odishatazanews.com, whatsApp – 9938341180, ph.7008991872, facebook – odishatazanews, ଲାଇକ୍ ଓ ସେୟାର – Mail – odishatazanews1@gmail.com
ଘଟଣା ସ୍ଥଳରେ ମଦ ଜବତକୁ ରଫା ଦଫା କରିବା ପାଇଁ ମଦ ବେପାରୀମାନେ ପୁଲିସକୁ ୨୫ ହଜାର ଟଙ୍କା ଲାଂଚ ଯାଚିଥିଲେ । ସେହି ଟଙ୍କାକୁ ମଧ୍ୟ ପୁଲିସ ଜବତ କରିଥିବା ଜଣାଯାଇଛି । ମଦ ସହ ଅଟୋକୁ ଜବତ କରିଥିଲା ପୁଲିସ । ୫୦ ଲିଟର ମଦ ଜବତ କରିଛି ।
ନୟାଗଡ ଜିଲ୍ଲା, ରଣପୁର /ରିପୋର୍ଟ /ଅଭିମନ୍ୟୁ (ଓଡିଶା ତାଜା ନ୍ୟୁଜ୍ ) ୧୬ ମଇ, ଶନିବାର :- ମହାମାରୀ କରୋନା ଯୋଗୁଁ ଏବେ ଲକ୍ ଡାଉନ ଜାରି ରହିଛି । ଯାହା ଫଳରେ ରାଜ୍ୟ ସରକାର ସମସ୍ତ ବିଦେଶୀ ମଦ ଦୋକାନକୁ ବନ୍ଦ ରଖିଛନ୍ତି । ବିଦେଶୀ ମଦ ଦୋକାନ ବନ୍ଦ ଥିବାରୁ ଏଥିରୁ ଫାଇଦା ଉଠାଇବା ପାଇଁ ଏବେ ଦେଶୀ ମଦ ଚୋରା ଚାଲାଣ ବୃଦ୍ଧି ପାଇଛି । ଗତକାଲି ରାତିରେ ରଣପୁର ଥାନା ଆଇ ଆଇ ସି ରଶ୍ମି ରଞ୍ଜନ ଦାଶ ବିଶେଷ ସୂତ୍ରରୁ ଖବର ପାଇ ରଣପୁର ରେ ୫୦ ଲିଟର ମଦ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଛି ।
କାଲି ସଂନ୍ଧ୍ୟାରେ ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ସିକୋ ଗ୍ରାମର ପାଚିଲା ଆମ୍ବ ସାହିର ୩ ଜଣ ଯୁବକ ଏକ ଅଟୋରେ ରଣପୁର ନିକଟସ୍ଥ ଲୁଣି ସାହି ଗ୍ରାମକୁ ଦେଶୀ ମଦ ନେବା ପାଇଁ ଆସିଥିଲେ । ଏ ସମ୍ପର୍କରେ ପୁଲିସ ଆଗୁଆ ଖବର ପାଇ ଦୁଇଟି ଟିମ୍ରେ ବିଭକ୍ତ ହୋଇ ସାଧା ପୋଷାକରେ ଅସୁରକୁମାରୀ ଛକ ଓ ଶଙ୍ଖମୂଳ ଛକ ଠାରେ ଅପେକ୍ଷା କରିଥିଲେ ।
ଚୋରା ଦେଶୀ ମଦ ବେପାରୀମାନେ ଏକ ଅଟୋରେ (ଙଊ-୩୩-ତ-୮୦୩୬) ୫୦ ଲିଟର ମଦ ଧରି ଦୃତ ଗତିରେ ରଣପୁର ଆଡେ ଆସୁଥିଲେ । ପୁଲିସ ସେମାନଙ୍କୁ ପିଛା କରି ମଦ ସହ ଅଟୋକୁ ଜବତ କରିଥିଲା । ଗିରଫ ଯୁବକମାନେ ହେଲେ ସିକୋ ପାଚିଲା ଆମ୍ବ ସାହିର ସନ୍ତୋଷ ସେଠୀ, ଅର୍ଜୁନ ପରିଡା, ପ୍ରତାପ ମହାରଣା, ଓ ଲୁଣି ସାହିର ମହେଶ୍ୱର ଦଳବେହେରା କୁ ଗିରଫ କରିଥିଲା । ଘଟଣା ସ୍ଥଳରେ ମଦ ଜବତକୁ ରଫା ଦଫା କରିବା ପାଇଁ ମଦ ବେପାରୀମାନେ ପୁଲିସକୁ ୨୫ ହଜାର ଟଙ୍କା ଲାଂଚ ଯାଚିଥିଲେ । ସେହି ଟଙ୍କାକୁ ମଧ୍ୟ ପୁଲିସ ଜବତ କରିଥିବା ଜଣାଯାଇଛି ।