odishatazanews.com, whatsApp – 9938341180, ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com
ବର୍ତ୍ତମାନ ସୁଦ୍ଧା ୩୪ଟି ତୁମ୍ବର ବିନ୍ଧ କାର୍ଯ୍ୟ ସରିଛି । ୩ ରଥର ୬ଟି ଅନୁକୂଳ ଚକକୁ ଛାଡି ନନ୍ଦିଘୋଷ ରଥର ଗୋଟିଏ ଚକରେ ପଇଲାଗି ହୋଇ ବିଭୋର ବାଡିଆ (ପଇଠ) ହୋଇଛି । ଆଜି ସକାଳେ ରଥଖଳାରେ କାମ ଆରମ୍ଭ ପୂର୍ବରୁ ୧୬୨ ଜଣ ସେବକଙ୍କର ଥର୍ମାଲ ସ୍କ୍ରନିଂ କରାଯାଇଥିଲା । କୋଭିଡ-୧୯ ପରୀକ୍ଷା ପାଇଁ ସ୍ୱାବ କଲେକ୍ସନ ଆରମ୍ଭ ହୋଇ ଗତକାଲି ୫୫ ଜଣଙ୍କର ସ୍ୱାପ ନମୁନା ସଗ୍ରହ ହୋଇଥିବା ବେଳେ ଆଜି ୭୫ ଜଣଙ୍କର ସ୍ୱାବ ନମୁନା ସଂଗ୍ରହ ହୋଇଛି ।
ଦେଖନ୍ତୁ କିଛି ଚିତ୍ର …
ପୁରୀ,ରିପୋର୍ଟ (ଓଡିଶା ତାଜା ନ୍ୟୁଜ୍ )୧୪ ମଇ, ଗୁରୁବାର : – ସପ୍ତମ ଦିନରେ ଦ୍ରୂତ ଗତିରେ ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ । ବର୍ତ୍ତମାନ ସୁଦ୍ଧା ୩୪ଟି ତୁମ୍ବର ବିନ୍ଧ କାର୍ଯ୍ୟ ସରିଛି । ୩ ରଥର ୬ଟି ଅନୁକୂଳ ଚକକୁ ଛାଡି ନନ୍ଦିଘୋଷ ରଥର ଗୋଟିଏ ଚକରେ ପଇଲାଗି ହୋଇ ବିଭୋର ବାଡିଆ (ପଇଠ) ହୋଇଛି ।
ଅନ୍ୟଟିରେ ପଇଲାଗି ସାରି ବିଭୋର ବାଡିଆ ଆରମ୍ଭ ହୋଇଛି । ଅନ୍ୟଟିରେ ଅର ସଂଯୋଗ ସରି ପଇଲଗି ବାକି ହୋଇଛି । ମଝିରଥର ଦୁଇଟି ଚକାରେ ଅର ପଇ ସଂଯୋଗ ଚାଲିଛି । ୬ଟି ତୁମ୍ବରେ ବିନ୍ଧ କାମ ଶେଷ ପର୍ଯ୍ୟୟରେ ଥିବା ବେଳେ ୨ଟି ତୁମ୍ବର ବିନ୍ଧ କାମ ବାକି ଅଛି ।
ସେହିପରି ବଡ ରଥର ଦୁଇଟି ଚକରେ ପଇ ଲାଗିବାକୁ ଥିବା ବେଳେ ଗୋଟିକରେ ଅର ସଂଯୋଗ ସରିଛି ଏବଂ ୧୧ଟି ଗୁଜରେ ତଙ୍ଗ ବିରାଜ ଖୋଦେଇ ସରିଥିବା ବେଳେ ୯ଟି ଜଳଦନ୍ତ କାର୍ଯ୍ୟ ସରିଛି । ଆଜି ସକାଳେ ରଥଖଳାରେ କାମ ଆରମ୍ଭ ପୂର୍ବରୁ ୧୬୨ ଜଣ ସେବକଙ୍କର ଥର୍ମାଲ ସ୍କ୍ରନିଂ କରାଯାଇଥିଲା ।
ଏଥିରୁ ଜଣାପଡିଥିଲା ସମସ୍ତ ସେବକ ସୁସ୍ଥ ଅଛନ୍ତି । ଏଥି ସହିତ କୋଭିଡ-୧୯ ପରୀକ୍ଷା ପାଇଁ ସ୍ୱାବ କଲେକ୍ସନ ଆରମ୍ଭ ହୋଇ ଗତକାଲି ୫୫ ଜଣଙ୍କର ସ୍ୱାପ ନମୁନା ସଗ୍ରହ ହୋଇଥିବା ବେଳେ ଆଜି ୭୫ ଜଣଙ୍କର ସ୍ୱାବ ନମୁନା ସଂଗ୍ରହ ହୋଇଛି ।