• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଖୋର୍ଦ୍ଧା ଖୋର୍ଦ୍ଧା ଜିଲ୍ଲା ପ୍ରାକୃତିକ ବିପର‌୍ୟ୍ୟୟ କମିଟି ବୈଠକ : ଚାଷୀଙ୍କୁ କ୍ଷତିପୂରଣ

Proprietor Abhimanyu Maharana by Proprietor Abhimanyu Maharana
May 14, 2022
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
ଖୋର୍ଦ୍ଧା ଖୋର୍ଦ୍ଧା ଜିଲ୍ଲା ପ୍ରାକୃତିକ ବିପର‌୍ୟ୍ୟୟ କମିଟି ବୈଠକ : ଚାଷୀଙ୍କୁ କ୍ଷତିପୂରଣ
Share on FacebookShare on TwitterWhatsapp

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ କାର‌୍ୟ୍ୟାଳୟ, ଖୋର୍ଦ୍ଧା ଖୋର୍ଦ୍ଧା ଜିଲ୍ଲା ପ୍ରାକୃତିକ ବିପର‌୍ୟ୍ୟୟ କମିଟି ବୈଠକ ଅନୁଷ୍ଠିତ ସମ୍ଭାବ୍ୟ ବାତ୍ୟା ଓ ବନ୍ୟାର ମୁକାବିଲା ପାଇଁ ସମସ୍ତ ପ୍ରସ୍ତୁତି କରିବାକୁ ନିର୍ଦ୍ଦେଶ ।  ଚଳିତ ମଇ ୨୫ ତାରିଖ ସୁଦ୍ଧା ‘ଜଓ୍ୱାଦ’ ବାତ୍ୟାରେ କ୍ଷତିଗ୍ରସ୍ତ ଅବଶିଷ୍ଟ ଚାଷୀଙ୍କୁ କ୍ଷତିପୂରଣ ।

ଓଡ଼ିଶା ତାଜା ନ୍ୟୁଜ୍ /୧୩ ମଇ ଶୁକ୍ରବାର /ଖୋର୍ଦ୍ଧା /ଭୁବନେଶ୍ୱର :- ଖୋର୍ଦ୍ଧା ଜିଲ୍ଲା ପ୍ରାକୃତିକ ବିପର‌୍ୟ୍ୟୟ କମିଟି ବୈଠକ ଆଜି ପୂର୍ବାହ୍ଣରେ ଖୋର୍ଦ୍ଧା ଜିଲ୍ଲା ପ୍ରକଳ୍ପ ଉନ୍ନୟନ ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବେଠକରେ ରାଜ୍ୟ ବିଜ୍ଞାନ ଓ କାରିଗରୀ କୌଶଳ, ସାଧାରଣ ଉଦ୍ୟୋଗ,ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ତଥା ଏକାମ୍ର-ଭୁବନେଶ୍ୱର ବିଧାୟକ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଖୋର୍ଦ୍ଧା ବିଧାୟକ ଶ୍ରୀ ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ବେଗୁନିଆ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀ ରାଜେନ୍ଦ୍ର କୁମାର ସାହୁ, ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ରୂପଶ୍ରୀରାଣୀ ଗୁମାନ ସିଂଙ୍କ ସମେତ ଜିଲ୍ଲା, ଉପଖଣ୍ଡ, ତହସିଲ ଓ ବ୍ଲକ ସ୍ତରୀୟ ପ୍ରଶାସନିକ ଅଧିକାରୀ, ଜିଲ୍ଲାର ସମସ୍ତ ପଂଚାୟତ ସମିତି ଅଧ୍ୟକ୍ଷ, ଅଧ୍ୟକ୍ଷାଙ୍କ ଉପସ୍ଥିତିରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଶ୍ରୀ ଅନୂଜ କୁମାର ଦାସ ପଟ୍ଟନାୟକ ପ୍ରାକୃତିକ ବିପର‌୍ୟ୍ୟୟ ପ୍ରସ୍ତୁତି ସମ୍ପର୍କରେ ବିଭିନ୍ନ ପ୍ରସ୍ତାବ ଉପସ୍ଥାପନ କରିଥିଲେ ।

