No Result
View All Result
ଖଣ୍ଡପଡା (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ସାରା ରାଜ୍ୟବ୍ୟାପି ପ୍ରତି ସୋମବାର ଦିନ ଗୁଡିକରେ ବ୍ଳକ ପରିସରରେ ପଂଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଥିବା ବେଳେ ଖଣ୍ଡପଡା ବ୍ଳକ ରେ ମଧ୍ୟ ବିଡିଓ ଅଙ୍ଗୁର ଅଭିଳାଷ ଙ୍କ ଅଧ୍ୟକ୍ଷତାରେ ତୃତୀୟ ଥର ନିମନ୍ତେ ଏହି ଶିବିର ସୋମବାର ତା ୨୧.୦୯.୨୬ରିଖରେ ଅନୁଷ୍ଠିତ ହୋଯାଇଛି । ପୂର୍ବାହ୍ନ ୧୦ ଟାରେ ଆରମ୍ଭ ହୋଇ ୩ ଘଣ୍ଟିକା ସମୟରେ ସମାପ୍ତ କରିଥିଲେ।

ଏହି ଜନଶୁଣାଣୀ ଶିବିରରେ ଯୋଗଦେଇଥିବା ଅନ୍ୟତମ ଅଧିକାରୀମାନଙ୍କ ମଧ୍ୟରେ ତହସିଲଦାର ବିଶ୍ବ ବିସ୍ତୃତ ତ୍ରିପାଠୀ, ସ୍ଥାନୀୟ ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅଭିଷେକ ମିଶ୍ର, ଗୋଷ୍ଠୀ ପ୍ରାଣୀ ଚିକିତ୍ସାଳୟ ସହକାରୀ ଡଃ. ବିଶ୍ବ ରଞ୍ଜନ ରାଉତ, ଗ୍ରାମ ପଂଚାୟତ ସମ୍ପ୍ରସାରଣ ଅଧିକାରୀ ଅନିତ କୁମାର ବଡ୍ ସେଟ୍, କୃଷି ବିଭାଗ, ମତ୍ସ୍ୟ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ,

ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ, କ୍ଷୁଦ୍ର ଜଳସେଚନ ବିଭାଗ, ଜଳ ସେଚନ ବିଭାଗ ସମେତ ସମସ୍ତ ବିଭାଗ ଗୁଡ଼ିକର କାର୍ଯ୍ୟରତ ମୁଖ୍ୟ ଅଧିକାରୀ ଓ ବ୍ଲକ ପ୍ରଶାସନର ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ଜନସାଧାରଣଙ୍କ ଅଭିଯୋଗ ଗୁଡିକ ଉପରେ ରେଜେଷ୍ଟ୍ରି କରିବା ସହ ତୂରୀତ ଶୁଣାଣୀ ଉପରେ ସହାୟତା ପ୍ରଦାନ କରାଯାଇଥିଲା ।

ଏହି ଶିବିରରେ ସର୍ବମୋଟ ୨୦ଟି ଅଭିଯୋଗ ପତ୍ର ଗ୍ରହଣ କରାଯାଇଥିବା ବେଳେ ସେଥିମଧ୍ୟରୁ ଭତା ସମ୍ପର୍କୀତ ୧୧ ଗୋଟି, ଆବାସ ଯୋଜନା ଅନ୍ତର୍ଗତ ୩ ଗୋଟି, ରାସନ୍ କାର୍ଡ଼ ସମ୍ପର୍କୀତ ୪ ଗୋଟି, ଜମିଜମା ସମ୍ପର୍କୀତ ୨ ଗୋଟି ସମ୍ପର୍କୀତ ଅଭିଯୋଗ ଉପରେ ଶୁଣାଣୀ ହୋଇଥିଲା ଓ ପଦକ୍ଷେପ ନିଆଯାଇଥିଲା। ଖଣ୍ଡପଡ଼ା। ବ୍ଳକ ଅନସୁ ୨୨ ଗୋଟି ଗ୍ରାମପଂଚାୟତ ସହିତ ଖଣ୍ଡପଡ଼ା।

ସହରାଂଚଳରୁ ବିଭିନ୍ନ ଅଭିଯୋଗକାରୀ ଶିବିରରେ ଯୋଗଦେଇଥିଲେ। ପ୍ରକାଶଥାଉକି ଏଥ୍ ସହିତ ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥଙ୍କ ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣୀ ପୂର୍ବରୁ ଯେଉଁଭଳି ଭାବରେ ହୋଇଆସୁଥିଲା ତାହା ମଧ୍ୟ ବିଭିନ୍ନ ସୋମବାରରେ ପ୍ରତିଟି ବ୍ଲକ୍ରେ ପର୍ଯ୍ୟାୟ କ୍ରମେ ଅନୁଷ୍ଠିତ ହେବ ବୋଲି ବ୍ଲକ ପ୍ରଶାସନ ସୁତ୍ରରୁ ପ୍ରକାଶ ।

No Result
View All Result