• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଭକ୍ତ ଦାସିଆ ବାଉରୀ – ନଡ଼ିଆ …

Proprietor Abhimanyu Maharana by Proprietor Abhimanyu Maharana
May 24, 2022
in ଓଡ଼ିଶା, ପୁରୀ, ହୋମ୍
0
ଭକ୍ତ ଦାସିଆ ବାଉରୀ – ନଡ଼ିଆ …
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ /୨୪ ମଇ ମଙ୍ଗଳବାର/ପୁରୀ :- କେତେକ ଐତିହାସିକ ଓ ପୌରାଣିକ ତଥ୍ୟରୁ ଯାହା ଜଣାଯାଏ, ୧୫୦୦ ଶତାବ୍ଦୀ ବେଳକୁ ପୁରୀ ଜିଲ୍ଲାର ପିପିଲି ଅଞ୍ଚଳସ୍ଥ ବାଲିଗାଁରେ ଗୋଟିଏ ଗରୀବ ତନ୍ତୀ ପରିବାରରେ ଦାସିଆ ବାଉରୀ ଜନ୍ମ ଗ୍ରହଣ କରିଥିଲେ । ବାଲି ଗ୍ରାମର ଖଦାଳ ସାହିରେ ସେ ନିଜ ପରିବାର ସହ ବସବାସ କରୁଥିଲେ । ବାଲ୍ୟ କାଳରୁ ହିଁ ସେ ଜଣେ ଜଗନ୍ନାଥ ପ୍ରେମୀ ଥିଲେ । ନିଜ ପରିବାରର ପାରମ୍ପରିକ ବୁଣାକାର ବୃତ୍ତି ବ୍ୟତୀତ, ଜଗନ୍ନାଥ ଭଜନ ଓ ଜଣାଣ ଲେଖିବାରେ ମଧ୍ୟ ତାଙ୍କର ରୁଚିଥିଲା । ଏହା ବ୍ୟତୀତ ସେ ଭାଗବତ, ଚଉତିସା ଓ ଭକ୍ତି ମାଳିକା ଭଳି ଗ୍ରନ୍ଥ ମଧ୍ୟ ରଚନା କରିଥିଲେ । ସେହି ସମୟରେ ଗାଁ ଗହଳିରେ ସନ୍ଧ୍ୟା ସମୟରେ ଭାଗବତ ବାଣୀ ପ୍ରବଚନ ଦିଆଯାଉଥିଲା ।

ତେଣୁ ଗାଁ ଲୋକେ ସମ୍ମିଳିତ ଭାବେ ଏକାଠି ବସି ଭାଗବତ ପ୍ରବଚନ ଶୁଣୁଥିଲେ । କିନ୍ତୁ ନୀଚ ଓ ଅଛୁଆଁ ଜାତିରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତିଙ୍କୁ ସେଠାରେ ପ୍ରବେଶ ନିଷେଧ ଥିଲା । ଫଳ ସ୍ୱରୂପ ଦାସିଆ ବାଉରୀକୁ ମଧ୍ୟ ସେହି ସାମାଜିକ କୁପ୍ରଥାର ଶିକାର ହେବାକୁ ପଡ଼ିଥିଲା । କିନ୍ତୁ ଆଧ୍ୟାତ୍ମିକ ଚେତନାବାଦୀ ଦାସିଆ ବାଉରୀଙ୍କୁ ଏହାର କିଛି ପ୍ରଭାବ ପଡ଼ିନଥିଲା । ପ୍ରବଚନ ସ୍ଥଳୀର ଅନତି ଦୂରରୁ ଜଣେ ଉତ୍ସାହୀ ଶ୍ରୋତା ଭାବରେ ସେ ପ୍ରବଚନ ଶୁଣୁଥିଲେ । ଆନେକ ପୂରାଣ ଓ କିମ୍ବଦନ୍ତୀରେ ଭକ୍ତ ଦାସିଆ ବାଉରୀ ଓ ଭଗବାନଙ୍କ ଭାବ ସମ୍ପର୍କରେ ଅନେକ କିଛି ବର୍ଣ୍ଣିତ ହୋଇଛି । ଦାସିଆ ବାଉରୀର ଭାବ “ପୁରାଣରେ ବର୍ଣ୍ଣିତ ତଥ୍ୟ ଅନୁସାରେ, ଥରେ ବାଲି ଗ୍ରାମ ଶାସନର ଲୋକେ ପ୍ରଭୁଙ୍କ ରଥ ଯାତ୍ରା ଦେଖିବା ନିମନ୍ତେ ପୁରୀ ଯାଇଥିଲେ ।

