ଖରିଫ ଋତୁରେ ଚାଷୀ ମାନଙ୍କୁ ଅଧିକ ଉତ୍ପାଦନୀ ଓ ଉନ୍ନତ ମାନର ବିହନ ଓଡିଶା ରାଜ୍ୟ ବିହନ ନିଗମ ପକ୍ଷରୁ ଯୋଗାଇଦେବା ନିମନ୍ତେ କୃଷି ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ ନିର୍ଦ୍ଧେଶ
odishatazanews.com, whatsApp – 9938341180, ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com

ଭୁବନେଶ୍ୱର ,ରିପୋର୍ଟ (ଓଡିଶା ତାଜା ନ୍ୟୁଜ୍ )୧୫ ମଇ, ଶୁକ୍ରବାର :- କରୋନା ଭୁତାଣୁ ସଂକ୍ରମଣ ର ମୁକାବିଲା ଲାଗି ଦେଶ ତଥା ରାଜ୍ୟରେ ଲକ ଡାଉନ ଜାରି ରହିଥିବାବେଳେ ଚଳିତ ଖରିଫ ଋତୁରେ ଚାଷୀ ମାନଙ୍କୁ ଅଧିକ ଉତ୍ପାଦନୀ ଓ ଉନ୍ନତ ମାନର ବିହନ ଓଡିଶା ରାଜ୍ୟ ବିହନ ନିଗମ ପକ୍ଷରୁ ଯୋଗାଇଦେବା ନିମନ୍ତେ କୃଷି ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ ନିର୍ଦ୍ଧେଶ ଦେଇଛନ୍ତି । ରାଜ୍ୟର ଚାଷ କାର୍ଯ୍ୟକୁ ଦ୍ରୁତ ଗତିରେ ଆଗେଇ ନେବା ପାଇଁ ଜିଲ୍ଲାର ବିଭିନ୍ନ ବିହନ ବିକ୍ରୟ କେନ୍ଦ୍ର ଗୁଡିକର ଆବଶ୍ୟକ ବିହନ ଯୋଗାଣ ଦିଗରେ ଅଧିକ ତତ୍ପରତା ପ୍ରକାଶ କରିଛନ୍ତି ।
ଆଜି ପୂର୍ବାହ୍ନରେ ଡ଼ ସାହୁ ଓଡିଶା ରାଜ୍ୟ ବିହନ ନିଗମ ପରିଚାଳିତ ସାମନ୍ତରାପୁର ବିହନ ପ୍ରକ୍ରିୟାକରଣ କେନ୍ଦ୍ର ବୁଲି ଦେଖିବା ସହିତ ବିହନ ପରୀକ୍ଷାଗାର,ଜିନ ବ୍ୟାଙ୍କ ଏବଂ ଚନ୍ଦକା ସ୍ଥିତ ବିହନ ପ୍ରକ୍ରିୟାକରଣ କେନ୍ଦ୍ର ଗୁଡିକ ପରିଦର୍ଶନ କରିଥିଲେ । ସାମନ୍ତରାପୁରର ବିହନ ପ୍ରକ୍ରିୟାକରଣ କେନ୍ଦ୍ରରେ ମନ୍ତ୍ରୀ ଡ଼ ସାହୁ ବିହନର ପ୍ରକ୍ରିୟାକରଣ, ନମୁନା ସଂଗ୍ରହ ଏବଂ ପ୍ୟାକିଙ୍ଗ ଆଦି ହେଉଥିବା କାର୍ଯ୍ୟକୁ ଅନୁଧ୍ୟାନ କରିଥିଲେ। ବିହନ ପରୀକ୍ଷାଗାରରେ ବିହନର ଗୁଣାତ୍ମକ ମାନ କିପରି ପରୀକ୍ଷା କରାଯାଉଛି ସେ ସମ୍ପର୍କରେ ପଚାରି ବୁଝିଥିଲେ ଏବଂ ସର୍ବଦା ବିହନର ଗୁଣାତ୍ମକ ମାନ ବଜାୟ ରଖିବା ଦିଗରେ ନିର୍ଦ୍ଧେଶ ଦେଇଥିଲେ। ଏଥି ସହିତ ସେଠାରେ ଥିବା ବିହନର ଜିନ ବ୍ୟାଙ୍କ ବୁଲି ଦେଖିଥିଲେ। ଏହି ଜିନ ବ୍ୟାଙ୍କରେ ପ୍ରାୟ ୧୨୦୦ ରୁ ୧୩୦୦ ପ୍ରକାର ବିହନ ରଖାଯାଇଥିବା ମନ୍ତ୍ରୀ ଡ଼ ସାହୁ ଦେଖିଥିଲେ।

ଏହାପରେ ମନ୍ତ୍ରୀ ଡ଼ ସାହୁ ଓଡିଶା ରାଜ୍ୟ ବିହନ ନିଗମର ଚନ୍ଦକା ସ୍ଥିତ ବିହନ ପ୍ରକ୍ରିୟାକରଣ ପ୍ଲାଣ୍ଟ ମଧ୍ୟ ପରିଦର୍ଶନ କରିଥିଲେ । ସେଠାରେ ବିହନ ପ୍ରକ୍ରିୟାକରଣ, ନମୁନା ସଂଗ୍ରହ ଏବଂ ବିହନ ସବୁ କିପରି ସୁରକ୍ଷିତ ରଖାଯାଇଛି ସେ ସବୁକୁ ବୁଲି ଦେଖିଥିଲେ । ଓଡିଶା ରାଜ୍ୟ ବିହନ ନିଗମର ପରିଚାଳନା ନିର୍ଦେଶକ ଜ୍ୟୋତି ପ୍ରକାଶ ମିଶ୍ର ଏବଂ ଉପସ୍ଥିତ ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ମାନଙ୍କ ସହିତ ଆଲୋଚନା ହେବା ଅବସରରେ କୋଭିଡ ୧୯ ପରିସ୍ଥିତିରେ ରାଜ୍ୟର ଚାଷୀମାନଙ୍କୁ ବିହନ ଯୋଗାଣ ଦିଗରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ପଚାରି ବୁଝିଥିଲେ । ଚାଷୀମାନେ ଯେପରି ଠିକଣା ସମୟରେ ଉନ୍ନତ ମାନର ବିହନ ସହଜରେ ପାଇପାରିବେ ସେଥି ନିମନ୍ତେ ସମସ୍ତ ପ୍ରକାରର ପ୍ରସ୍ତୁତି କରିବା ନିମନ୍ତେ ଡ଼ ସାହୁ ନିର୍ଦ୍ଧେଶ ଦେଇଥିଲେ ।













