No Result
View All Result
ରଣପୁର (ଓଡିଶା ତାଜାନ୍ୟୁଜ ) ନି. ପ୍ର :- ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳାସ୍ଥିତ ମୋ ପ୍ରିୟ ରାଜସୁନାଖଳା ଯୁବ କମିଟି ସଂଯୋଜକ ସଚିକାନ୍ତ ଷଡ଼ଙ୍ଗୀଙ୍କ ଦ୍ୱାରା ଆୟୋଜିତ ରକ୍ତଦାନ ଶିବିର ଶନିବାର ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଯାଇଅଛି ! ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଜଗଦୀଶ ଜେନା, ଫାଣ୍ଡି ଅଧିକାରୀ ସ୍ୱାଗତ କୁମାର ଦାସ ଓ ଆଶୁତୋଷ ସାମନ୍ତରାୟ ପ୍ରମୁଖ ଯୋଗଦେଇ ରକ୍ତଦାନ ଶିବିରକୁ ଶୁଭ ଉଦଘାଟନ କରିଥିଲେ !

ଏହି ଅବସରରେ ରାଜସୁନାଖଳା ଡାକ୍ତରଖାନା ଛକରେ ଥିବା ନୂତନ ସେଲ୍ଫି ପଏଣ୍ଟକୁ ଲୋକାର୍ପଣ କରିଥିଲେ ! ଏହି ରକ୍ତଦାନ ଶିବିରରେ ସ୍ଥାନୀୟ ଅଞ୍ଚଳରୁ ୧୦୦ଉର୍ଦ୍ଧ ବହୁ ଯୁବକ, ସାମ୍ବାଦିକ,ମହିଳା, ସ୍ୱେଚ୍ଛା ସେବୀମାନେ ଯୋଗଦେଇ ସ୍ଵେଛା କୃତ ଭାବେ ରକ୍ତ ଦାନ କରିଥିବାବେଳେ ପ୍ରାୟ ୧୦୦ରୁ ଉର୍ଦ୍ଧ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ! ଡାକ୍ତର ସତ୍ୟରଞ୍ଜନ ପ୍ରଧାନ, ଅଜୟ କୁମାର ପଟ୍ଟନାୟକ, ଲ୍ୟାବ ଟେକ୍ନିସିଆନ ପବିତ୍ର ମୋହନ ସାହୁ, ସରୋଜ କୁମାର ସାହୁ,ରାଜଶ୍ରୀ ନାୟକ, ଜିତେନ୍ଦ୍ର ସେଠୀ ଓ ମାନସ ବେହେରା ପ୍ରମୁଖ ରକ୍ତଦାନ ଶିବିରକୁ ପରିଚାଳନା କରିଥିଲେ !

ସମାଜରେ ସ୍ୱାସ୍ଥ୍ୟ ସେବାକୁ ସୁଦୃଢ଼ କରିବା ଏବଂ ମୂଲ୍ୟବାନ ଜୀବନ ବଞ୍ଚାଇବାକୁ ଏହାର ଲକ୍ଷ ବୋଲି ମୁଖ୍ୟଅତିଥି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ କହିଥିଲେ ! ରକ୍ତଦାନ ହେଉଛି ଏକ ମହତ ଓ ଜୀବନ ରକ୍ଷାକାରୀ କାର୍ଯ୍ୟ ଏବଂ ରକ୍ତର ଅଭାବରୁ ଦୂର କରିବା,ମୂଲ୍ୟବାନ ଜୀବନ ରକ୍ଷlକରିବା ଏହାର ଉଦେଶ୍ୟ ବୋଲି ମୋ ପ୍ରିୟ ରାଜସୁନାଖଳା ଯୁବ କମିଟି ସଂଯୋଜକ ସଚିକାନ୍ତ ଷଡ଼ଙ୍ଗୀଙ୍କ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ !

ଏହି କାର୍ଯ୍ୟକ୍ରମକୁ ଫକୀର ମୋହନ ସାମନ୍ତରାୟ, ନରୋତ୍ତମ ନାୟକ, ପ୍ରଶେଷ କୁମାର ଦାସ, ରଞ୍ଜନ ମିଶ୍ର, ସରୋଜ ମହାପାତ୍ର ଙ୍କ ସମେତ ମୋ ପ୍ରିୟ ରାଜସୁନାଖଳା କମିଟି ର ସମସ୍ତ ସଦସ୍ୟ ମାନେ ସହଯୋଗ କରି ପରିଚାଳନା କରିଥିଲେ !ମୋ ପ୍ରିୟ ରାଜସୁନାଖଳା ଯୁବ କମିଟି ଦ୍ୱାରା ଆୟୋଜିତ ରକ୍ତଦାନ ଶିବିରକୁ ସ୍ଥାନୀୟ ଅଞ୍ଚଳବାସୀ ଉଚ୍ଚ ପ୍ରଶଂସା କରିଛିନ୍ତି !

No Result
View All Result