No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ /୨୦ ମଇ ଶୁକ୍ରବାର/ କଳାହାଣ୍ଡି :- ଜାତୀୟ ବାର୍ଦ୍ଧକ୍ୟ ଭତ୍ତାକୁ କେନ୍ଦ୍ର ସରକାର ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ସିଧା ସଳଖ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଏହା ଫଳରେ ସିଧାସଳଖ ଭତ୍ତା ଟଙ୍କା ହିତାଧିକାରୀଙ୍କ ଆକାଉଣ୍ଟରେ ଜମା ହେଉଛି । ନର୍ଲା ବ୍ଳକ ଭୀମକେଲା ଗ୍ରାମ ପଞ୍ଚାୟତରେ ହିତାଧିକାରୀ ମାନଙ୍କୁ ଏଥିପାଇଁ ଡିବିଟି ମାଧ୍ୟମରେ ଭତ୍ତା ପ୍ରଦାନ କରାଯାଇଛି । ନର୍ଲା ବ୍ଳକ ବିଡ଼ିଓ ମାନସ ରଂଜନ ତ୍ରିପାଠୀଙ୍କ ଦ୍ଵାରା ବ୍ଳକ ପକ୍ଷରୁ ନିୟୋଜିତ ତଥା ଜନସେବା କେନ୍ଦ୍ରର ସରୋଜ କୁମାର ସାହୁ ହିତାଧିକାରୀଙ୍କ ଭତ୍ତା ଟଙ୍କା ଉଠାଇ ପ୍ରଦାନ କରିଥିଲେ ।
୪୨୫ ଜଣ ହିତାଧିକାରୀଙ୍କ ୨୪୬୪୦୦ ଟଙ୍କା ବ୍ୟାଙ୍କ ଖାତା ମାଧ୍ୟମରେ ଜମା ହୋଇଥିବା ବେଳେ ପ୍ରଥମ ଦିନରେ ଭୀମକେଲା ଓ ପଲସାପଡା ଗ୍ରାମର କିଛି ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ଜାନକୀ ଗଉଡ, ପଞ୍ଚାୟତ କର୍ମଚାରୀ କର୍ଣ୍ଣ ମହାନନ୍ଦ,ଯୋଗାଣ ସହାୟକ ଵିକ୍ରମ ସାହୁ, ୱ।ର୍ଡ ସଭ୍ୟ ଜତିନ୍ଦ୍ର କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
No Result
View All Result