
କଟକ (ଓଡିଶା ତାଜା ନ୍ୟୂଜ ) ନି.ପ୍ର :- ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆର୍ ଆଣ୍ଡବି ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ତପନ ସେଠୀଙ୍କର ୭ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି ଓଡ଼ିଶା ଭିଜିଲାନ୍ସ । ତପନ ସେଠୀ ଯାଜପୁର ବଡ଼ଚଣା ଆର୍ ଆଣ୍ଡବି ସବ୍ ଡିଭିଜନ୍ ରେ କାର୍ଯ୍ୟରତ ଅଛନ୍ତି । କଟକ ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତିଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ୩ ଜଣ ଅତିରିକ୍ତ ଏସ୍ ପି, ୬ ଜଣ ଡିଏସ୍ ପି ଓ ୩ ଜଣ ଇନ୍ସପେକ୍ଟରଙ୍କ ସମେତ ଅନ୍ୟ କର୍ମଚାରୀ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି ।

ଭିଜିଲାନ୍ସ ଟିମ୍ କଟକ ସିଡିଏ ସେକ୍ଟର-୭ରେ ଥିବା ତିନି ମହଲା କୋଠା, ପୁରୀ ସିଦ୍ଧମହାବୀର ଅଞ୍ଚଳରେ ଥିବା ତିନି ମହଲା କୋଠା, କଟକ ଜିଲ୍ଲା କଣ୍ଟାପଡ଼ାରେ ଥିବା ଫାର୍ମ ହାଉସ୍ ଓ ସିମ୍ପ୍ଲେକ୍ସ, ପୁରୀ ଜିଲ୍ଲା କୋଣାର୍କ ଥାନା ଅନ୍ତର୍ଗତ ଝିଙ୍କିରିଆରେ ଥିବା ଦୁଇ ମହଲା ଘର, କଟକ ୪୨ ମୌଜାର ବାଣ୍ଟୁଣିଆସ୍ଥିତ ଶ୍ୱଶୁର ଘର,