ପ୍ରାରମ୍ଭରେ ଜିଲ୍ଲାପାଳ ଶ୍ରୀ ମହାପାତ୍ର କହିଲେ ଯେ, ବିଭିନ୍ନ ବିଭାଗର ଅଧିକାରୀମାନେ ଅତୀତରେ ଖୋର୍ଦ୍ଧା ଜିଲ୍ଲାରେ ସଫଳତାର ସହିତ ବାତ୍ୟା,ବନ୍ୟା ଭଳି ପ୍ରାକୃତିକ ବିପର‌୍ୟ୍ୟୟର ମୁକାବିଲା କରିଛନ୍ତି । ସେହି ଅଭିଜ୍ଞତାକୁ ପାଥେୟ କରି ଆଗାମୀ ମୌସୁମୀ ଋତୁରେ ସମ୍ଭାବ୍ୟ ବାତ୍ୟା ବା ବନ୍ୟା ପରିପ୍ରେକ୍ଷୀରେ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ବୈଠକରେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ପଣ୍ଡାଙ୍କ ଉପସ୍ଥିତିରେ ଭୁବନେଶ୍ୱର ମହାନଗର ନିଗମରେ ଡ୍ରେନେଜ ସମସ୍ୟା ସଂପର୍କରେ ଆଲୋଚନା କରାଯାଇଥିଲା । ଏ ସଂପର୍କରେ ମନ୍ତ୍ରୀ ଶ୍ରୀ ପଣ୍ଡା ଅବଗତ ହେବା ସହିତ ଜାଗମରାରୁ ଗଙ୍ଗୁଆ ପର‌୍ୟ୍ୟନ୍ତ ବିଏମସିର ୪୯ ନଂ ଓ୍ୱାର୍ଡ ଏବଂ ପାଖାପାଖି ଅଂଚଳରେ ଡ୍ରେନେସ୍ ସମସ୍ୟାର ସମାଧାନକୁ ନେଇ ଗଙ୍ଗୁଆ ଆକ୍ସନ ପ୍ଲାନ୍ ପ୍ରସ୍ତୁତି ଓ ଏହାର କାର‌୍ୟ୍ୟକାରିତା ସମ୍ପର୍କରେ ଗୁରୁତ୍ୱାରୋପ କରିଥିଲେ । ବୈଠକରେ ଯୋଗଦେଇ ଖୋର୍ଦ୍ଧା ବିଧାୟକ ଶ୍ରୀ ମିତ୍ର କହିଲେ ଯେ ଜିଲ୍ଲାରେ ପ୍ରାକୃତିକ ଦୁର୍ବିପାକ ହେଲେ ସମସ୍ତ ଅଧିକାରୀମାନେ ତତ୍ପରତା ପ୍ରକାଶ କରିଥାନ୍ତି ।

ସେହି ଅନୁସାରେ ସମସ୍ତେ ପ୍ରସ୍ତୁତି କରିବାକୁ ସେ ଅନୁରୋଧ କରିବା ସହ ଖୋର୍ଦ୍ଧା ସହର ମଧ୍ୟରେ ବର୍ଷା ହେଲେ ଡ୍ରେନେଜ ସମସ୍ୟା ଉପୁଜୁଥିବାରୁ ଡ୍ରେନ୍ ଓ କଲଭର୍ଟ ନିର୍ମାଣ ପାଇଁ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରି ପଦକ୍ଷେପ ନେବାକୁ ମତ ରଖିଥିଲେ । ବେଗୁନିଆ ବିଧାୟକ ତଥାଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀ ରାଜେନ୍ଦ୍ର କୁମାର ସାହୁ ନିଜ ବକ୍ତବ୍ୟରେ କହିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ସମ୍ଭାବ୍ୟ ବିପର‌୍ୟ୍ୟୟ ପରିଚାଳନା ପାଇଁ ସବୁବେଳେ ଆଗୁଆ ପଦକ୍ଷେପ ନେଉଥିବାରୁ ଖୋର୍ଦ୍ଧା ଜିଲ୍ଲା ସମେତ ସମଗ୍ର ରାଜ୍ୟରେ ବିପର‌୍ୟ୍ୟୟ ମୁକାବିଲା ସଫଳତାର ସହ ହୋଇପାରିଛି । ଏହି ଅବସରରେ ସେ ନିଜ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଡ୍ରେନ୍ ନିର୍ମାଣ,ମରାମତି, ବହୁମୁଖୀ ଆଶ୍ରୟସ୍ଥଳ ନିର୍ମାଣ ସଂପର୍କରେ ଆଲୋକପାତ କରିଥିଲେ । ବାଣପୁର ପୌରାଂଚଳରେ ଡ୍ରେନେଜ ସମସ୍ୟାର ସମାଧାନ ପାଇଁ ପୂର୍ତ୍ତ ବିଭାଗ ଜରୁରୀକାଳୀନ ପଦକ୍ଷେପ ନେଇ ବ୍ୟବସ୍ଥାଗ୍ରହଣ କରିବାକୁ ସେ ବୈଠକରେ ଦୃଷ୍ଟି ଆକର୍ଷଣ କରିଥିଲେ ।

