ଓଡ଼ିଶା ତାଜା ନ୍ୟୁଜ୍ /୧୯ ମଇ ଗୁରୁବାର/ ବାଲେଶ୍ଵର :- ବାଲେଶ୍ଵର ଜିଲ୍ଲା ବାହାଘର ପ୍ରସ୍ଥାବ ପଡିଲା । ଉଭୟ ଝିଅଘର ଓ ପୁଅଘର ଦେଖାଦେଖି ହେଲେ । ଉଭୟ ପକ୍ଷଙ୍କ ମନପସନ୍ଦ ହେଲା ଓ ବାହାଘର ତିଥି ସହିତ ଦିନ ମଧ୍ୟ ଧାର୍ଯ୍ୟ ହୋଇ ହିନ୍ଦୁ ପରମ୍ପରା ଅନୁଯାୟୀ ବର କନ୍ୟା ଘରକୁ ଆସି ବେଦିରେ ଯଥାରିତି ବାହାଘର ମଧ୍ୟ ଆରମ୍ଭ ହେଲା । ସବୁ ସରିଲା କିନ୍ତୁ ଝୀଅ ମଥାରେ ବର ସିନ୍ଦୂର ଦେବାକୁ ଯିବା ସମୟରେ ବାହାଘର ବେଦି ଉପରେ ଝୀଅର ହାଇଡ୍ରାମା ଦେଖିବାକୁ ମିଳିଛି । ଝୀଅ ବେଦି ଉପରେ ନିଜର ସଂଖା କାଢିଦେଇ ସେ ଆଗରୁ ବିବାହ କରିଛି ବୋଲି କହିଲା ଏବଂ ବେଦିରୁ ଉଠିଗଲା । ତେବେ ଯୋର ଜବରଦସ୍ତ ପରିବାର ଲୋକେ ଝିଅକୁ ବସାଇବା ପରେ ବର ଚେତାସୂନ୍ୟ ହୋଇଗଲା ।

ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଥାନା ଅନ୍ତର୍ଗତ ରେମୁଁ ଗ୍ରାମରେ । ଯାହାର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଘୋରିବୁଲୁଛି । ତେବେ ଝିଅ ବିବାହ ବେଦିରୁ ଉଠିଗଲା ପରେ ତା ପରିବାର ଝିଅକୁ ଘରୁ ବାହାର କରିଦେଇଥିବା ବେଳେ ଝିଅ ଏବେ ପ୍ରେମିକ ଘରେ ଆଶ୍ରୟ ନେଇଥିବା ବିଶ୍ବସ୍ତ ସୂତ୍ରରୁ ଖବର ମିଳିଛି । ତେବେ ବେଦି ଉପରେ ଝିଅର ଏପରି ହାଇଡ୍ରାମା ଭିଡିଓ ସାମାଜିକ ଗଣମାଧ୍ୟମରେ ବେସ୍ ଭାଇରାଲ୍ ହେବାରେ ଲାଗିଛି ।