No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ /୧୩ ମଇ ଶୁକ୍ରବାର /ଶଙ୍ଖକ୍ଷେତ୍ର ପୁରୀ :- ସ୍ଥାନୀୟ ତ୍ରିଦେବ ଭିଲ୍ଲା ଠାରେ ଆଦି ଶଙ୍କରାନ୍ତର୍ଯ୍ୟଙ୍କ ଦ୍ଵାରା ଶ୍ରୀବିଗ୍ରହମାନଙ୍କ ପୁନଃ ସ୍ଥାପନା ଦିବସକୁ ସ୍ମରଣ କରି ଶ୍ରୀବିଗ୍ରହ ପୁନଃ ସ୍ଥାପନା ଦିବସ ଭାରତ ବିକାଶ ପରିଷଦ ଶ୍ରୀଜଗନ୍ନାଥ ଧାମ ଶାଖା, ପୁରୀ ତରଫରୁ ଶାଖା ସଭାପତି ପ୍ରଫୁଲ୍ଲ କୁମାର ମିଶ୍ରଙ୍କ ସଭାପତିତ୍ବରେ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ବକ୍ତାଭାବେ ଐତିହ ବିଶାରଦ ତଥା ଓଡ଼ିଶା ସାହିତ୍ୟ ଏକାଡ଼େମୀର ପୂବର୍ତନ ସଦସ୍ୟ ଡକ୍ଟର ସୁରେନ୍ଦ୍ର କୁମାର ମିଶ୍ର ଯୋଗ ଦେଇ ଶ୍ରୀମନ୍ଦିର ଉପରେ ୧୮ଥର ଆକ୍ରମଣର ଘଟଣାକ୍ରମ,
ଶ୍ରୀବିଗ୍ରହମାନଙ୍କ ପୁରୀ ସ୍ଥାନାନ୍ତରଣ, ଶ୍ରୀବିଗ୍ରହ ମାନଙ୍କ ୧୪୪ବର୍ଷ ଧରି ପାତାଳି ହେବା, ସୁଦୂର ସୋନପୁର ଅଞ୍ଚଳରୁ ଆଦି ଶଙ୍କରାନ୍ତର୍ଯ୍ୟଙ୍କ ଦ୍ବାରା ଶ୍ରୀ ବିଗ୍ରହମାନଙ୍କୁ ଠାବ କରି ଶ୍ରୀମନ୍ଦିରକୁ ଆଣି ସ୍ଥାପନା, ଶ୍ରୀବିଗ୍ରହମାନଙ୍କୁ ଦର୍ଶନ କରିବା ପଦ୍ଧତି, ତଥା ଶ୍ରୀମନ୍ଦିର ଏବଂ ଶ୍ରୀବିଗ୍ରହଙ୍କ ସମ୍ପର୍କରେ ବହୁ ଐତିହାସିକ ତଥ୍ୟ, ଧାର୍ମିକ ମତବାଦ ତଥା ପ୍ରାମାଣିକ ତତ୍ତ୍ବ ସମ୍ପର୍କରେ ଆଲୋଚନା କରିଥିଲେ ଭାରତ ବିକାଶ ପରିଷଦର ପୂର୍ବକ୍ଷେତ୍ର ମହାସଚିବ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ ଯୋଗ ଦେଇ ଭାରତୀୟ ସଂସ୍କୃତି ସମ୍ବଧରେ ବର୍ତ୍ତମାନ ର ପିଢ଼ି କୁ ସଚେତନ କରିବା ପାଇଁ ଭାରତ ବିକାଶ ପରିଷଦର ପ୍ରୟାସ ସମ୍ପର୍କରେ ଆଲୋକପାତ କରିଥିଲେ ।
