କଟକ (ଓଡିଶା ତାଜା ନ୍ୟୂଜ ) ନି.ପ୍ର :- ବିଶ୍ବସ୍ତ ସୂତ୍ରରୁ ଖବର ପାଇ କେ.ନୂଆଗାଁ ପୋଲିସ୍ ଥାନା ପକ୍ଷରୁ ଗତକାଲି ରାତି ପ୍ରାୟ ସାଢେ ୧୧ ଟା ସମୟରେ ସୁଦକ୍ଷ ପୋଲିସ୍ ଅଧିକାରୀଙ୍କ ଏକ ଦଳ ସିଏଚ୍.ଟିକରପଡା ଗ୍ରାମରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଅଚାନକ ଚଢ଼ାଉ କରିଥିଲେ । ପୋଲିସ୍ ଦଳକୁ ଦେଖି ଜୁଆ ଆଡ୍ଡା ର ମୂଖ୍ୟ ଓ ସହକାରୀ ମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । କିନ୍ତୁ ପୋଲିସ୍ ନଛୋଡବନ୍ଧା ।
















