭାରତ ସରକାରଙ୍କ ଅର୍ଥ ମନ୍ତ୍ରାଳୟ ନିର୍ଦ୍ଦେଶ ଅନୁସାରେ ଆଜଦି କା ଅମୃତ ମୋହତ୍ସବ ଅବସରରେ ବ୍ୟାଙ୍କ ଗୁଡିକ ପକ୍ଷରୁ ଚଳିତ ମାସ ୬ତାରିଖ ଠାରୁ ୧୨ତାରିଖ ପର୍ଯ୍ୟନ୍ତ ଋଣ ମଞ୍ଜୁର ଓ ଜନ ସୁରକ୍ଷା ଯୋଜନା ଗୁଡିକ ଗ୍ରାହକ ମାନଙ୍କୁ ଯୋଗାଇ ଦେବା ର ବ୍ୟବସ୍ଥା କରା ଯାଇଛି ।
ଏହି ପରିପ୍ରେକ୍ଷୀରେ ଓଡ଼ିଶାର ପରିଚାଳିତ ବ୍ୟାଙ୍କ ଶାଖା ଏକ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ଗୁଡ଼ିକରେ କ୍ରେଡିଟ ଆଉଟ ରିଚ ପ୍ରୋଗ୍ରାମ ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମ ରେ ମଞ୍ଚାସିନ ଅତିଥି ଭାବେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜୀ. ତିରୁପତି ରାଓ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ପ୍ରଶାସକ ମହେଶ୍ୱର ଚନ୍ଦ୍ର ନାୟକ, ଲିଡ଼ ବ୍ୟାଙ୍କ ମେନେଜର କିଶୋର ଚନ୍ଦ୍ର ନାୟକ, ୟୁନିଅନ ବ୍ୟାଙ୍କ ରାୟଗଡା ଆଞ୍ଚଳିକ ମୁଖ୍ୟ ପ୍ରବନ୍ଧକ ସୀତା ରାମ ପ୍ରଧାନ ପ୍ରମୁଖ ମଞ୍ଚାସିନ ଥିଲେ ।
ଶହେ ତେତିଶ ହିତାଧିକାରୀଙ୍କୁ ଛଅ କୋଟି ୩୫ଟଙ୍କାର ଋଣ ପ୍ରଦାନ କରାଯାଇଛି । କୃଷି ଋଣ, ସ୍ୱୟଂ ସହାୟକ ଗୋଷ୍ଠୀ ଋଣ,ଶିକ୍ଷା ଋଣ ,ମୁଦ୍ରା ଯୋଜନା ଋଣ, ଗାଡି ଋଣ,ବ୍ୟକ୍ତିଗତ ଋଣ,ଘର ନିର୍ମାଣ ପାଇଁ ଋଣ ପ୍ରଭୃତି ଋଣ ବିଭିନ୍ନ ବ୍ୟାଙ୍କରୁ ଚେକ ଆକାରରେ ହିତାଧିକାରୀଙ୍କୁ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମ ରେ ବହୁ ସ୍ୱୟଂ ସହାୟକ ଗୋଷ୍ଠୀ ର ମାଆ ମାନେ ଉପସ୍ଥିତ ଥିଲେ । ଲିଡ଼ ବ୍ୟାଙ୍କ ମେନେଜର କିଶୋର ଚନ୍ଦ୍ର ନାୟକଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

No Result
View All Result