ଆର୍ଥିକ ଆଭାବ ଯୋଗୁଁ ଭକ୍ତ ଦାସିଆ ସେଦିନ ପୁରୀ ଯାଇପାରିନଥିଲେ । ତେଣୁ ସେ ନିଜ ଗ୍ରାମର ଲୋକଙ୍କ ହାତରେ ପ୍ରଭୁଙ୍କ ନିକଟକୁ ନଡ଼ିଆଟିଏ ପଠାଇଥିଲେ । ଏବଂ ଅରୂଣ ସ୍ତମ୍ଭ ଆଗରେ ଠିଆହୋଇ, ଦାସିଆ ବାଉରୀର ନାଁ ନେଇ ପ୍ରଭୁଙ୍କୁ ନଡ଼ିଆ ଦେବାପାଇଁ ସେ ନିଜ ଗାଁ ଲୋକଙ୍କୁ ଅନୁରୋଧ କରିଥିଲେ । ଗାଁ ଲୋକେ ଅରୂଣ ସ୍ତମ୍ଭ ଆଗରେ ଠିଆ ହୋଇ, ଦାସିଆ ବାଉରୀର ନାଁ ଉଚ୍ଚାରଣ କରି ଯେମିତି ପ୍ରଭୁଙ୍କୁ ନିବେଦନ କରିଥିଲେ, ଶୁନ୍ୟରେ ନଡ଼ିଆଟି ସେମାନଙ୍କ ହାତରୁ ଚାଲିଯାଇଥିଲା । ଏହା ଦେଖି ଗାଁ ଲୋକେ ଆଚମ୍ବିତ ହୋଇଯାଇଥିଲେ ।” ଏହା ଥିଲା ଭକ୍ତ ଦାସିଆଙ୍କର ପ୍ରଭୁଙ୍କ ପ୍ରତିଥିବା ନିଷ୍ଠାପର ଭକ୍ତିଭାବ । ସାମାନ୍ୟ ଭକ୍ତିଭାବ ବଳରେ ଦାସିଆ ବାଉରୀ ପ୍ରଭୁ ହରିଙ୍କ ଯେମିତି କରୁଣାର ପାତ୍ର ହୋଇପାରିଥିଲା, ତାହା ଅନେକ ସାଧୁ, ସନ୍ଥ ଓ ତପସ୍ୱୀମାନଙ୍କ ପାଇଁ ଏକ ସ୍ୱପ୍ନ ସଦୃଶ୍ୟ ।

ଦାସିଆ ବାଉରୀଙ୍କୁ ଜଗନ୍ନାଥଙ୍କ ଡାକରା”ପୁରାଣରେ ବର୍ଣିତ ତଥ୍ୟ ଅନୁସାରେ, ଦିନେ ଦ୍ୱିପ୍ରହରରେ ଭକ୍ତ ଦାସିଆ ଜଗନ୍ନାଥଙ୍କ ଜଣାଣ ଲେଖିବାରେ ମଗ୍ନ ହୋଇଯାଇଥିଲେ । ହଠାତ୍ ସେହି ସମୟରେ ଦାସିଆଙ୍କ ପତ୍ନୀ ମାଳତୀ ଆସି, ରାଗରେ ଘରର ଅସୁବିଧା ବିଷୟରେ ଦାସିଆଙ୍କୁ କହିଥିଲେ । ଏପରିକି କିଛିଦିନ ଧରି ନିଜେ ନଖାଇ, ପତିଙ୍କୁ କେମିତି ଖାଇବାକୁ ପରସୁଥିଲେ ସେ କଥା ମଧ୍ୟ ସେ ବ୍ୟଖ୍ୟା କରିଥିଲେ । ନିଜ ସ୍ତ୍ରୀଙ୍କ ଏହି ତ୍ୟାଗ ଶୁଣିବା ପରେ ଦାସିଆ ନିଜ ଆପାରଗ ସ୍ୱାମୀ ପଣିଆକୁ ଅନୁଭବ କରି ପତ୍ନୀଙ୍କୁ ବାପଘର ଯାଇ ଖୁସିରେ ରହିବା ପାଇଁ କହିଦେଇଥିଲେ । ଘର ଭିତରେ ସ୍ୱାମୀ ସ୍ତ୍ରୀଙ୍କ ଏହି ଝଗଡ଼ା ସମୟରେ, କେହିଜଣେ ହଠାତ୍ ବାହାରୁ “ଦାସିଆ ! ଦାସିଆ ! ବୋଲି ଡାକ ଦେବାର ସେମନେ ଶୁଣିବାକୁ ପାଇଲେ ।

