odishatazanews.com, whatsApp – 9938341180, ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com
ନୟାଗଡ଼ ଜିଲ୍ଲା,ରିପୋର୍ଟ /ରାମକୃଷ୍ଣ ରଥ (ଓଡିଶା ତାଜା ନ୍ୟୁଜ୍ ) ୧୬ ମଇ,ଶନିବାର :- ଆଜକୁ ତିନି ଦିନ ତଳେ ଏକ 42ଜଣିଆ ଶ୍ରମିକ ଦଳ ନୟାଗଡ ଦେଇ ଛତିଶଗଡ ପ୍ରତ୍ୟାବର୍ତନ କରୁଥିବାବେଳେ ଇଟାମାଟି ଠାରେ ପୋଲିସ ସେମାନେଙ୍କୁ ଅଟକାଇଥିଲା । ଏହାପରେ ଜିଲ୍ଲା ପ୍ରଶାସନ ସେମାଙ୍କୁ ଆଣି ବଡ଼ଅପାଣ୍ଡୁସର ଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରଖି ନୟାଗଡ ବ୍ଲକ ତରଫରୁ ସେମାନଙ୍କର ଖାଇବା ପିଇବା ବ୍ୟବସ୍ଥା କରାଇଥିଲା ।
ଜିଲ୍ଲାପାଳ ଡ଼ା. ପୋମା ଟୁଡୁଙ୍କ ନିର୍ଦେଶ କ୍ରମେ ଆଜି ସେମାନଙ୍କୁ ଏକ ସ୍ୱତନ୍ତ୍ର ବସ ଯୋଗେ ଛତିଶଗଡ ପଠାଇ ଦିଆଯାଇଛି ଆଜି ସେମାନଙ୍କୁ ଦେବୋତ୍ତର ବିଭାଗ ତରଫରୁ ଖାଦ୍ୟ ପାନୀୟ ଯୋଗାଇ ଦିଆଯାଇଥିଲା । ନୟାଗଡ ଜିଲ୍ଲା ପ୍ରଶାସନ ଶ୍ରମିକ ମାନଙ୍କୁ ଛତିଶଗଡ଼ ପଠାଇଲା ଜିଲ୍ଲା ପ୍ରଶାସନ ର ଏଭଳି ଶ୍ରମିକ ସୁରକ୍ଷା କଲ୍ୟାଣ ଜନିତ କାର୍ଯ୍ୟଧାରାକୁ ସାଧାରଣରେ ପ୍ରଂଶସା କରାଯାଇଛି ।