No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ /୨୬ ମଇ ଗୁରୁବାର/କଳାହାଣ୍ଡି :- କଳାହାଣ୍ଡି ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଚୋପଦାର ନର୍ଲା ବ୍ଲକ୍ ଅନ୍ତର୍ଗତ ଘଣ୍ଟମାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରି ପିଲାଙ୍କ ଶୈକ୍ଷିକ ସ୍ଥିତି ପରଖିଛନ୍ତି । ଶ୍ରୀ ଚୋପଦାର ବିଦ୍ୟାଳୟକୁ ପହଞ୍ଚି ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ଆଲୋଚନା କରିବା ସହ ଅଷ୍ଟମ ଶ୍ରେଣୀକୁ ଯାଇ ପାଠ ପଢ଼ାଇଥିଲେ । ପିଲାଙ୍କ ସହ ଭାବ ବିନିମୟ କରି ସେମାନଙ୍କ ଶୈକ୍ଷିକ ସ୍ଥିତିକୁ ନେଇ ସନ୍ତୋଷ ବ୍ୟକ୍ତ କରିଥିଲେ ।
ଏଥିସହ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ, ‘ପଢ଼ିବାକୁ ଶିଖିବା : ଶିଖିବାକୁ ପଢ଼ିବା’, ଶୈକ୍ଷିକ ପୁନରୁଦ୍ଧାର ଯୋଜନା, ମଧ୍ୟାହ୍ନ ଭୋଜନ, ମୋ ସ୍କୁଲ୍ ଅଭିଯାନ ଆଦି ସମସ୍ତ ଯୋଜନା ସଠିକ ଭାବେ କାର୍ଯ୍ୟକାରୀ କରି ପିଲାଙ୍କ ଭବିଷ୍ୟତ ଗଢ଼ିବାକୁ ପରାମର୍ଶ ଦେଇଥିଲେ । ଏହି ପରିଦର୍ଶନ ବେଳେ ବିଦ୍ୟାଳୟର ପ୍ରଧାନଶିକ୍ଷକ ତ୍ରିବିକ୍ରମ ଷଡ଼ଙ୍ଗୀଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ । ବୁରାଟ ସିଆରସିସି କେଦାରନାଥ ନାଗ ତଥା ନର୍ଲା ବିଇଓ ତପିମଣି ଜାନୀ, ଏବିଇଓ ଗୋବର୍ଦ୍ଧନ ମାଝୀ, ସୂର୍ଯ୍ୟଦେବ ବାଗ ପ୍ରମୁଖଙ୍କ ତତ୍ତ୍ୱାବଧାନରେ ବିଦ୍ୟାଳୟରେ ଶିକ୍ଷଣ ତଥା ଆନୁଷଙ୍ଗିକ କାର୍ଯ୍ୟକ୍ରମ ସଠିକ ଭାବରେ ଚାଲିଛି ବୋଲି ପ୍ରଧାନଶିକ୍ଷକ ପ୍ରକାଶ କରିଛନ୍ତି ।
No Result
View All Result