ଆମ ରାଜ୍ୟରେ ମଧ୍ୟ ଏହି ସବୁ କ୍ଷେତ୍ରରେ ସ୍କିଲିଂ ଦ୍ୱାରା ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ପଦକ୍ଷେପ ନେବାକୁ ହେବ । ସ୍କିଲ ହେଉଛି ଆଜିର ଆବଶ୍ୟକତା । ସ୍କିଲ ହିଁ କର୍ମନିଯୁକ୍ତି ଆଡକୁ ପଥ ପ୍ରସ୍ତୁତ କରିଥାଏ । ତେଣୁ ସ୍କିଲ ମାଧ୍ୟମରେ ପ୍ରତ୍ୟେକ ପଞ୍ଚାୟତ ଏବଂ ବ୍ଲକ ସ୍ତରରେ ଜଣେ ଜଣେ ଉଦ୍ୟୋଗୀ ସୃଷ୍ଟି କରିପାରିଲେ ତାହା ହିଁ ସବୁଠାରୁ ବଡ ସଫଳତା ହେବ ବୋଲି ମନ୍ତ୍ରୀ ଇଂ ଘଡାଇ କହିଥିଲେ । ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ଶର୍ମା, ବିଭାଗ ଅଧୀନସ୍ଥ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟ, କର୍ମନିଯୁକ୍ତି ନିର୍ଦ୍ଦେଶାଳୟ, ରାଜ୍ୟ ବୈଷୟିକ ଶିକ୍ଷା ଓ ଧନ୍ଦାମୂଳକ ପ୍ରଶିକ୍ଷଣ ପରିଷଦ, ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ, ବିପିୟୁଟି, ଭିସୁଟ୍ ଓ ଓୟୁଟିଆର ବିଷୟରେ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ସେହିପରି ବିଭାଗ ଦ୍ୱାରା ପରିଚାଳିତ ଦୀର୍ଘମିଆଦୀ ଏବଂ ସ୍ୱଳ୍ପମିଆଦୀ ପ୍ରଶିକ୍ଷଣ ସହ ସୁଦକ୍ଷା ଯୋଜନା ବିଷୟରେ ମଧ୍ୟ ସମ୍ୟକ ସୂଚନା ଦେଇଥିଲେ ।
ୱାର୍ଲï ସ୍କିଲ ସେଣ୍ଟର(ଡବ୍ଲìଏସସି) ବିଷୟରେ ସୂଚନା ଦେଇ ଶ୍ରୀ ଶର୍ମା କହିଥିଲେ ଯେ ଆଇଟିଆଇ ଏବଂ ପଲିଟେକନିକରୁ ଉତ୍ତୀର୍ଣ୍ଣ ହୋଇଥିବା ପ୍ରଶିକ୍ଷାର୍ଥୀଙ୍କ ପାଇଁ ଏହା ଏକ ଫିନିସିଙ୍ଗ ସ୍କୁଲ ଭାବରେ କାର୍ଯ୍ୟ କରୁଛି । ଭାରତ ସରକାର ଡବ୍ଲìଏସସିକୁ ମଡେଲ ହିସାବରେ ନେଇଛନ୍ତି । ଯାହାଫଳରେ ସମାନ ଢାଞ୍ଚାର ସ୍କିଲ ଅନୁଷ୍ଠାନ ଗଢିତୋଳିବାକୁ ଅନ୍ୟ ରାଜ୍ୟମାନେ ଏହାର ପରିଦର୍ଶନରେ ଆସୁଛନ୍ତି । ଶ୍ରୀ ଶର୍ମା ଆହୁରି ମଧ୍ୟ ସୂଚନା ପ୍ରଦାନ କରିଛନ୍ତି ଯେ ଜାତୀୟ ସ୍କିଲ ପ୍ରତିଯୋଗିତାରେ ଆମ ରାଜ୍ୟ ସର୍ବଶେଷ୍ଠ ପ୍ରଦର୍ଶନ କରିଛି ଏବଂ ବିଶ୍ୱ ଦକ୍ଷତା ପ୍ରତିଯୋଗିତାରେ ଭାରତର ଏକମାତ୍ର ସ୍ୱ୍ର୍ଣ୍ଣ ଓଡିଶା ଆଣିଥିଲା । ଓଡିଶାର ସ୍କିଲ ଗୁଣବତ୍ତା ସବୁଠାରୁ ଶ୍ରେଷ୍ଠ ବୋଲି ପ୍ରମାଣିତ କରିବା ପାଇଁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପଦକ ଜିତିବା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ । ନିକଟ ଅତୀତରେ ରାଜ୍ୟ ସରକାର ସରକାରୀ ବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ସରକାରୀ ଇଞ୍ଜିନିୟରିଂ ଏବଂ ମେଡିକାଲ ମହାବିଦ୍ୟାଳୟରେ ପଢିବା ପାଇଁ ୧୫% ସ୍ଥାନ ସଂରକ୍ଷଣ କରିଛନ୍ତି ା ଏହି କାର୍ଯ୍ୟକ୍ରମରେ ବିଭାଗୀୟ ଅତିରିକ୍ତ ସଚିବ ଶ୍ରୀ ତପନ କୁମାର ଶତପଥି ଧନ୍ୟବାଦ ଅର୍ପଣ କରିଥିଲେ ।© 2023 Odisha Taza News.