ବୋଲଗଡରେ ନୂଆ ବାତ୍ୟା ଆଶ୍ରୟ ସ୍ଥଳ ନିର୍ମାଣ ପାଇଁ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ବିଧାୟକ ଶ୍ରୀ ସାହୁ ପ୍ରସ୍ତାବ ରଖିଥିଲେ । ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମ୍ଭାବ୍ୟ ପ୍ରାକୃତିକ ବିପର‌୍ୟ୍ୟୟରେ ସମସ୍ତେ ମିଳିମିଶି ମୁକାବିଲା କରିବାକୁ ସମସ୍ତ ଅଧିକାରୀ ଓ ଜନପ୍ରତିନିଧିମାନଙ୍କ ସହଯୋଗ କାମନା କରିଥିଲେ । ବୈଠକର ପ୍ରାରମ୍ଭରେ ଜିଲ୍ଲାପାଳ ୨୦୨୧ ମସିହାରେ ସଂଘଠିତ ‘ଜଓ୍ୱାଦ’ ବାତ୍ୟାରେ ଯେଉଁ ଚାଷୀମାନେ ଅଦ୍ୟାବଧି କ୍ଷତିପୂରଣ ପାଇନାହାଁନ୍ତି, ସେମାନଙ୍କୁ ଚଳିତ ମେ ମାସ ୨୫ ତାରିଖ ସୁଦ୍ଧା କ୍ଷତିପୂରଣ ପ୍ରାପ୍ୟ ଅର୍ଥ ପ୍ରଦାନ କରିବାକୁ ଜିଲ୍ଲାପାଳ ସଂପୃକ୍ତ ତହସିଲଦାରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ‘ଫନୀ’ ବାତ୍ୟାରେ ପାନବରଜ କ୍ଷତିଗ୍ରସ୍ତ ହୋଇଥିବା ବହୁ ଚାଷୀ ଅଦ୍ୟାବଧି କ୍ଷତିପୂରଣ ପାଇନଥିବାରୁ ବିଭିନ୍ନ ବ୍ଲକରେ ଜନଶୁଣାଣି ବେଳେ ଚାଷୀମାନେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏ ସଂପର୍କରେ ବିଷଦ୍ ଭାବେ ଅନୁଧ୍ୟାନ କରି ତୁରନ୍ତ ସେମାନଙ୍କର ପ୍ରାପ୍ୟ ପ୍ରଦାନ କରିବାକୁ ଜିଲ୍ଲା କୃଷି ଅଧିକାରୀଙ୍କୁ ଆଜିର ବୈଠକରେ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।