ଏହି ଅବସରରେ ଦୁଇଜଣ ଛାତ୍ରୀ ଅନ୍ନପୂର୍ଣ୍ଣା ରଥ ଏବଂ ଦିବ୍ୟାଶି ମହାପାତ୍ର ଯୋଗ ଦେଇ ଆଦି ଶଙ୍କରାନ୍ତର୍ଯ୍ୟଙ୍କ ଦ୍ଵାରା ଶ୍ରୀବିଗ୍ରହମାନଙ୍କ ପୁନଃ ସ୍ଥାପନା ଏବଂ ଆଦି ଶଙ୍କରାଊର୍ଯ୍ୟଙ୍କ ଜୀବନୀ ସଂପର୍କରେ ଆଲୋକପାତ କରିଥିଲେ । ଭାରତ ବିକାଶ ପରିଷଦର ଶ୍ରୀଜଗନ୍ନାଥ ଧାମ ଶାଖା ସମ୍ପାଦକ ସୌମେନ୍ଦ୍ର ଦାସ ସଭା ସଂଯୋଜନା କରିଥିଲେ । ଆବାହକ ଶରତ କୁମାର ଜୟସିଂହ ପ୍ରାରମ୍ଭରେ ଅତିଥୁ ପରିଚୟ ଦେବା ସହ ଶ୍ରୀବିଗ୍ରହ ପୁନଃ ସ୍ଥାପନା ଦିବସ ପାଳନର ପୃଷ୍ଠଭୂମି ସମ୍ପର୍କରେ ଆଲୋଚନା କରିଥିଲେ,ଏହି ଅବସରରେ କ୍ଷେତ୍ରୀୟ ଏବଂ ପ୍ରାନ୍ତୀୟ ସ୍ତରରେ ନୂତନ ଦାୟିତ୍ବ ପାଇଥିବା ପୂର୍ବ କ୍ଷେତ୍ର କ୍ଷେତ୍ରୀୟ ଯୁଗ୍ମ ମହାସଚିବ (ଓଡ଼ିଶା ପୂର୍ବ, ପଶ୍ଚିମ ଏବଂ ପଶ୍ଚିମବଙ୍ଗ ପ୍ରାନ୍ତ) ଶୁଭାଶିଷ କର,
କ୍ଷେତ୍ରୀୟ ମହିଳା ଏବଂ ବାଇ ବିକାଶ ସଚିବ (ଓଡ଼ିଶା ପୂର୍ବ, ପଶ୍ଚିମ ପ୍ରାନ୍ତ) ଶ୍ରୀମତୀ ସୁପ୍ରୀତି ରଥ ଏବଂ ଓଡ଼ିଶା ପୂର୍ବ ପ୍ରାନ୍ତର ସଂଗଠନ ସଚିବ ଶ୍ରୀ ରାମଚନ୍ଦ୍ର ଦଳାଇଙ୍କ ଶ୍ରୀଜଗନ୍ନାଥ ଧାମ ଶାଖା ତରପୁର ଉପଢୌକନ ଏବଂ ଶ୍ରଦ୍ଧା ସ୍ମାରକୀ ଦେଇ ଅଭିନନ୍ଦନ ଜଣାଯାଇଥିଲା । ସନ୍ତୋଷ କୁମାର ମହାନ୍ତି, ନିର୍ମାଇ ଚରଣ ସାହୁ, ଗୌରାଙ୍ଗ ଚନ୍ଦ୍ର ମିଶ୍ର, ଉର୍ମିଳା ସ୍ଵାଇଁ, ମୀରା ମହାରଣା, ମମତା ପାତ୍ର, ଗୀତାଞ୍ଜଳି ସାମନ୍ତରାୟ, ଲାଲା ଅନନ୍ତ କୁମାର ସିଂହଁ l ପ୍ରମୁଖ କାର୍ଯ୍ୟକ୍ରମ ପରିସ୍ଖଳନାରେ ସହଯୋଗ କରିଥିଲେ । ସମ୍ପର୍କ ସଚିବ ବୁଧଦେବ ମହାପାତ୍ର ଶେଷ ରେ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।ସଭା ପ୍ରାରମ୍ଭରେ ସାମୁହିକ ବନ୍ଦେମାତରଂ ଏବଂ ଶେଷରେ ସାମୁହିକ ରାଷ୍ଟ୍ରଗାନ କରାଯାଇଥିଲା |
No Result
View All Result