ଓଡ଼ିଶା ତାଜା ନ୍ୟୁଜ୍ /୨୧ ମଇ ଶନିବାର/ଭୁବନେଶ୍ୱର :- ଚଳିତ ବର୍ଷ କାନ୍ସରେ ଏହି ସମ୍ମାନଜନକ ଚଳଚିତ୍ର ଉତ୍ସବରେ କଂଟ୍ରି ଅଫ୍ ଅନର୍ ଭାବେ ଆମ ସ୍ୱାଧୀନତାର ୭୫ତମ ବର୍ଷକୁ ପାଳନ କରିବା ଏବଂ ଭାରତକୁ ବିଶ୍ୱରେ ଏକ ଚଳଚିତ୍ର ଗନ୍ତବ୍ୟସ୍ଥଳୀ ଭାବେ ପ୍ରୋତ୍ସାହିତ କରିବା ଲାଗି; ଗତ ମେ’ ୧୯ ତାରିଖରେ ଇଣ୍ଡିଆ ପାଭିଲିଅନରେ ‘ଫିଲ୍ମିଙ୍ଗ୍ ଇନ୍ ଇଣ୍ଡିଆ: ଏ ୱାର୍ଲ୍ଡ ଅଫ୍ ଅପର୍ଚ୍ୟୁନିଟିଜ୍’ ପ୍ରସଙ୍ଗ ଉପରେ ଏକ ରାଉଣ୍ଡ ଟେବୁଲ ବୈଠକ ଆୟୋଜିତ ହୋଇଛି । ପ୍ରଖ୍ୟାତ ଚଳଚିତ୍ର ନିର୍ମାତା ନୀଳମାଧବ ପଣ୍ଡା ଏହି ସମ୍ମାନଜନକ ରାଉଣ୍ଡ ଟେବୁଲ ବୈଠକରେ ଫ୍ରାଟର୍ନିଟିର ଅନ୍ୟ ବିଶିଷ୍ଟ ବ୍ୟକ୍ତିଙ୍କ ଗହଣରେ ଜଣେ ପ୍ୟାନେଲିଷ୍ଟ ଭାବେ ଯୋଗ ଦେଇଛନ୍ତି ।


ଏନ୍ଏଫ୍ଡିସି ଏମ୍ଡି ଶ୍ରୀ ରବିନ୍ଦର୍ ଭାକର୍ ଆନ୍ତର୍ଜାତୀୟ ଚଳଚିତ୍ର ନିର୍ମାତାମାନଙ୍କୁ ଦିଆଯାଉଥିବା ବିଭିନ୍ନ ପ୍ରୋତ୍ସାହନଗୁଡିକ ସମ୍ପର୍କରେ ଆଲୋଚନା କରିଥିଲେ ଏବଂ କିଭଳି ଫିଲ୍ମ ଫ୍ୟାସିଲିଟେଶନ ଅଫିସ୍ ବିଭିନ୍ନ ଯୋଜନାଗୁଡିକର ସୁଗମ କାର୍ଯ୍ୟକାରିତା ପାଇଁ ନ୍ୟାଶନାଲ ସିଙ୍ଗଲ୍ ୱିଣ୍ଡୋ ସ୍କିମ୍ ସହ ସହଭାଗିତା କରିବ ଏବଂ ଦେଶରେ ନୂଆ ସିନେମାଗୁଡିକୁ ଆରମ୍ଭ କରିବା ଲାଗି ପ୍ରୋତ୍ସାହନ ଓ ପ୍ରକ୍ରିୟାରେ ସହଜତା ସମ୍ପର୍କରେ ମଧ୍ୟ ସେ ବର୍ଣ୍ଣନା କରିଛନ୍ତି ।
ଭାରତର ଯୁଗ ଚଳଚିତ୍ର ଦୁନିଆରେ ପହଂଚିସାରିଛି । ଭାରତ ଅନେକ ବର୍ଷ ହେବ ବିଶ୍ୱର କଂଟେଂଟ୍ ହବ୍ ରହିଆସିଛି, ଅନେକ ବିବିଧ ଭାଷାରେ ଆମର ଅନେକ କଂଟେଂଟ୍କୁ ମନ୍ଥନ କରୁଛି । ଏବେ ଭାରତ ଭାରତରେ ନିର୍ମାଣ ହେଉଥିବା ଆନ୍ତର୍ଜାତୀୟ କଂଟେଂଟ୍ ପାଇଁ ହବ୍ରେ ପରିଣତ ହେବା ଲାଗି ପ୍ରସ୍ତୁତ ହୋଇଛି ।