ବୈଠକର ନିଷ୍ପତ୍ତି ଅନୁସାରେ ଓଡିଶା ରିଲିଫ କୋଡ୍ ଅନୁଯାୟୀ ଜିଲ୍ଲାପାଳଙ୍କ କାର‌୍ୟ୍ୟାଳୟ, ଜିଲ୍ଲା ଜରୁରୀ ବିଭାଗ, ଭୁବନେଶ୍ୱର ଓ ଖୋର୍ଦ୍ଧା ଉପଜିଲ୍ଲାପାଳଙ୍କ କାର‌୍ୟ୍ୟାଳୟ, ଜିଲ୍ଲାର ସମସ୍ତ ତହସିଲ ଓ ବ୍ଲକ କାର‌୍ୟ୍ୟାଳୟ, ଜିଲ୍ଲାରେ ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କ ନିୟନ୍ତ୍ରଣ କକ୍ଷ ଆସନ୍ତା ଜୁନ୍ ମାସ ପ୍ରଥମ ଦିବସରୁ ନଭେମ୍ବର ମାସ ଶେଷ ପର‌୍ୟ୍ୟନ୍ତ ଚବିଶ ଘଣ୍ଟିଆ କାର‌୍ୟ୍ୟକ୍ଷମ ହେବ । ସମ୍ଭାବ୍ୟ ପ୍ରାକୃତିକ ବିପର‌୍ୟ୍ୟୟକୁ ଦୃଷ୍ଟିରେ ରଖି ଆବଶ୍ୟକ ସଂଖ୍ୟକ ପଲିଥିନ୍ ମହଜୁଦ ରଖାଯିବା ସଂପର୍କରେ ବୈଠକରେ ଆଲୋଚନା କରାଯାଇଛି । ଦୁର୍ବଳ ନଦୀ ଓ କେନାଲ ବନ୍ଧ ପ୍ରତି ନଜର ରଖି ତଦନୁସାରେ ପ୍ରସ୍ତୁତି ପାଇଁ ଜଳସେଚନ ବିଭାଗୀୟ ନିର୍ବାହୀଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଇତିମଧ୍ୟରେ ଜିଲ୍ଲା ଦେଇ ଯାଇଥିବା ବିଭିନ୍ନ ନଦୀର ନଦୀବନ୍ଧ ଉଚ୍ଚତା ବୃଦ୍ଧି କରାଯାଇଥିବା ସଂପୃକ୍ତ ନିର୍ବାହୀଯନ୍ତ୍ରୀମାନେ ପ୍ରକାଶ କରିଥିବା ବେଳେ ପରିସ୍ଥିତିକୁ ଦୃଷ୍ଟିରେ ରଖି ନଦୀରେ ବନ୍ୟା ଜଳପ୍ରବାହ ବେଳେ ସ୍ଥିତି ଅନୁଧ୍ୟାନ କରି ତଦନୁସାରେ ପ୍ରସ୍ତୁତି ରହିଲେ ନଦୀରେ ଘାଇ ସୃଷ୍ଟିର ସମ୍ଭାବନା ହେବ ନାହିଁ ବୋଲି ବୈଠକରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ ।

