odishatazanews.com, whatsApp – 9938341180, ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com
କଟକ ଜିଲ୍ଲା,ରିପୋର୍ଟ/ଲଷ୍ମୀଧର ଖୁଣ୍ଟିଆ (ଓଡିଶା ତାଜା ନ୍ୟୁଜ୍ ) ୧୭ ମଇ, ରବିବାର :- ଓଡିଶା ତାଜା ନିଉଜ ବାତ୍ୟା ଅମ୍ଫନ ନେଇ ରାଜ୍ୟ ଏସଆରସି ଙ୍କ ସାମ୍ବାଦିକ ସମ୍ମିଳନୀ ସୂଚନା ଦେଇଛନ୍ତି, ଆଜି ସଂଧ୍ୟା ସୁଦ୍ଧା ଦିଗ ପରିବର୍ତ୍ତନ କରିବ ଅମ୍ପନ ବାତ୍ୟା । ଏଥିନେଇ ୧୨ଟି ଜିଲ୍ଲାକୁ ଆଲର୍ଟ ରଖାଯାଇଛି । ଉତ୍ତର ଓଡ଼ିଶାର ୪ ଜିଲ୍ଲା ପ୍ରଭାବିତ ରହିବ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ବରରେ ପ୍ରଭାବ ପଡ଼ିବ । ଉଦ୍ଧାର ଲାଗି ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି ।
୧୯ ତାରିଖ ଅପରାହ୍ଣରୁ ଓଡ଼ିଶାରେ ପବନର ପ୍ରଭାବ ରହିବ, ପରବର୍ତ୍ତୀ ୧୨ ଘଣ୍ଟାରେ ଅତି ଭୀଷଣ ସାମୁଦ୍ରିକ ଝଡ଼ର ରୂପ ନେବ । ଆସନ୍ତା ୨୪ ଘଣ୍ଟା ଯାଏ ଉତ୍ତର-ପଞ୍ଚିମ ଦିଗରେ ଗତି କରିବ । ପରେ ଦିଗ ପରିବର୍ତ୍ତନ କରି ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି କରିବ । ପଶ୍ଚିମବଙ୍ଗ ଓ ବାଂଲାଦେଶ ମଧ୍ୟରେ ଲ୍ୟାଣ୍ଡଫଲ କରିପାରେ ବାତ୍ୟା ଅମ୍ଫନ ମେ ୧୮ ସନ୍ଧ୍ୟାରୁ ଉପକୂଳ ଓଡ଼ିଶାରେ ବର୍ଷା ଆଶଙ୍କା । ୧୯ ତାରିଖରେ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା । ମେ ୧୮ ସନ୍ଧ୍ୟାରୁ ଦକ୍ଷିଣ ଉପକୂଳରେ ୪୫-୫୫ କିମି ବେଗରେ ପବନ ଆଶଙ୍କା । ୨୦ ସକାଳୁ ଉତ୍ତର ଓଡ଼ିଶାରେ ୭୫-୮୫ କିମି ବେଗରେ ପବନ ବହିବା ଆଶଙ୍କା