No Result
View All Result
ଓଡ଼ିଶା ତାଜା ନ୍ୟୁଜ୍/୧୦ ଜୁନ ଶୁକ୍ରବାର/କଳାହାଣ୍ଡି :- କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ ରୁପ୍ରାରୋଡ ବସ୍ତିରେ ସୁବ୍ୟବସ୍ଥିତ ଡ୍ରେନେଜ ବ୍ୟବସ୍ଥା ହୋଇ ନ ଥିବାରୁ ଏବେ ଡ଼୍ରେନ ପାଣି ରାସ୍ତା ଉପରେ ଜମି ଯାତାୟତରେ ବ୍ୟାହତ ସୃଷ୍ଟି କରିଛି । ଦୀର୍ଘ ଦିନରୁ ଡ଼୍ରେନ ନିର୍ମାଣ ହୋଇ ପାରୁ ନ ଥିବା ବେଳେ ଯେଉଁ ଡ଼୍ରେନ ଅଛି ତାହା ପୁଣି ଅଳିଆଗଦାରେ ପରିଣତ ହୋଇଛି । ସ୍ଥାନୀୟ ପଞ୍ଚାୟତ ନା ବ୍ଳକ ପ୍ରଶାସନ ଦୃଷ୍ଟି ଦେଉ ନ ଥିବା ଅଭିଯୋଗ ହେଉଛି । ରୁପ୍ରାରୋଡ ସାପ୍ତାହିକ ବଜାର ଏହି ରାସ୍ତା ଉପରେ ବସୁଥିବା ବେଳେ ଏଠାରେ ଡ଼୍ରେନ ପାଣି ମାଡି ଯାତାୟାତ ଓ ବଜାର ବସିବାରେ ଘୋର ଅନ୍ତରାୟ ସୃଷ୍ଟି କରୁଛି ।
ଅନେକ ସ୍ଥାନରେ ଡ଼୍ରେନ ଭାଙ୍ଗି ଯାଇ ଥିବା, ଆବର୍ଜନାରେ ପୋତି ହୋଇଯିବା, ଡ଼୍ରେନ ଉପରେ ଢାଙ୍କୁଣି ନଥିବା ଆଦି ସମସ୍ୟା ଲାଗି ରହିଛି । ବରଗାଁ ନିକଟସ୍ଥ ସରସ୍ଵତୀ ଶିଶୁ ମନ୍ଦିର ପାଖରେ ଜଣେ ଗୃହ ମାଳିକ ଡ଼୍ରେନ ଉପରେ ମାଟି ପକାଇ ଅବରୋଧ କରିବା ଯୋଗୁଁ ଡ଼୍ରେନ ପାଣି ଶିଶୁ ମନ୍ଦିର ପରିସରରେ ପ୍ରବେଶ କରି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଥିବା ନଜର ରହିଛି । ଆଗାମୀ ବର୍ଷା ସମୟରେ ଡ଼୍ରେନ ଅବସ୍ଥା ଆହୁରି ଖରାପ ହୋଇ ପରିବେଶ ଦୂଷିତ କାଦୁଅମାଦୁଅ ହୋଇପଡିବ ଏଥିରେ ସନ୍ଦେହ ନାହିଁ । ଏଥିପାଇଁ ଉଚ୍ଚ କତୃପକ୍ଷ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।
No Result
View All Result