No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ /୧୫ ମଇ ରବିବାର/ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଅଭୟପୁର ଗ୍ରାମ ରେ ଭୟାବହ ଅଗ୍ନିକାଣ୍ଡ ଘଟି ୪ ବଖରା ଗୁହାଳ ଘର ନଷ୍ଟ ହେବା ସହ ୨ ଟି ବଳଦ ଏବଂ ୧ ଟି ଗାଈ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର କରାଯାଇଛି । ସୂଚନା ଅନୁଯାୟୀ ଅଳିଆ ଗଦାରୁ ନିଆଁ ଯାଇ ଅଭୟ ପୁର ଗ୍ରାମ ର ସୁଶାନ୍ତ ବେହେରା ଙ୍କ ୨ ବଖରା ଗୁହାଳ ଘର ଗୋଟିଏ ପାଳ ଗଦା ,ଜିତୁ ବେହେରାଙ୍କ ୨ ବଖରା ଗୁହାଳ ଘର ପୋଡ଼ି ପାଉଁଶ ହୋଇଯାଇଛି ।
ସେହିପରି ଦୟାନିଧି ଜାନୀ ଙ୍କ ର ଗୋଟିଏ ଗାଈ ଏବଂ ସୁଶାନ୍ତ ବେହେରା ଙ୍କ ୨ ଟି ଗାଈ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର କରାଯାଇଛି । ଘଟଣା ସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ । ବ୍ଲକ୍ ଅଧ୍ୟକ୍ଷା ଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା ଘଟଣା ସ୍ଥଳରେ ପହଞ୍ଚି ପରିବାରର କ୍ଷୟ କ୍ଷତି ଆକଳନ କରିବା ସହ ଶାନ୍ତ୍ବନା ଦେଇଥିଲେ । ପଶୁ ଚିକିତ୍ସାଳୟ ର କର୍ମଚାରୀ ମାନେ ଅର୍ଦ୍ଧଦଗ୍ଧ ଅବସ୍ଥାରେ ୨ ଟି ବଳଦ ଏବଂ ୧ ଟି ଗାଈ କୁ ଉଦ୍ଧାର କରିଥିଲେ ।

No Result
View All Result