ଘରୁ ବାହାରକୁ ଯାଇ ଦେଖିବା ବେଳେ, ସେହି ଗାଁର ମୁଖିଆ ଜଣକ ଦାସିଆଙ୍କୁ ଡାକୁଥିଲେ । ମୁଖିଆଙ୍କୁ ଆସିବାର କାରଣ ପଚାରିବା କ୍ଷଣି, ମୁଖିଆ ଜଣକ ନିଜ ସହ ଆଣିଥିବା କିଛି ଚାଉଳ ଏବଂ କଉଡ଼ି ଦାସିଆ ହାତରେ ଧରାଇ ଦେଇଥିଲେ ଏବଂ ରଥଯାତ୍ରା ଦେଖିଯିବା ନିମନ୍ତେ ତାଙ୍କ ପାଇଁ ଖଣ୍ଡିଏ ନୂଆ କପଡ଼ା ତିଆରି କରିବା ପାଇଁ ଦାସିଆଙ୍କୁ ଆନୁରୋଧ କରିଥିଲେ । ଏ କଥା ଶୁଣି ଦାସିଆ ନିଜକୁ ଅଟକାଇ ପାରି ନଥିଲେ, ଏବଂ ନିଜ ଗାଁ ମୁଖିଆଙ୍କ ସହ ରଥଯାତ ଦେଖିବା ପାଇଁ ଯିବା ନିମନ୍ତେ ତଙ୍କୁ ଆନୁରୋଧ କରିଥିଲା । ଦାସିଆଙ୍କ ଆନୁରୋଧ ରକ୍ଷା କରି, ମୁଖିଆ ଜଣକ ଦୁହେଁ ମିଶି ରଥଯାତ୍ରା ଦେଖିବା ପାଇଁ ଯିବା ନିମନ୍ତେ ଖୁସିରେ ରାଜି ହୋଇଯାଇଥିଲେ । ଏହା ପରେ ଭକ୍ତ ଦାସିଆ ଖୁସିରେ ବିଭୋର ହୋଇ, ପତ୍ନୀଙ୍କ ପାଖକୁ ଯାଇ ସବୁ କିଛି ଘଟଣା ସମ୍ପର୍କରେ ବ୍ୟଖ୍ୟା କରିଥିଲେ ।