ସମସ୍ତ ନଦୀବନ୍ଧର ଯୁଗ୍ମ ତନଖି କାର‌୍ୟ୍ୟ ଶେଷ ପର‌୍ୟ୍ୟାୟରେ ପହଁଚିଛି । ଜଳସେଚନ ବିଭାଗର ସଂପୃକ୍ତ ଯନ୍ତ୍ରୀମାନେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ବନ୍ୟା ପ୍ରସ୍ତୁତି ଉପକରଣ ମହଜୁଦ ପାଇଁ ନେଇଥିବା ଆଗୁଆ ପଦକ୍ଷେପ ସଂପର୍କରେ ପ୍ରକାଶ କରିଥିଲେ । ଖୋର୍ଦ୍ଧା ଜିଲ୍ଲାରେ ୧୯୫ ଗୋଟି ସ୍କୁଲ ଏବଂ ୫୦ ଟି ବହୁମୁଖୀ ବନ୍ୟା ଓ ବାତ୍ୟା ଆଶ୍ରୟସ୍ଥଳ ପ୍ରସ୍ତୁତ ରହିଛି । ମଣ୍ଡଳ ଉନ୍ନୟନ ଅଧିକାରୀ ତଥା ପୌରାଂଚଳର ନିର୍ବାହୀ ଅଧିକାରୀମାନେ ଏହାର ଅବସ୍ଥା ସମ୍ବନ୍ଧରେ ଅନୁଧ୍ୟାନ କରି ତୁରନ୍ତ ବିବରଣୀ ଜିଲ୍ଲା କାର‌୍ୟ୍ୟାଳୟକୁ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଶ୍ରୟସ୍ଥଳୀଗୁଡିକୁ ଦିଆଯାଇଥିବା ଉପକରଣ ଯଥା ଆସ୍କା ଲାଇଟ୍, ଚେନ୍ କରତଗୁଡିକ ନିକଟସ୍ଥ ଅଗ୍ନିଶମ ବିଭାଗକୁ ହସ୍ତାନ୍ତର କରି ସେଗୁଡିକର ମରାମତି କରାଯିବା ନିମନ୍ତେ ପଦକ୍ଷେପ ନିଆଯାଇଛି । ସମ୍ଭାବ୍ୟ ବନ୍ୟା ଓ ବାତ୍ୟା ପରିସ୍ଥିତିରେ ଡଙ୍ଗା ବ୍ୟବସ୍ଥା ପାଇଁ ଆବଶ୍ୟକ ବ୍ୟବସ୍ଥାଗ୍ରହଣ କରାଯାଇଛି । ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ୮ ଗୋଟି ପାଓ୍ୱାର ବୋଟ୍ ମଧ୍ୟରୁ ୩ ଟି ବାଲିପାଟଣା, ୨ ଟି ବାଲିଅନ୍ତା , ୨ଟି ଖୋର୍ଦ୍ଧା ଏବଂ ୧ ଟି ଜଟଣୀ ବ୍ଲକରେ କାର‌୍ୟ୍ୟକ୍ଷମ ଅବସ୍ଥାରେ ରଖାଯାଇଛି ।

