କଣ୍ଟାବାଞ୍ଜି (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) ମୁରିବାହାଲ :- ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକରେ ପୁଣି ଦାଦନ ଦୁଃଖ ଦେଖିବାକୁ ମିଳିଛି । ପରିବାରର ଆର୍ଥିକ ସ୍ଥିତି ସୁଧାରିବା ପାଇଁ ମୁରିବାହାଲ ବ୍ଲକ ମାଲିସିରା ପଞ୍ଚାୟତ ଡଙ୍ଗାବାଞ୍ଜି ଗ୍ରାମର ଜଗନ୍ନାଥ ଧରୁଆ (୨୮) କାମ କରିବାକୁ ହାଇଦ୍ରାବାଦ ଯାଇଥିଲେ । ବୁଧବାର ଏକ ଇଟାଭାଟିରେ କାମ କରୁଥିବା ସମୟରେ ଇଟା ପୋଡ଼ିବା ପାଇଁ ନିଆଯାଉଥିବା ଜଳନ୍ତା ପାଉଁଶ ହଠାତ୍ ତାଙ୍କ ଉପରେ ପଡ଼ିଯାଇଥିଲା । ଏଥିରେ ସେ ପୋଡ଼ି ଯାଇଥିଲେ । ତାଙ୍କୁ ଉଦ୍ଧାର କରିବାକୁ ଯାଇ ଅନ୍ୟ ଜଣେ ଶ୍ରମିକଙ୍କ ଦୁଇ ଗୋଡ଼ ମଧ୍ୟ ପୋଡ଼ିଯାଇଥିଲା । ଉଭୟଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲେ ମଧ୍ୟ ଡାକ୍ତର ଜଗନ୍ନାଥଙ୍କୁ ମୃତ ଘୋଷଣା କରିଥିଲେ। ପରେ ହାଇଦ୍ରାବାଦରେ ହିଁ ତାଙ୍କର ଶବଦାହ କରାଯାଇଥିବା ପରିବାର ଲୋକେ କହିଛନ୍ତି ।
















