No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ /୧୭ ମଇ ମଙ୍ଗଳବାର/ବରଗଡ଼ :- ବରଗଡ଼ ଜିଲ୍ଲା ଭାରତୀୟ ଜନତା ପାର୍ଟି ର ଏକ ପ୍ରତନିଧି ଦଳ ଆଜି ଏସପି ପର୍ମାର ସ୍ମିତ ପୁରୁଷୋତ୍ତମ ଦାଶ ଙ୍କୁ ଭେଟି ବରଗଡ଼ ଜିଲ୍ଲା ର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ଉପରେ ଏକ ଦାବି ପତ୍ର ଦେବା ସହ ଏହାର ଅତିଶିଘ୍ର ସୁଧାର ପାଇଁ ଦାବି କରିଥିଲେ । ଜିଲ୍ଲା ସଭାପତି ଅଶ୍ବିନୀ ଷଡ଼ଙ୍ଗୀ ଙ୍କ ନେତୃତ୍ବରେ ଯାଇଥିବା ଏହି ପ୍ରତିନିଧି ଦଳ ର ସଦସ୍ୟମାନେ ଜିଲ୍ଲା ରେ ଚୋରି, ରାହାଜାନୀ, ସଟ୍ଟା,
ଅବାଧ ନିଶା କାରବାର ବୃଦ୍ଧି ପାଉଥିବା ବେଳେ ଜନସାଧାରଣ ସୁରକ୍ଷିତ ମଣୁନଥିବା ସଂପର୍କରେ ଏସପି ଙ୍କୁ ଅବଗତ କରାଇଥିଲେ । ପ୍ରତିନିଧି ଦଳ ରେ ବରିଷ୍ଠ ନେତା ସୁରେଶ୍ଵର ଶତପଥୀ, ରବିନାରାୟଣ ଦାଶ, ଅବନୀ କାନ୍ତ ପଣ୍ଡା,କୁଶ କଲେତ,ଅମିତ ପଣ୍ଡା,ଶୁକ୍ରୁ ସାହୁ ପ୍ରମୁଖ ରହିଥିଲେ।

No Result
View All Result