ବର୍ଷା ଦିନ ପୂର୍ବରୁ ଜଳ ନିଷ୍କାସନ ନାଳ ଓ କେନାଲଗୁଡିକୁ ପରିସ୍କାର ରଖାଯିବା, ଆଭ୍ୟନ୍ତରୀଣ ଓ ଦୁର୍ଗମ ସ୍ଥାନ ମାନଙ୍କରେ ବନ୍ୟା ଓ ବାତ୍ୟା ପୂର୍ବରୁ ଖାଦ୍ୟ ପଦାର୍ଥ ଓ ରିଲିଫ୍ ସାମଗ୍ରୀ ମହଜୁଦ ରଖାଯିବା, ବନ୍ୟାଂଚଳରେ କୃଷିକାର‌୍ୟ୍ୟ ପାଇଁ ଆଗୁଆ ଓ ସତର୍କତାମୂଳକ ପଦକ୍ଷେପ ନିଆଯିବାକୁ ପ୍ରସ୍ତୁତି ସଂପର୍କରେ ଆଲୋଚନା କରାଯାଇଥିଲା । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଜିଲ୍ଲାରେ ଚିକିତ୍ସା ସେବା ପାଇଁ ୧୦ ଟି ବ୍କକକୁ ନେଇ ୫ ଟି ଜୋନ୍ କରାଯାଇଥିବା ବେଳେ ପ୍ରତି ଜୋନ୍ ରେ ମେଡିକାଲ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଥିବା ପ୍ରକାଶ କରିଥିଲେ । ଜିଲ୍ଲା ମୁଖ୍ୟାଳୟ ସହିତ ସମସ୍ତ ବ୍ୱକ ମୁଖ୍ୟାଳୟରେ ମଧ୍ୟ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି । ପ୍ରତି ସ୍ୱାସ୍ଥ୍ୟକେନ୍ଦ୍ରରେ ପର‌୍ୟ୍ୟାପ୍ତ ପରିମାଣରେ ଓଆରଏସ୍ ପ୍ୟାକେଟ, ହାଲୋଜେନ୍ ବଟିକା, ସାପକାମୁଡା ପ୍ରତିଷେଧକ ଟୀକା, ବ୍ଲିଚିଂ ପାଉଡର ମହଜୁଦ ରଖା ଯାଇଛି । ବିପର‌୍ୟ୍ୟୟ ପରିଚାଳନା ପାଇଁ ବନ୍ୟା ସମୟରେ ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା କରାଯିବା ପାଇଁ ପାନୀୟ ଜଳ ବିଭାଗ ନିର୍ବାହୀ ଯନ୍ତ୍ରୀ ଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ସମ୍ଭାବ୍ୟ ପ୍ରାକୃତିକ ବିପର‌୍ୟ୍ୟୟକୁ ଦୃଷ୍ଟିରେ ରଖି ଫସଲ ଅମଳ ପରିପ୍ରେକ୍ଷୀରେ କୃଷି ବିଭାଗର ପ୍ରସ୍ତୁତି ସଂପର୍କରେ ଆଲୋଚନା ସଂପର୍କରେ ଆଲୋଚନା ମଧ୍ୟରେ ଯେଉଁ ଠାରେ ଫସଲ ଅମଳ ପାଇଁ ‘ଗୋଷ୍ଠୀ ଖଳା’ ନିର୍ମାଣ ଅସମ୍ପୂର୍ଣ୍ଣ ଅବସ୍ଥାରେ ରହିଛି , ସେସବୁକୁ ଆବଶ୍ୟକ ପଦକ୍ଷେପ ନିଆଯାଇ ସଂପୂର୍ଣ୍ଣ କରିବାକୁ ପଦକ୍ଷେପ ନେବାକୁ ଜିଲ୍ଲା କୃଷି ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଆପାତକାଳୀନ ସମୟରେ ପ୍ରଭାବିତ ଅଂଚଳରେ ଯେପରି ଗୋଖାଦ୍ୟ ଶୀଘ୍ର ଉପଲବଧ ହେବ, ସେଥିପାଇଁ ବନ୍ୟା ବା ବାତ୍ୟାରେ ବିଶେଷ କରି ତଳିଆ ଅଂଚଳରେ ଥିବା ଗୋ ସଂପଦର ତାଲିକା ପଂଚାୟତଓ୍ୱାରୀ ପ୍ରସ୍ତୁତ କରି ପ୍ରାକ୍ ପ୍ରସ୍ତୁତି ଗ୍ରହଣ କରାଗଲେ ଠିକ୍ ସମୟରେ ଗୋଖାଦ୍ୟ ପହଂଚି ପାରିବ । ଏ ସଂପର୍କରେ ସେ ଜିଲ୍ଲାପାଳ , ଜିଲ୍ଲା ପ୍ରାଣୀ ସଂପଦ ଅଧିକାରୀଙ୍କୁ ଆବଶ୍ୟକ ପ୍ରସ୍ତୁତି ପାଇଁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାର ବନ୍ୟା ସାହାଯ୍ୟ କାର‌୍ୟ୍ୟର ସୁପରିଚାଳନା ନିମନ୍ତେ ପ୍ରତ୍ୟକ ବ୍ଲକ, ବିଜ୍ଞପିତ ଅଂଚଳ ପରିଷଦକୁ ଗୋଟିଏ ଗୋଟିଏ ବନ୍ୟାଂଚଳ ସର୍କଲ ଭାବେ ବିଭକ୍ତ କରାଯିବା ସହିତ ସଂପୃକ୍ତ ଅଧିକାରୀମାନେ ଏହି ସର୍କଲ ଦାୟିତ୍ୱରେ ରହିବେ ।

