odishatazanews.com, whatsApp – 9938341180, ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com

ଚନ୍ଦାହାଣ୍ଡି ,ରିପୋର୍ଟ /ବଳରାମ ପଟ୍ଟନାୟକ (ଓଡିଶା ତାଜା ନ୍ୟୁଜ୍ )୧୫ ମଇ, ଶୁକ୍ରବାର :- ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ପରା ମେଡିକାଲ କର୍ମଚାରୀ ନିଯୁକ୍ତି ପାଇ ଲୋକଙ୍କୁ ସ୍ବାସ୍ଥ୍ଯ ସେବା ଯୋଗାଇ ଆସୁଛନ୍ତି । ତାଙ୍କ ପ୍ରତି ସରକାର କୌଣସି ଉଚିତ ପଦକ୍ଷେପ ନ ନେଇ ସେମାନଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଛି । ତାଙ୍କ ଅଭିଯୋଗ ଅନୁଯାୟୀ ମାସକୁ ପାଞ୍ଚହଜାର ଦୁଇ ସହ ଟଙ୍କା ଦିଆଯାଉଛି ଯାହାକି ତାଙ୍କ ପାଇଁ ପେଟକୁ ନିଅଣ୍ଟ ।
ସମାନ କାମକୁ ସମାନ ଦରମା ଦେବାର ବ୍ୟବସ୍ତା ଥିଲେ ମଧ୍ୟ ତାହା ମିଳିପାରୁ ନାହିଁ । ଦୀର୍ଘ ସlତବର୍ଷ ନିଜ କର୍ତ୍ତବ୍ୟ କରି ଅସିବା ଓ ବାରମ୍ବାର ଉପରିସ୍ଥ ଅଧିକାରୀଙ୍କୁ ଦୁଖଃ ଜଣାଇବା ସ୍ୱତେ ମଧ୍ୟ ନିୟମିତ କରିବାର କୌଣସି ପଦକ୍ଷେପ ନିଆଯାଉ ନ ଥିବା ତତ ସହିତ Covid-19 ର କୌଣସି ସୁବିଧା ତାଙ୍କୁ ଦିଆଯାଉ ନଥିବା ଅଭିଯୋଗ ହେଉଛି । ରାଜ୍ୟ ସରକାର ଦରମା ସହିତ ଦୈନିକ ଅଧିକା ଦେବାର ବ୍ୟବସ୍ତା କରିଥିଲେ ମଧ୍ୟ ସେ ସବୁ ସୁଯୋଗରୁ ବଞ୍ଚିତ ହେଉଥିବା ପ୍ରକାସ କରିଛନ୍ତି ।
ସୂଚନାନୁଯାୟୀ ଗତ 2013 ମସିହାରେ ସରକାର ସ୍ବାସ୍ଥ୍ଯ ସେବାରେ ଉନ୍ନତି ଆଣିବା ପାଇଁ ସମଗ୍ର ଓଡ଼ିଶାରେ ପାରାମେଡିକାଲ୍ ଷ୍ଟାଫରୂପେ ଉଭୟ ମହିଳା ଓ ପୁରୁଷ ସ୍ବାସ୍ଥ୍ଯ କର୍ମଚାରୀ ଠିକାଭିତ୍ତିରେ ନିଯୁକ୍ତି ପ୍ରଦାନ କରିଥିଲେ । ତେବେ ନିୟମାନୁଯାୟୀ ନିଯୁକ୍ତିର ଛଅ ବର୍ଷ ପରେ ଠିକା କର୍ମଚାରୀଙ୍କୁ ନିୟମିତ କରିବାର ପ୍ରାବଧାନ ରହିଥିଲେ ହେଁ ନିଯୁକ୍ତିର ସାତ ବର୍ଷପରେ ମଧ୍ଯ ସେମାନଙ୍କୁ ସରକାର ଏ ପର୍ଯ୍ଯନ୍ତ ନିୟମିତ ନକରି ପରବର୍ତ୍ତୀ ସମୟରେ ନିଯୁକ୍ତି ପାଇଥିବା କର୍ମଚାରୀଙ୍କୁ ନିୟମିତ କରିଥିବା ନେଇ ଆଜି ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ଚନ୍ଦାହାଣ୍ଡି ସ୍ବାସ୍ଥ୍ଯକେନ୍ଦ୍ର ଅଧୀନରେ କାମ କରୁଥିବା ପରା ମେଡିକାଲ କର୍ମଚାରୀମାନେ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ର ଭାରପ୍ରାପ୍ତ ଅଧିକାରୀ ଡାକ୍ତର କଳ୍ପେଶ ସୁନାଙ୍କ ଜରିଆରେ ଜିଲ୍ଲା ମୁଖ୍ଯ ଚିକିତ୍ସା ଅଧିକାରୀଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଥିବା ଦେଖିବାକୁ ମିଳିଥିଲା । ପାରାମେଡିକାଲ୍ ଠିକା କର୍ମଚାରୀ ସଂଘ ବ୍ଲକ ସଭାପତି ପ୍ରେମଲାଲ ପାଣ୍ଡେଙ୍କ ନେତୃତ୍ବରେ ଚନ୍ଦାହାଣ୍ଡି ପାରାମେଡିକାଲ୍ ଷ୍ଟାଫ୍ କର୍ମଚାରୀ ସମସ୍ତେ ଉପସ୍ଥିତ ରହି ନିଜର ହକ ପାଇଁ ଦାବୀ ଜଣାଇ ଥିଲେ ।
ତେବେ ବର୍ତ୍ତମାନ କରୋନା ମହାମାରୀର ଏହି ସ୍ବାସ୍ଥ୍ଯସେବା ଯୋଦ୍ଧା ଙ୍କ ଦାବୀ ପ୍ରକାରେ ସେମାନଙ୍କୁ ସରକାର କେବେ ନିୟମିତ କରୁଛନ୍ତି ତଥା ସମାନ କାମକୁ ସମାନ ଦରମା କେବେ ଦେଉଛନ୍ତି ତାହା ଦେଖିବାକୁ ବାକି ରହିଲା । ଏହି ଦାବି ପତ୍ର ପ୍ରଦାନ ସମୟରେ ପ୍ରେମଲାଲ ପାଣ୍ଡେ,ରୁକ୍ମଣୀ ବିଶି, ନଳିନୀ ସରାଫ,ଦୀପଞ୍ଜଳି ସୋନି,ଦୁର୍ମିଳା ସାହୁ,ବିଜୟଲଷ୍ମୀ ସାହୁ,ନମିତା ସାହୁ,ଲଷ୍ମୀପ୍ରିୟା ମଲ୍ଲିକ, ନିହାରୀକା ବର୍ମା,ପ୍ରମିଳା ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।













