ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ବଲାଙ୍ଗୀର ଜିଲ୍ଲା ବେଲପଡ଼ା ବ୍ଲକ ସାମ୍ବାଦିକଙ୍କୁ ନେଇ ଏକ ବୈଠକ ନୂନହାଡ ପଞ୍ଚାୟତ କମ୍ପ୍ୟୁଟର କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବନମାଳୀ ମହାକୁଡଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସାମ୍ବାଦିକମାନଙ୍କ ଉପରେ ଆଣାଯାଇଥିବା ନୂତନ ନିୟମାବଳୀ ଉପରେ ଆଲୋଚନା କରାଯାଇଥିଲା । ପ୍ରତିକୂଳ ପରିସ୍ଥିତିରେ ଖବର ସଂଗ୍ରହ କରିବା ସମୟରେ ସତର୍କତା ଅବଲମ୍ବନ କରିବା ପାଇଁ ମଧ୍ୟ ଆଲୋଚନା ହୋଇଥିଲା ।
ବୈଠକରେ ସର୍ବସମ୍ମତି କ୍ରମେ ଆସନ୍ତା ୧୬ ତାରିଖ ଦିନ ବେଲପଡ଼ା ବ୍ଲକସ୍ତରୀୟ ସାମ୍ବାଦିକ ସଂଘର କର୍ମକର୍ତ୍ତା ଚୟନ କରିବା ପାଇଁ ସ୍ଥିର କରାଯାଇଛି l ଏହି ବୈଠକରେ ଗୁଣନିଧି ପୁଟେଲ, ନଟବର ମହାନନ୍ଦ, ପିତରାଜ ଧରୁଆ, ଜିତୁ ନାଏକ, ସୁଶୀଲ କୁମାର ବେହେରା, ସଞ୍ଜୀବ କୁମାର ଭୋଇ, ଶୁଭେନ୍ଦୁ ବେହେରା, ଡୋଲେଶ୍ୱର ମେହେର, ପୂର୍ଣ୍ଣଶଶୀ ଶେଖର ରାଓ, ଜଗଦୀଶ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଗୁଣନିଧି ପୁଟେଲ ଧନ୍ୟବାଦ ଅର୍ପଣ କରିଥିଲେ ।