ରିଲିଫ କାର‌୍ୟ୍ୟ ସୁପରିଚାଳନା ପାଇଁ ତାଲିମ ବ୍ୟବସ୍ଥା ଓ ରିଲିଫ ଦଳ ଗଠନ, ସ୍ୱେଚ୍ଛାସେବୀ ସଂଗଠନମାନଙ୍କର ସହାୟତା, ଆବଶ୍ୟକସ୍ଥଳେ ଏନ ଡି ଆର ଏଫ ଏବଂ ଓଡ୍ରାଫ୍ ବାହିନୀର ସହାୟତା ନିଆଯିବା , ବ୍ଲକ ସ୍ତରୀୟ ବିପର‌୍ୟ୍ୟୟ ପରିଚାଳନା ଯୋଜନା ପ୍ରସ୍ତୁତି ସହ ବିପର‌୍ୟ୍ୟୟ ପରିଚାଳନା ଦାୟିତ୍ୱରେ ଥିବା ଅଧିକାରୀଙ୍କ ଦୂରଭାଷ ନମ୍ବର ସହ ନାମ, ଜିଲ୍ଲା ଜରୁରୀ ବିଭାଗରେ ଉପଲବଧ ହେବା ସଂପର୍କରେ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଇଣ୍ଡିଆ ପ୍ରାକୃତିକ ବିପର‌୍ୟ୍ୟୟ ସମ୍ବଳ ନେଟଓ୍ୱର୍କ (ଆଇ.ଡି.ଆର୍.ଏନ୍.) ପୋର୍ଟାଲ ନିମନ୍ତେ ସମସ୍ତ ଜିଲ୍ଲା ତଥା ବ୍ଲକ ଅଧିକାରୀମାନେ ତୁରନ୍ତ ତଥ୍ୟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ଜିଲ୍ଲା, ଉପଖଣ୍ଡ, ବ୍ଲକ, ତହସିଲ, ପୌରାଂଚଳ ଅଧିକାରୀମାନେ ପାରସ୍ପରିକ ସମନ୍ୱୟ ରଖି ୨୦୨୨-୨୩ ରେ ସମ୍ଭାବ୍ୟ ବନ୍ୟା ଓ ବାତ୍ୟା ଭଳି ପ୍ରାକୃତିକ ବିପର‌୍ୟ୍ୟୟକୁ ମୁକାବିଲା କରିବାକୁ ଜିଲ୍ଲାପାଳ ସମସ୍ତଙ୍କର ସହଯୋଗ ଲୋଡିଥିଲେ । ଅନ୍ୟାନ୍ୟ ଆଲୋଚନା ମଧ୍ୟରେ ଜିଲ୍ଲାରେ ବରୁଣେଇ ପୀଠ ଓ ମା’ ଭଗବତୀ ପୀଠର ଉନ୍ନତିକରଣ, ଝୁମୁକା ଓ ଡେରାସ ଠାରେ ଇକୋ- ଟୁରିଜିମର ବିକାଶ, ଖୋର୍ଦ୍ଧା ସହରରେ ନୂଆ ସଂସ୍କୃତି ଭବନ ନିର୍ମାଣ ସଂପର୍କରେ ଆଲୋଚନା କରାଯାଇଥିଲା ।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ(ପ୍ରଶାସନ),ଖୋର୍ଦ୍ଧା ଶ୍ରୀ ମନୋଜ କୁମାର ପାଢୀ, ଅତିରିକ୍ତ ଜିଲ୍ଲାପାଳ, ଭୁବନେଶ୍ୱର ଶ୍ରୀ ପ୍ରଫୁଲ୍ଲ କୁମାର ସ୍ୱାଇଁ, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ, ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଶ୍ରୀ ଦିଗନ୍ତ କୁମାର ରାଉତରାୟ, ଉପଜିଲ୍ଲାପାଳ , ଖୋର୍ଦ୍ଧା ଶ୍ରୀ ଇସାଲଓ୍ୱାର ଶିବାଜୀ ଗୌରବ, ଉପଜିଲ୍ଲାପାଳ, ଭୁବନେଶ୍ୱର ଶ୍ରୀ ଦେବବ୍ରତ ସାହୁ, ଜିଲ୍ଲାର ସମସ୍ତ ବିଡିଓ, ତହସିଲଦାର, ଜିଲ୍ଲାର କୃଷି. ଜଳସେଚନ, ବିଦ୍ୟୁତ୍, ଗ୍ରାମ୍ୟ ଉନ୍ନୟନ, ଡ୍ରେନେଜ୍ , ଗ୍ରାମୀଣ ପାନୀୟ ଜଳ ଯୋଗାଣ ଓ ପରିମଳ , ଖୋର୍ଦ୍ଧା ଓ ଭୁବନେଶ୍ୱର ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧି୍କାରୀଙ୍କ ସମେତ ଦୂରସଂଚାର ନିଗମର ଅଧିକାରୀଙ୍କ , ବିଭିନ୍ନ ଇଂଜିନିୟରିଂ ବିଭାଗର ଅଧିକାରୀ, ପୌରାଂଚଳ କାର‌୍ୟ୍ୟ ନିର୍ବାହୀ ଅଧିକାରୀ ପ୍ରମୁଖ ଯୋଗଦେଇ ଜିଲ୍ଲାରେ ପ୍ରାକୃତିକ ବିପର‌୍ୟ୍ୟୟ ମୁକାବିଲା ପରିପ୍ରେକ୍ଷୀରେ ଆଲୋଚନା କରିଥିଲେ । ଜିଲ୍ଲା ଆପାତକାଳୀନ ଅଧିକାରୀ ଶ୍ରୀମତୀ ଉର୍ମିପ୍ରଭା ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ନୟାଗଡ଼ରେ ସାଇକ୍ଲୋଥନ ଓ ମାରାଥନ ରାଲି

