ପ୍ରତି ବ୍ଲକ୍ରେ ଗୋଟିଏ ଲେଖାଏଁ ଅଗ୍ନିଶମ ସେବା କେନ୍ଦ୍ର ପ୍ରତିଷ୍ଠାରେ ସରକାରଙ୍କ ମାଇଲଖୁଣ୍ଟ ସ୍ଥାପନ

ଓଡ଼ିଶା ତାଜା ନ୍ୟୁଜ୍ /୨୦ ମଇ ଶୁକ୍ରବାର/ଭୁବନେଶ୍ୱର :- ଓଡ଼ିଶା ଅଗ୍ନିଶମ ସେବା ଦ୍ୱାରା ଆଜି ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳ ନିମନ୍ତେ ଚିତ୍ରକୋଣ୍ଡାଠାରେ ଏବଂ ମୟୂରଭଞ୍ଜ ଜିଲ୍ଲାର କୁଳିଅଣା ବ୍ଲକ୍ ଅଧୀନସ୍ଥ ଚାନ୍ଦୁଆଠାରେ ଅଗ୍ନିଶମ ସେବା କେନ୍ଦ୍ରର ଶୁଭ ଉଦ୍ଘାଟନ କରାଯାଇଛି । ଏହି ଦୁଇଟି କେନ୍ଦ୍ର ସ୍ଥାପନ ସହିତ ସାରା ରାଜ୍ୟର ୩୧୪ଟି ବ୍ଲକ୍ରେ ଗୋଟିଏ ଲେଖାଏଁ ଅଗ୍ନିଶମ ସେବା କେନ୍ଦ୍ର ସ୍ଥାପନର ଲକ୍ଷ୍ୟ ପୂରଣରେ ରାଜ୍ୟ ସରକାର ଏକ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ଆଭାସୀ ଭାବେ ଯୋଗଦେଇ ଶକ୍ତି, ଶିଳ୍ପ, ଏମ୍ଏସ୍ଏମ୍ଇ, ଗୃହ(ରାଷ୍ଟ୍ର) ମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର ଓ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡି ଶୁଭ ଉଦ୍ଘାଟନ କରିଥିଲେ । ଏହି ଅବସରରେ ଓଡ଼ିଶା ଅଗ୍ନିଶମ ସେବାର ମହାନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଉପାଧ୍ୟାୟ, ଚିତ୍ରକୋଣ୍ଡା ବିଧାୟକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ବାକା, ଜିଲ୍ଲାପାଳ, ମାଲକାନଗିରି ପ୍ରମୁଖ ଯୋଗଦେଇଥିଲେ । ଏହି ଉଭୟ କେନ୍ଦ୍ର ପାଇଁ ରାଜ୍ୟ ସରକାର ୧୫ ଜଣ ଲେଖାଏଁ କର୍ମଚାରୀ ମୁତୟନ ସକାଶେ ମଞ୍ଜୁରୀ ପ୍ରଦାନ କରିଛନ୍ତି ।

ଚିତ୍ରକୋଣ୍ଡାଠାରେ ପ୍ରତିଷ୍ଠା କରାଯାଇଥିବା ଏହି ନୂତନ ଅଗ୍ନିଶମ କେନ୍ଦ୍ର ଜିଲ୍ଲାର ସ୍ୱାଭିମାନ ଅଞ୍ଚଳର ଆବଶ୍ୟକତା ପୂରଣ କରିବ । ଜିଲ୍ଲାପାଳ, ମାଲକାନଗିରି ଏହି କେନ୍ଦ୍ର ପାଇଁ ଆବଶ୍ୟକୀୟ ସରକାରୀ ଜମି ଯୋଗାଇ ଦେଇଥିବାବେଳେ ଚାନ୍ଦୁଆ କେନ୍ଦ୍ର ସକାଶେ ଚିହ୍ନିତ ଜମି ନିମନ୍ତେ ସ୍ଥାନୀୟ ବନଖଣ୍ଡ ଅଧିକାରୀଙ୍କଠାରୁ ଜଙ୍ଗଲ ମଞ୍ଜୁରୀ ପ୍ରଦାନ ବାକି ରହିଥିବା ଜଣାପଡ଼ିଛି ।