ସାହିତ୍ୟରେ ଜାତୀୟତା ପ୍ରସଙ୍ଗ ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ ବୋଲି ରାଜ୍ୟପାଳ କହିଛନ୍ତି । କବି ସମ୍ମିଳନୀରେ ଯୋଗଦେଇଥିବା କବିମାନଙ୍କୁ ରାଜ୍ୟପାଳ ଅଙ୍ଗବସ୍ତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି କବି ଡ. ହୃଷୀକେଶ ମଲ୍ଲିକ କାର୍ଯ୍ୟକ୍ରମରେ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ରାଜ୍ୟପାଳଙ୍କ ସଚିବ ଶାଶ୍ୱତ ମିଶ୍ର ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । କବି ସୁଚେତା ମିଶ୍ର, ସମରେନ୍ଦ୍ର ନାଥ ମହାପାତ୍ର,
ଅୟସକାନ୍ତ ମହାପାତ୍ର, ରକ୍ଷକ ନାୟକ, ମନୋରଞ୍ଜନ ପାଣିଗ୍ରାହୀ, ଗାୟତ୍ରୀବାଳା ପଣ୍ଡା, ସୁଜାତା ପରିଜା, ଇପ୍ସିତା ଷଡ଼ଙ୍ଗୀ, କେ. ଶ୍ୟାମବାବୁ ଦୋରା, ନରେନ୍ଦ୍ର କୁମାର ଭୋଇ, ପ୍ରୀତିଧାରା ସାମଲ, ଅଶୋକ କୁମାର ରାଉତ, ହରପ୍ରସାଦ ମହାପାତ୍ର, ଅମରେନ୍ଦ୍ର ମାଧବ ଦାସ, ଦେବପି୍ରୟ ପ୍ରିୟଦର୍ଶୀ ଚକ୍ର ଓ ରଜନୀ ରଣସିଂହ ଦେଶ ଆଧାରିତ କବିତାମାନ ପାଠ କରିଥିଲେ । ବିଶିଷ୍ଟ କବି ସୂର୍ଯ୍ୟ ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ରାଜ୍ୟପାଳଙ୍କ ଲୋକସଂପର୍କ ଅଧିକାରୀ ରକ୍ଷକ ନାୟକ ସ୍ୱାଗତ ଭାଷଣ ଦେଇଥିଲେ ।© 2023 Odisha Taza News.