odishatazanews.com, whatsApp – 9938341180, ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com
ଭୁବନେଶ୍ୱର ,ରିପୋର୍ଟ (ଓଡିଶା ତାଜା ନ୍ୟୁଜ୍ )୧୪ ମଇ, ଗୁରୁବାର : – ରାଜ୍ୟରେ କୋଭିଡ ହସ୍ପିଟାଲ ଶଯ୍ୟା ସଂଖ୍ୟା ୧୦ହଜାରକୁ ବୃଦ୍ଧି କରାଯିବା । ବର୍ତ୍ତମାନ ଏହା ୬ହଜାର ରହିଛି । ଆଜି ବସିଥିବା ସପ୍ତମ ମନ୍ତ୍ରୀସ୍ତରୀୟ କମିଟି ବୈଠକରେ ଏ ସଂକ୍ରାନ୍ତରେ ଆଲୋଚନା ହୋଇଥିବା ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ପ୍ରତାପ ଜେନା । ଶ୍ରୀ ଜେନା କହିଛନ୍ତି ଯେ କରୋନା ସଂକ୍ରମଣ ଚିହ୍ନଟ ପାଇଁ ରାଜ୍ୟରେ ବର୍ତ୍ତମାନ ଦୈନିକ ହାରାହାରି ୪୫୦୦ ଟି ନମୂନା ପରୀକ୍ଷା ହେଉଥିବାବେଳେ ଏହାକୁ ୧୫ହଜାରକୁ ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ।
ତଦନୁଯାୟୀ ଏହି ପରୀକ୍ଷା ସଂଖ୍ୟା ବୃଦ୍ଧି ଲାଗି କିଭଳି ଆନୁଷଙ୍ଗିକ ଯନ୍ତ୍ରପତି ଖରିଦ ସହିତ ତାହା ବିଭିନ୍ନ ସ୍ଥାନରୋ ସ୍ଥାପନ କରାଯିବ ସେ ନେଇ ବୈଠକରେ ଆଲୋଚନା ହୋଇଛି । ସେହିଭଳି ଘରୋଇ ଡାକ୍ତରଖାନା ଗୁଡିକରେ କରୋନା ପରୀକ୍ଷା ପାଇଁ ଟେଣ୍ଡର ଜାରି ହୋଇଥିବାବେଳେ କେତେକ ଡାକ୍ତରଖାନା ଏଥିରେ ଭାଗ ନେଇଛନ୍ତି । ଏହି ପ୍ରକ୍ରିୟା ଜାରି ରହିଥିବାବେଳେ ଖୁବ୍ଶୀଘ୍ର ଏହା ଚୂଡାନ୍ତ ହେବ । ବର୍ତ୍ତମାନ ଯେଉଁସବୁ ବ୍ଲକରେ ଅଧିକ ସଂଖ୍ୟାରେ ପ୍ରବାସୀ ପହଞ୍ଚିବାରେ ଲାଗିଛନ୍ତି ସେଠାରେ କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ଶଯ୍ୟା ବୃଦ୍ଧି ଲାଗି ପଦକ୍ଷେପ ନିଆଯାଉଛି ।
ତେବେ ନୂଆ ଦର୍ଶିକା ଅନୁଯାୟୀ କ୍ୱାରେଣ୍ଟାଇନ୍ କେନ୍ଦ୍ରର ୧୦୦ ମିଟର ପରିଧି ମଧ୍ୟରେ ଲୋକଙ୍କ ଯା ଆସ ଉପରେ କଟକଣା ଲଗାଯାଇଛି । ରାଜ୍ୟର ୪ଟି ନୂଆ ମେଡିକାଲ କଲେଜ ଯଥା କୋରାପୁଟ, ବଲାଙ୍ଗିର, ବାରିପଦା ଓ ବାଲେଶ୍ୱର ଠାରେ ନମୂନା ପରୀକ୍ଷା ଲାଗି ପଦକ୍ଷେପ ନିଆଯାଉଛି । ଚଳିତମାସ ଶେଷ ସୁଦ୍ଧା ଏଠାରେ ପରୀକ୍ଷା ଆରମ୍ଭ ସମ୍ଭାବନା ଥିବା ମନ୍ତ୍ରୀ ଶ୍ରୀ ଜେନା ସୂଚନା ଦେଇଛନ୍ତି । ଲୋକଙ୍କୁ ଅଧିକ ସଚେତନ କରିବାପାଇଁ ଆଜିର ବୈଠକରେ ଆଲୋଚନା ହୋଇଛି ।