ପରୋକ୍ଷରେ ହେଉ ବା ପ୍ରତ୍ୟକ୍ଷରେ ଠାକୁର ଆସି ସେମାନଙ୍କ ଦୁଖ ଓ ସମସ୍ୟାକୁ କ୍ଷଣମାତ୍ରେ କେମିତି ସମାଧାନ କରିଦେଲେ ଏବଂ ତାହା କିପରି କଳ୍ପନା ବାହାରେ ଥିଲା ତାହା ସେ ଜଣାଇଥିଲେ । ପୁରୀ ମହାରାଜାଙ୍କୁ ପ୍ରଭୁ ଜଗନ୍ନାଥଙ୍କ ସ୍ୱପ୍ନାଦେଶ ଗରୀବ ଓ ଦାରିଦ୍ର୍ୟତା ଯୋଗୁଁ ଦିନେ ରାତିରେ ଦାସିଆଙ୍କ ଘରେ ଭୋଜନ ନିମନ୍ତେ କିଛି ନଥିଲା । ଫଳରେ ଭୋକରେ ରହି ରାତି କାଟି ଦେବାପାଇଁ ସେମନେ ବସି ବିଚାର କରୁଥିଲେ । ଠିକ ଏହି ସମୟରେ ଛଦ୍ମବେଶୀ ପ୍ରଭୁ ଜଗନ୍ନାଥ, ଅତିଥି ରୂପରେ ଦାସିଆଙ୍କ ଘରେ ବିଜେ ହୋଇଥିଲେ ଏବଂ ନିଜ ପେଟର ଭୋକ ମେଣ୍ଟାଇବା ପାଇଁ କିଛି ଭୋଜନ ନିମନ୍ତେ ପ୍ରାର୍ଥନା କରିଥିଲେ । ଭୋକିଲା ଆତିଥିଙ୍କୁ ଭୋଜନ ପରସିବା ପାଇଁ, ସେଦିନ ଦାସିଆ ଘରେ ଶାଗ କୂଟାଟିଏ ମଧ୍ୟ ନଥିଲା । ଶେଷରେ, ଦାସିଆଙ୍କ ପତ୍ନୀ ବହୁ କଷ୍ଟରେ ଘରେ ପଡ଼ିରହିଥିବା କିଛି ବଳକା ଚାଉଳରେ ଭାତ ତିଆରି କରି, ଅତିଥି ଜଣଙ୍କୁ ପରସିଥିଲେ । ଅତି ସନ୍ତୋଷରେ ରାତ୍ରୀ ଭୋଜନ କରି, ଅତିଥି ଜଣକ ଖୁସିରେ ଚାଲିଯାଇଥିଲେ ।

ଠିକ୍ ସେହିଦିନ ରାତ୍ରୀରେ, ପୁରୀ ମହାରାଜାଙ୍କୁ ଦାସିଆ ବାଉରୀ ଘରକୁ ଖାଦ୍ୟ ପହଞ୍ଚାଇବାର ବ୍ୟବସ୍ଥା କରିବା ନିମନ୍ତେ ସ୍ୱପ୍ନାଦେଶ ହୋଇଥିଲା । ସେହିଦିନଠାରୁ, ପ୍ରତିଦିନ ମହାରଜାଙ୍କଦ୍ୱାରା ଦାସିଆ ଘରକୁ ଖାଦ୍ୟ ପଠାଇବାର ବ୍ୟବସ୍ଥା କରାଗଲା । ସେହି ପରମ୍ପରା ଅନୁଯାୟୀ, ଆଜି ମଧ୍ୟ ଶ୍ରୀ ମନ୍ଦିରରେ ଶ୍ରୀ ଜିଉଙ୍କ ଭୋଗ ଲାଗି ହେବାପରେ, ପ୍ରଥମ ଭୋଗ ଭକ୍ତ ଦାସିଆ ବାଉରୀଙ୍କୁ ଅର୍ପଣ କରାଯାଇଥାଏ । ଦାସିଆ ବାଉରୀଙ୍କ ସ୍ତ୍ରୀଙ୍କୁ ପୋଖରୀରେ ରଥଯାତ୍ରା ଦର୍ଶନ କରାଇବା- ଆର୍ଥିକ ଦୂରାବସ୍ଥା ଯୋଗୁଁ, ବଡ଼ ଠାକୁରଙ୍କ ରଥଯାତ୍ରା ଦେଖିବାର ସୁଯୋଗରୁ ବଞ୍ଚିତ ହୋଇ ଆସୁଥିବା ଯୋଗୁଁ, ଦାସିଆଙ୍କ ପତ୍ନୀ ଦିନେ ଦୁଖଃରେ ଘର ଭିତରେ ମନ ମାରି ବସିଥିଲେ । ସ୍ତ୍ରୀଙ୍କୁ ଦୁଖଃର କାରଣ ପଚରିବା ମତ୍ରେ, ପତ୍ନୀ ମାଳତୀ ଦାସିଆଙ୍କୁ ରଥାରୂଢ଼ ତିନି ଠାକୁରାଙ୍କ ଦର୍ଶନ କରାଇବା ପାଇଁ ଗୁହାରୀ କରିଥିଲେ ।

