No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ /୨୩ ମଇ ସୋମବାର/ କଳାହାଣ୍ଡି :- କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଳକ ଠାରୁ ୩ କିଲୋମିଟର ଦୂର ଜାମବାହାଲି ଛକଠାରେ ରବିବାର ଦିନ ଏକ ମାଓବାଦୀ ପୋଷ୍ଟର ଏକ ଗଛମୂଳରେ ଲଗାଯାଇଥିବା ଦେଖିବାକୁ ମିଳିଥିଲା । ଏଥିରେ ମ.ରାମପୁର ନିକଟ ତୁଯୁଙ୍ଗ ଠାରେ ଚାଲିଥିବା ଶ୍ରୀ ଏଜୁକେଶନ ଘରୋଇ ଶିକ୍ଷାନୁଷ୍ଠାନରେ ଛାତ୍ରୀ ମାନଙ୍କୁ ଯୈ।ନ ନିର୍ଯାତନା ଦିଆଯାଉଥିବାକୁ ନେଇ ପୋଲିସ ପ୍ରଶାସନ ଚୁପ ବସିଛି । ପୋଷ୍ଟରର ଉଲ୍ଲେଖ ଅନୁସାରେ ଆମେ ଦୁଇ ଥର ପୋଷ୍ଟର ଜରିଆରେ ସରକାରକୁ ଜଣେଇଥିଲୁ ଯେ ଶ୍ରୀ ଏଜୁକେଶନରେ ଛାତ୍ରୀମାନଙ୍କୁ ଯୈ।ନ ନିର୍ଯ୍ୟାତନା ଦିଆଯାଉଛି । ହେଲେ ସରକାର କିଛି ଶୁଣିଲେ ନାହିଁ ।
ଏଣୁ ଆମେ ବାଧ୍ୟ ହୋଇ ୪ ଦିନ ଭିତରେ ଆକ୍ରମଣ କରିବୁ ।ଏତତ ଦ୍ଵାରା ଜଣାଇ ଦିଆଯାଇଛି ଯେ କୈାଣସି ଛାତ୍ରଛାତ୍ରୀ କ’ଣ ହୁଅନ୍ତି ତାହେଲେ ଆମେ ଦାୟୀ ନୋହୁଁ । ୧୦ ଦିନ ଭିତରେ ଉଡେଇ ଦେବୁ । ସିପିଆଇ (ମାଓବାଦୀ) ଉଲ୍ଲେଖ ରହିଛି । ତେବେ ଗତ ମାସ ଅପ୍ରେଲ ୧୪ ଓ ପରେ ୧୭ ତାରିଖରେ ଏହି ଶିକ୍ଷାନୁଷ୍ଠାନକୁ ଟାର୍ଗେଟ କରି ଜାମବାହିଲି ଛକର ଗଛମୂଳେ ମାଓ ସଂଗଠନ ୨ଟି ପୋଷ୍ଟର ଲଗାଇଥିଲେ । ମାସରେ ୨ ଥର ପୋଷ୍ଟର ଲଗାଇ ସୂଚିତ କରାଇବା ଘଟଣାକୁ ବିଦ୍ୟାଳୟ ଓ ଅଭିଭାବକ ମହଲରେ ଆଲୋଡନ ସୃଷ୍ଟି କରିଛି ।
ଏହା ମାଓବାଦୀ ପୋଷ୍ଟର ନୁହେଁ ବରଂ ସ୍ଥାନୀୟ ମନ୍ଦ ଲୋକଙ୍କ ସୁକଳ୍ପିତ ଚିନ୍ତାଧାରାର ପୋଷ୍ଟର ବୋଲି ଶ୍ରୀ ଏଜୁକେଶନ ସହ ଜଡ଼ିତ ଜଣେ ଅଭିଭାବକ ସୂଚନା ଦେଇଛନ୍ତି । ନର୍ଲା ବାସିନ୍ଦା ଅଭିଭାବକ ଚୂଳମଣି ଗୈାଡିଆ ନିଜ ମତାମତ ଦେଇ ଗଣମାଧ୍ୟମ ଜରିଆରେ ଜଣାଇଛନ୍ତି ଯେ ସେ ପୂର୍ବରୁ ନିଜର ଦୁଇ ଗୋଟି ଝିଅ ଓ ଗୋଟିଏ ପୁଅକୁ ଏହି ଶିକ୍ଷାନୁଷ୍ଠାନରେ ପାଠ ପଠାଇ ଆସିଛନ୍ତି । ଦୀର୍ଘ ୭/୮ ବର୍ଷ ଧରି ଜଡ଼ିତ ଶିକ୍ଷାନୁଷ୍ଠାନରେ ଝିଅ ପିଲାଙ୍କ ପ୍ରତି କୈାଣସି ମନ୍ଦ ଉଦ୍ଦେଶ୍ୟ ମୋ ଜାଣିବାରେ ନାହିଁ ।
ଏହା ଲୋକାଲ ପିପୁଲଙ୍କ ଶ୍ରୀ ଏଜୁକେଶନ ପ୍ରତି ବଦନାମ୍ କରିବା ପାଇଁ ଚେଷ୍ଟା ଅଟେ। ମାଓବାଦୀ ଥରେ ପୋଷ୍ଟର ଲଗାଇ ଥାଏ । ବାରମ୍ବାର ପୋଷ୍ଟର ମାରେ ନାହିଁ। ଏହି ଶିକ୍ଷାନୁଷ୍ଠାନରେ ଅନେକ ପିଲା ଉପକୃତ ହେଉଛନ୍ତି । ଗରିବ ପିଲାମାନଙ୍କୁ ଏମାନେ ସାହାଯ୍ୟ କରିଛନ୍ତି । ଏଣୁ ମାଓବାଦୀ ନାଁରେ ବିଦ୍ୟାଳୟ ପ୍ରତି ମନ୍ଦ ଉଦ୍ଦେଶ୍ୟକୁ ସ୍ପଷ୍ଟ ଖଣ୍ଡନ କରୁଛି । ଆଗାମୀ ଦିନରେ ବିଦ୍ୟାଳୟ ଓ ଅଭିଭାବକଙ୍କ ବୈଠକ ପରେ ଏହାର ସ୍ପଷ୍ଟ ଉତ୍ତର ପ୍ରକାଶ ପାଇପାରେ ବୋଲି ଅଭିଭାବକ ଶ୍ରୀ ଗୈାଡିଆ ଫୋନ ମାଧ୍ୟମରେ ଆମ ପ୍ରତିନିଧିଙ୍କୁ ଜଣାଇଛନ୍ତି ।

No Result
View All Result