ଓଡ଼ିଶା ତାଜା ନ୍ୟୁଜ୍ /୨୭ ମଇ ଶୁକ୍ରବାର/କଳାହାଣ୍ଡି :- କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ ଅନ୍ତର୍ଗତ ବାଲସିଙ୍ଗା ପଞ୍ଚାୟତର ତେର୍ଲୋ ଗ୍ରାମ ଠାରୁ ମୁନିଗୁଡା ପଡ଼ାକୁ ସଂଯୋଗ କରୁଥିବା ରାସ୍ତା ସ୍ଥାନୀୟ ଲୋକଙ୍କ ଶିକ୍ଷା ସ୍ଵାସ୍ଥ୍ୟର ଗମନାଗମନ ପାଇଁ ଜଡ଼ିତ । ତେବେ ଏହି ରାସ୍ତା ନିର୍ମାଣ ପାଇଁ ରାଜନେତା ମାନଙ୍କ ପ୍ରତିଶ୍ରୁତି ପାଣିର ଗାର । ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ପଡାବାସୀ ସବୁ ଦିନିଆ ରାସ୍ତାଟିଏ ଓ ପୋଲ ଖଣ୍ଡିକ ପାଇବାରେ ସାତ ସପନ ପାଲଟିଛି । ଏହି ରାସ୍ତା ନିର୍ମାଣରେ ସରକାରଙ୍କ ଯୋଜନାରୁ ଲକ୍ଷ ଲକ୍ଷ ଟଙ୍କା ହରିଲୁଟ ହେବା ସହ ମାଟି ଓ ମୋରମ ମଧ୍ୟରେ କାମ ହଜିଯାଉଛି ।
ତେର୍ଲୋ ଗ୍ରାମ ଠାରୁ ମୁନିଗୁଡା ପଡ଼ା ପର୍ଯ୍ୟନ୍ତ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା କଳାହାଣ୍ଡି ଅନୁଦାନ ପଞ୍ଚମ ରାଜ୍ୟ ଅର୍ଥ କମିଶନ ତରଫରୁ ୧୨ ଲକ୍ଷ, ୫୧ ହଜାର ୩ ଶହ ୪ ଟଙ୍କା ରାସ୍ତାର ଉନ୍ନତି କରଣ ପାଇଁ ବ୍ୟୟ ବରାଦ ହୋଇଛି । ଏହି ରାସ୍ତା ନିର୍ମାଣରେ ରାସ୍ତାର ସ୍ଥାୟିତ୍ବ ନେଇ ପ୍ରଶ୍ନ ଉଠିଛି । ଏହା ଜନସାଧାରଣଙ୍କ ପ୍ରଗତି ପଥରେ ନା ସଂପୃକ୍ତ ବିଭାଗ ନା ଠିକାଦାରଙ୍କ ମଧୁ ଚନ୍ଦ୍ରିକା ପଥରେ ବୋଲି ସାଧାରଣରେ ଆଲୋଚନା ହେଉଛି ।
ଗତ ୨୬/୧୨/୨୦୨୧ରେ ରାସ୍ତା ଆରମ୍ଭ ହେବା କଥା ତେବେ ନିମ୍ନମାନର ମୋରମ ଓ ମାଟି ପଡ଼ି ରହିଛି । ୫ ମାସ ହେଲା ମୋରମ ଓ ମାଟି ପଡ଼ି ରହିଛି ବୋଲି ମୁନିଗୁଡା ପଡ଼ା ବାସୀ ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ ଆଣିଛନ୍ତି । ୱ।ର୍ଡ ନଂ ୧୧ ପଡ଼ା ବାସୀ ଦିନ ମାଝୀ, ଲକ୍ଷ୍ମଣ ମାଝୀ, ଧର୍ମାନନ୍ଦ ସା, କୁମୁଦ ନାଏକ, ବିଶାଖା ମାଝୀ, ତରୁଣୀ ମାଝୀ ପ୍ରମୁଖ ଆମକୁ ମୁନିଗୁଡା ପଡ଼ା ରାସ୍ତାର ନାଳ ଉପରେ ପୋଲ ଖଣ୍ଡିକ ପ୍ରଥମେ ଓ ପରେ ରାସ୍ତା ପାଇଁ ଦାବି କରିଛନ୍ତି ।













