odishatazanews.com, whatsApp – 9938341180, ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com
କଟକ ଜିଲ୍ଲା, ନିଶ୍ଚନ୍ତ କୋଇଲି ,ରିପୋର୍ଟ / ଲଷ୍ମୀଧର ଖୁଣ୍ଟିଆ (ଓଡିଶା ତାଜା ନ୍ୟୁଜ୍ )୧୬ ମଇ,ଶନିବାର :- କଟକ ଜିଲ୍ଲା ନିଶ୍ଚନ୍ତ କୋଇଲି ପଂଚାୟତ ସମିତି ର ସରପଞ୍ଚ ନଗସପୁର ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତରାଣୀ ଙ୍କୁ ଦୁର୍ବ୍ୟବହାର କରିବା ଘଟଣା ତାଙ୍କୁ ମହଙ୍ଗା ପଡିଛି, ଆଜି ସମ୍ପୃକ୍ତ ସରପଂଚଙ୍କୁ ଜିଲ୍ଲାପ୍ରଶାସନ ସରପଞ୍ଚ ପଦବୀରୁ ନିଲମ୍ବନ କରିଥିବା ଜଣାଯାଇଛି, ଗତ ଏପ୍ରିଲ ମାସ 24 ତାରିଖରେ ନଗସପୁର ସରପଞ୍ଚ ଜିଲ୍ଲାପାଳ ସୁଧାଂଶୁ ଶେଖର ଭୂୟାଁ,
ନଗସପୁର ସ୍ୱାସ୍ଥ୍ୟକେନ୍ଦ୍ର ର ଡାକ୍ତରାଣୀ କୁ ଦୁର୍ବ୍ୟବହାର କରି ଗିରଫ ହେବା ସହ କୋର୍ଟ ଚାଲାଣ ହୋଇଥିଲେ , ଆମର ହସ୍ତଗତ ହୋଇଥିବା ଖବର ଅନୁଯାଇ ଓଡ଼ିଶା ର ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ରାଜ୍ୟର ସମସ୍ତ ସରପଞ୍ଚ ମାନଙ୍କୁ କରୋନା ମୁକାବିଲା କରିବାପାଇଁ ଜିଲ୍ଲାପାଳ ର କ୍ଷମତା ଦେଇଥିଲେ, ନଗସପୁର ସରପଞ୍ଚ ଜିଲ୍ଲାପାଳ ହେଇ ତାଙ୍କ ଦାଦାଗିରି ଦେଖେଇ ଦେଲେ, ଜାଣି ନଥିଲେ ମାନ୍ୟବର ମୁଖ୍ୟମନ୍ତ୍ରୀ କରୋନା ଯୋଦ୍ଧା ଡାକ୍ତର ମାନଙ୍କୁ ହାତ ମାରିଲେ ସାତବର୍ଷ ଜେଲ ଜୋରିମାନା,
ମାନ୍ୟବର ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ଯେ କୈାଣସି ବ୍ୟକ୍ତି ଯଦି କର୍ତ୍ତବ୍ୟରତ ଡାକ୍ତର ଙ୍କୁ ର୍ଦୁବ୍ୟବହାର କରେ ତେବେ ଏହାକୁ ଗୁରୁତର ସହ ବିଚାର କରି ସ ଏନ୍ ଏସ ଏ ତଥା ନ୍ୟାସନାଲ ସିକୁରିଟ୍ ଆକ୍ଟ ମାମଲା ରେ ମକଦ୍ଦମା ହବ, ହେଲେ ମୂଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶନାମା ପରେ ପରେ ସରକାରୀ ଡାକ୍ତରାଣୀ ଙ୍କୁ ଅଶାଳୀନ ଗାଳିଗୁଲଜ ଓ ର୍ଦୁବ୍ୟବହାର କରିଥିଲେ । ଏଥିନେଇ ନଗସପୁର ସ୍ୱାସ୍ଥ୍ୟକେନ୍ଦ୍ର ର ଡାକ୍ତରାଣୀ ଙ୍କ ଲିଖିତ ଏତଲା ପରେ ନେମାଳ ଥାନା ପୋଲିସ ନଗସପୁର ସରପଞ୍ଚ ସୁଧାଂଶୁ ଶେଖର ଭୂୟାଁ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା, ଆଜି ଏହି ସରପଞ୍ଚଙ୍କୁ ଜିଲ୍ଲାପାଳ ନିଲମ୍ବିତ କରିଚନ୍ତି,