ନୟାଗଡ଼ରେ ସାଇକ୍ଲୋଥନ ଓ ମାରାଥନ ରାଲି

May 14, 2026
ନୟାଗଡ଼ ରୋଡ଼ ଉପରେ ପରିବା ଗୋଦାମ : ପ୍ରଶାସନ ଉଦାସିନତା ପାଇଁ ଟ୍ରାଫିକ ଜାମ୍

ନୟାଗଡ଼ ରୋଡ଼ ଉପରେ ପରିବା ଗୋଦାମ : ପ୍ରଶାସନ ଉଦାସିନତା ପାଇଁ ଟ୍ରାଫିକ ଜାମ୍

May 14, 2026
ଉତ୍ପାଦ ପ୍ରସ୍ତୁତି ଫ୍ୟାକ୍ଟ୍ରିରେ ଭୟାନକ ଅଗ୍ନିକାଣ୍ଡ : ପ୍ରଶାସନିକ ଅବହେଳା ଯୋଗୁଁ ଜନଜୀବନ ବିପନ୍ନ

ଉତ୍ପାଦ ପ୍ରସ୍ତୁତି ଫ୍ୟାକ୍ଟ୍ରିରେ ଭୟାନକ ଅଗ୍ନିକାଣ୍ଡ : ପ୍ରଶାସନିକ ଅବହେଳା ଯୋଗୁଁ ଜନଜୀବନ ବିପନ୍ନ

May 14, 2026
ସଂପର୍କ ତରଫରୁ ମହାବିଦ୍ୟାଳୟ ବିଦ୍ୟାର୍ଥୀଙ୍କ ସାମାଜିକ ଦାୟିତ୍ୱବୋଧ ତାଲିମ କାର୍ଯ୍ୟକ୍ରମ

ସଂପର୍କ ତରଫରୁ ମହାବିଦ୍ୟାଳୟ ବିଦ୍ୟାର୍ଥୀଙ୍କ ସାମାଜିକ ଦାୟିତ୍ୱବୋଧ ତାଲିମ କାର୍ଯ୍ୟକ୍ରମ

May 14, 2026

Recent News

ନୟାଗଡ଼ରେ ସାଇକ୍ଲୋଥନ ଓ ମାରାଥନ ରାଲି

ନୟାଗଡ଼ରେ ସାଇକ୍ଲୋଥନ ଓ ମାରାଥନ ରାଲି

May 14, 2026
ନୟାଗଡ଼ ରୋଡ଼ ଉପରେ ପରିବା ଗୋଦାମ : ପ୍ରଶାସନ ଉଦାସିନତା ପାଇଁ ଟ୍ରାଫିକ ଜାମ୍

ନୟାଗଡ଼ ରୋଡ଼ ଉପରେ ପରିବା ଗୋଦାମ : ପ୍ରଶାସନ ଉଦାସିନତା ପାଇଁ ଟ୍ରାଫିକ ଜାମ୍

May 14, 2026
ଉତ୍ପାଦ ପ୍ରସ୍ତୁତି ଫ୍ୟାକ୍ଟ୍ରିରେ ଭୟାନକ ଅଗ୍ନିକାଣ୍ଡ : ପ୍ରଶାସନିକ ଅବହେଳା ଯୋଗୁଁ ଜନଜୀବନ ବିପନ୍ନ

ଉତ୍ପାଦ ପ୍ରସ୍ତୁତି ଫ୍ୟାକ୍ଟ୍ରିରେ ଭୟାନକ ଅଗ୍ନିକାଣ୍ଡ : ପ୍ରଶାସନିକ ଅବହେଳା ଯୋଗୁଁ ଜନଜୀବନ ବିପନ୍ନ

May 14, 2026
ସଂପର୍କ ତରଫରୁ ମହାବିଦ୍ୟାଳୟ ବିଦ୍ୟାର୍ଥୀଙ୍କ ସାମାଜିକ ଦାୟିତ୍ୱବୋଧ ତାଲିମ କାର୍ଯ୍ୟକ୍ରମ

ସଂପର୍କ ତରଫରୁ ମହାବିଦ୍ୟାଳୟ ବିଦ୍ୟାର୍ଥୀଙ୍କ ସାମାଜିକ ଦାୟିତ୍ୱବୋଧ ତାଲିମ କାର୍ଯ୍ୟକ୍ରମ

May 14, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ନୟାଗଡ଼ରେ ସାଇକ୍ଲୋଥନ ଓ ମାରାଥନ ରାଲି

ନୟାଗଡ଼ରେ ସାଇକ୍ଲୋଥନ ଓ ମାରାଥନ ରାଲି

May 14, 2026
ନୟାଗଡ଼ ରୋଡ଼ ଉପରେ ପରିବା ଗୋଦାମ : ପ୍ରଶାସନ ଉଦାସିନତା ପାଇଁ ଟ୍ରାଫିକ ଜାମ୍

ନୟାଗଡ଼ ରୋଡ଼ ଉପରେ ପରିବା ଗୋଦାମ : ପ୍ରଶାସନ ଉଦାସିନତା ପାଇଁ ଟ୍ରାଫିକ ଜାମ୍

May 14, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version