ଫଳରେ ଦାସିଆ ନିଜ ପତ୍ନୀଙ୍କୁ ଗାଁ ମୁଣ୍ଡରେ ଥିବା ଗୋଠଗାଡ଼ିଆ ପୋଖୋରୀ କୂଳକୁ ନେଇ, ପୋଖରୀ ଜଳରାଶିରେ ସ୍ତ୍ରୀଙ୍କୁ ରଥଯାତ୍ରାର ଦୃଶ୍ୟ ଦର୍ଶନ କରାଇଥିଲେ । ଦାସିଆଙ୍କ ସାକ୍ଷାତ ନିମନ୍ତେ ପଞ୍ଚସଖାଙ୍କ ବାଲିଗ୍ରାମ ଗସ୍ତ  ପତ୍ନୀ ମାଳତୀଙ୍କୁ ପୋଖରୀ ଜଳରେ ରଥଯାତ୍ରା ଦର୍ଶନ କରାଇବା ଘଟଣା ଚାରିଆଡ଼େ ପ୍ରଚାର ହୋଇଗଲା । ଏ କଥା ଶୁଣି, ଦିନେ ସେ ସମୟର ପଞ୍ଚସଖା ଯଥା, ଜଗନ୍ନାଥ ଦାସ, ବଳରାମ ଦାସ, ଅନନ୍ତ ଦାସ, ଅଚ୍ୟୁତ ଦାସ ଓ ଯଶୋବନ୍ତ ଦାସ କାହାରିକୁ ନଜଣାଇ ଦାସିଆ ବାଉରୀକୁ ପରଖିବା ପାଇଁ ବାଲି ଗ୍ରାମକୁ ଆସିଥିଲେ । ସେହି ସମୟରେ ଦାସିଆ ବାଉରୀ ଗାଁ ମୁଣ୍ଡ ଗୋଠଗାଡ଼ିଆ ପୋଖରୀ କୁଳରେ ଜଗନ୍ନାଥଙ୍କୁ ଧ୍ୟାନ କରି ବସିଥିଲେ ।

ପ୍ରକୃତରେ ଦାସିଆ ହରିଙ୍କୁ ଚିହ୍ନି ପାରିଛି କି ନାହିଁ ଜାଣିବା ପାଇଁ ସେଦିନ ପଞ୍ଚସଖା ଦାସିଆଙ୍କୁ ପରୀକ୍ଷା କରିଥିଲେ ଓ ଭଗବାନଙ୍କ ଦଶାବତାର ଦର୍ଶନ କରାଇବା ପାଇଁ ଆଦେଶ କରିଥିଲେ । ପଞ୍ଚସଖାଙ୍କ ଆଦେଶ କ୍ରମେ, ଦାସିଆ ବାଉରୀ ସେମାନଙ୍କୁ ସେହି ପୋଖରୀ ଜଳରାଶିରେ ଭଗବାନଙ୍କ ଦଶାବତାର ଦର୍ଶନ କରାଇଥିଲେ । ଏଥିରେ ମୁଗ୍ଧ ହୋଇ ପଞ୍ଚସଖା, ଦାସିଆଙ୍କୁ ବିନା ଦ୍ୱିଧାରେ ସେମାନଙ୍କର ଶିଷ୍ୟ ରୂପରେ ଗ୍ରହଣ କରିନେଇଥିଲେ । ସେହିଦିନ ଠାରୁ ଦାସିଆ ବାଉରୀ, ବାଳିକା ଦାସ ନାମରେ ମଧ୍ୟ ପରିଚିତ ହେଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ତିନିରଥର ସିଂହାସନ ବେଦୀ ନିର୍ମାଣ ଶେଷ ପର୍ଯ୍ୟାୟରେ : ବେଦୀରେ ପଟା ପଡ଼ିବା କାର୍ଯ୍ୟ ଜାରୀ

ତିନିରଥର ସିଂହାସନ ବେଦୀ ନିର୍ମାଣ ଶେଷ ପର୍ଯ୍ୟାୟରେ : ବେଦୀରେ ପଟା ପଡ଼ିବା କାର୍ଯ୍ୟ ଜାରୀ

June 28, 2026
ଭାରତର ସର୍ବବୃହତ ଆନିମେସନ୍‌ ଟ୍ରେଲର ଉନ୍ମୋଚନ ସହିତ ମହାପ୍ରଭୁ ଜଗନ୍ନାଥ ଇତିହାସ ରଚିଲେ

