odishatazanews.com, whatsApp – 9938341180, ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com
ନୟାଗଡ଼ ଜିଲ୍ଲା /ଗୋଡିପଡାରିପୋର୍ଟ /ରାମକୃଷ୍ଣ ରଥ (ଓଡିଶା ତାଜା ନ୍ୟୁଜ୍ )୧୬ ମଇ, ଶନିବାର :- ଗୋଡିପଡା, ଯେଉଁ ମାଟି ଦିନେ ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳନ ରେ ପ୍ରମୁଖ ଭୂମିକା ଗ୍ରହଣ ଓଡିଶା ର ନାମକୁ ଭାରତୀୟ ଦରବାରରେ ନୟାଗଡ ଜିଲ୍ଲାନାମକୁ ମହିମାମଣ୍ଡିତ କରିଥିଲା ସେଇ ପବିତ୍ର ମାଟିରେ କିଛି ନିସ୍ଵାର୍ଥ ପର ସମାଜସେବୀ ଏପରିକି ସମାଜ ରକ୍ଷକ ତଥା କର୍ତବ୍ୟନିଷ୍ଠ ପୋଲିସ ଅଧିକାରୀଙ୍କ ବ୍ୟକ୍ତିଗତ ଉଦ୍ୟମରେ ପରିବେଶର ସୁରକ୍ଷା କବଚ ଭାବେ ପରିଚିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଛି ଯାହାକୁ ସାଧାରଣ ରେ ପ୍ରଂଶସା କରାଯାଇଛି ।
ହଟକେଶ୍ୱର ମଶାଣି ଠାରେ ବର, ଅଶ୍ବସ୍ଥ ଗଛ ଲଗାଯାଇଥିବା ବେଳେ ଗୋଡିପଡା ପୋଲିସ ଫାଣ୍ଡି ଠାରେ ଅଶୋକ ଗଛକୁ ରୋପଣ କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମ କୁ ଏଠାକାର ଫାଣ୍ଡି ଅଧିକାରୀ ଶତପଥୀ ସାର ଙ୍କ ସମେତ ସୁନାମଧନ୍ୟ ସଂଗୀତକାର ତଥା ସମାଜସେବୀ ସୁବାଷ ଚନ୍ଦ୍ର ନାୟକ, ବିଶିଷ୍ଟଆଇନଜ୍ଞ ପ୍ରଭାତ କୁମାର ପୃଷ୍ଟିଙ୍କ ସମେତ ବିଶିଷ୍ଟ ସମାଜସେବୀ ଗୁଣ୍ଡିଚା ସ୍ୱାଇଁ ପ୍ରମୁଖ ଆଗେଇ ନେବା ସହ ଆଗାମୀଦିନରେ ଏହି ଜନହିତକର କାର୍ଯ୍ୟ ଜାରି ରହିବ ବୋଲି ସମାଜସେବୀ ସୁବାଷ ଚନ୍ଦ୍ର ନାୟକ ଙ୍କ ଠାରୁ ପ୍ରକାଶ ।