No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ /୨୮ ମଇ ଶନିବାର/କଳାହାଣ୍ଡି :- କଳାହାଣ୍ଡି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ପୁଣି ଉତ୍କଟ ସମସ୍ୟା ସୃଷ୍ଟି କରୁଛି । ଅସହ୍ୟ ଖରା ତେଜରେ ଜନଜୀବନ ଅସ୍ତବ୍ୟସ୍ତ । ପାଣିର ଘୋର ଅଭାବ ସାଙ୍ଗକୁ ଆଗକୁ ପୁଣି ତାପମାତ୍ରା ବୃଦ୍ଧି ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କଲାଣି । ଜିଲ୍ଲା ରେ ଦୃତ ଗତିରେ ଜଙ୍ଗଲ କ୍ଷୟ ସହ ଭୂତଳ ଜଳ ସ୍ତର ହ୍ରାସ ନେଇ ଉଦବେଗ ପ୍ରକାଶ ପାଉଛି । ଅସହ୍ୟ ଖରାରେ ସାଧାରଣ ଲୋକଙ୍କ ଅବସ୍ଥା ଦୟନୀୟ ହେଉଛି ।ଦିନବେଳା ଲୋକେ ଘରେ ନ ରହି ଗଛ ଛାଇରେ ବିଶ୍ରାମ ନେବା ଦେଖାଯାଉଛି । ନର୍ଲା ଅଞ୍ଚଳର ସାନ୍ଦୁଲ ନଦୀ ସହ ଅନେକ ନଦୀ, ନାଳ, ପୋଖରୀ ଶୁଖିଲା ପଡ଼ିଛି ।
ଗାଧୋଇବା ଦୂରେ ଥାଉ ଗୃହପାଳିତ ପଶୁଙ୍କ ପାଇଁ ପାଣି ପାଇବା କଷ୍ଟକର ହୋଇଛି । କିଛି ଦିନ ତଳେ କାଳବୈଶାଖୀ ହେବାର ପରେ ପରେ ଟାଣ ଖରାକୁ ନେଇ ପାଣିପାଗ ବିଗିଡି ଗଲା ବୋଲି ଲୋକେ କୁହାକହି ହେଉଛନ୍ତି । ଆଗକୁ ଆହୁରି ତାପମାତ୍ରା ବୃଦ୍ଧି ପାଇଲେ ସାଧାରଣ ଲୋକଙ୍କ ଅବସ୍ଥା ଗୁରୁତର ହେବ। ପ୍ରଶାସନ ଏଥିପାଇଁ ଜନସାଧାରଣଙ୍କୁ ସଚେତନ କରାଇ ଅଂଶୁଘାତର ମୁକାବିଲା ପାଇଁ ବ୍ୟାପକ ପ୍ରସ୍ତୁତି କରାଇବାକୁ ଦାବି ହେଉଛି ।
No Result
View All Result