ଭାରତର ସର୍ବବୃହତ ଆନିମେସନ୍‌ ଟ୍ରେଲର ଉନ୍ମୋଚନ ସହିତ ମହାପ୍ରଭୁ ଜଗନ୍ନାଥ ଇତିହାସ ରଚିଲେ

June 28, 2026
ପୁନଃଅବସ୍ଥାପିତ ହେଲେ ବରିଷ୍ଠ ଅଧ୍ୟାପକ ଡ଼ ବାନାମ୍ବର ପୃଷ୍ଟି

ପୁନଃଅବସ୍ଥାପିତ ହେଲେ ବରିଷ୍ଠ ଅଧ୍ୟାପକ ଡ଼ ବାନାମ୍ବର ପୃଷ୍ଟି

June 28, 2026
ରାଜସୁନାଖଳା ଫାଣ୍ଡିରେ ଯୋଗ ଦେଲେ ନୂତନ ଅଧିକାରୀ

ରାଜସୁନାଖଳା ଫାଣ୍ଡିରେ ଯୋଗ ଦେଲେ ନୂତନ ଅଧିକାରୀ

June 28, 2026

Recent News

ତିନିରଥର ସିଂହାସନ ବେଦୀ ନିର୍ମାଣ ଶେଷ ପର୍ଯ୍ୟାୟରେ : ବେଦୀରେ ପଟା ପଡ଼ିବା କାର୍ଯ୍ୟ ଜାରୀ

ତିନିରଥର ସିଂହାସନ ବେଦୀ ନିର୍ମାଣ ଶେଷ ପର୍ଯ୍ୟାୟରେ : ବେଦୀରେ ପଟା ପଡ଼ିବା କାର୍ଯ୍ୟ ଜାରୀ

June 28, 2026
ଭାରତର ସର୍ବବୃହତ ଆନିମେସନ୍‌ ଟ୍ରେଲର ଉନ୍ମୋଚନ ସହିତ ମହାପ୍ରଭୁ ଜଗନ୍ନାଥ ଇତିହାସ ରଚିଲେ

ଭାରତର ସର୍ବବୃହତ ଆନିମେସନ୍‌ ଟ୍ରେଲର ଉନ୍ମୋଚନ ସହିତ ମହାପ୍ରଭୁ ଜଗନ୍ନାଥ ଇତିହାସ ରଚିଲେ

June 28, 2026
ପୁନଃଅବସ୍ଥାପିତ ହେଲେ ବରିଷ୍ଠ ଅଧ୍ୟାପକ ଡ଼ ବାନାମ୍ବର ପୃଷ୍ଟି

ପୁନଃଅବସ୍ଥାପିତ ହେଲେ ବରିଷ୍ଠ ଅଧ୍ୟାପକ ଡ଼ ବାନାମ୍ବର ପୃଷ୍ଟି

June 28, 2026
ରାଜସୁନାଖଳା ଫାଣ୍ଡିରେ ଯୋଗ ଦେଲେ ନୂତନ ଅଧିକାରୀ

ରାଜସୁନାଖଳା ଫାଣ୍ଡିରେ ଯୋଗ ଦେଲେ ନୂତନ ଅଧିକାରୀ

June 28, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ତିନିରଥର ସିଂହାସନ ବେଦୀ ନିର୍ମାଣ ଶେଷ ପର୍ଯ୍ୟାୟରେ : ବେଦୀରେ ପଟା ପଡ଼ିବା କାର୍ଯ୍ୟ ଜାରୀ

ତିନିରଥର ସିଂହାସନ ବେଦୀ ନିର୍ମାଣ ଶେଷ ପର୍ଯ୍ୟାୟରେ : ବେଦୀରେ ପଟା ପଡ଼ିବା କାର୍ଯ୍ୟ ଜାରୀ

June 28, 2026
ଭାରତର ସର୍ବବୃହତ ଆନିମେସନ୍‌ ଟ୍ରେଲର ଉନ୍ମୋଚନ ସହିତ ମହାପ୍ରଭୁ ଜଗନ୍ନାଥ ଇତିହାସ ରଚିଲେ

ଭାରତର ସର୍ବବୃହତ ଆନିମେସନ୍‌ ଟ୍ରେଲର ଉନ୍ମୋଚନ ସହିତ ମହାପ୍ରଭୁ ଜଗନ୍ନାଥ ଇତିହାସ ରଚିଲେ

June 28, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version