No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ /୧୦ ମଇ ମଙ୍ଗଳବାର/କଳାହାଣ୍ଡି :- ନର୍ଲା ବିଧାୟକ ଭୁପିନ୍ଦର ସିଂଙ୍କ ନେତୃତ୍ବରେ ରବିବାର ସାପ୍ତାହିକ ବଜାର ଦିନ ନର୍ଲା ଠାରେ ଥଣ୍ଡା ପାଣି, ସରବତ ଓ ଲେମ୍ବୁପାଣି ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗତ କିଛି ଦିନ ହେଲା ପ୍ରଚଣ୍ଡ ଖରା ଯୋଗୁଁ ତାପମାତ୍ରା ୪୨ ଡିଗ୍ରୀ ଉପରେ ରହୁଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଥିପାଇଁ ବିଧାୟକ ଭୁପିନ୍ଦର ସିଂଙ୍କ ନିର୍ଦ୍ଦେଶକ୍ରମେ କିଛି ଦିନ ହେଲା ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ବିଭିନ୍ନ ସ୍ଥାନରେ ଲୋକଙ୍କୁ ଥଣ୍ଡା ପାଣି ସହିତ ସରବତ ଓ ଲେମ୍ବୁପାଣି ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି । ଗତ ସୋମବାର ବାଲିପଡା ବଜାର ଦିନ ବାଲିପଡା ଠାରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ନର୍ଲା କାର୍ଯ୍ୟକ୍ରମରେ ବିଧାୟକ ଉପସ୍ଥିତ ରହି ଲୋକଙ୍କୁ ପାଣି ଓ ସରବତ ଦେଇଥିଲେ ।
ବ୍ଲକ ସଭାପତି ପରେଶ୍ ପଧାନ, ସଂପାଦକ ଭୋପାଳ ନାଗ, ବ୍ଲକ ଯୁବ ସଭାପତି ତଥା ଜିଲ୍ଲା ପରିଷଦ ସଭ୍ୟ ହରିଶଙ୍କର ମାଝୀ, ନମ୍ରତା ସାହୁ , ଲିଲି ଦୀପ, ନର୍ଲା ସରପଂଚ ତନୁଜା ହରପାଲ,ଅଭୟ ଚାନ୍ଦ, ନର୍ଲା ପଞ୍ଚାୟତ ସଭାପତି କିଶୋର ମାଝୀ,ହମେଶ ଜୈନ, ପୂର୍ଣ୍ଣଚନ୍ଦ୍ର ପୂଝାରୀ, ସୁମନ୍ତ ପୂଝାରୀ,ପଙ୍କଜିନି ନାଏକ, ରାଜୀବ ସାହୁ, ଚକ୍ରଧର ଗଉଡ,କୁଲୁ ଚାନ୍ଦ ପ୍ରମୁଖ ସହଯୋଗ କରିଥିଲେ । ପରେ ବିଧାୟକ ସ୍ଥାନୀୟ ଲୋକଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ ରାଣିବନ୍ଧ ପୋଖରୀ ପୁନରୁଦ୍ଧାର କାର୍ଯ୍ୟ ପରିଦର୍ଶନ କରିଥିଲେ । ସ୍ଥାନୀୟ ଯୁବକ ମାନେ ନର୍ଲାରେ ଆରମ୍ଭ ହେବାକୁ ଥିବା କଲ୍ୟାଣ ମଣ୍ଡପ ପାଇଁ ସ୍ଥିର କରାଯାଇଥିବା ସ୍ଥାନ ପରିବର୍ତ୍ତନ କରି ନର୍ଲା ନିକଟରେ ରାସ୍ତା କଡ଼ରେ ଥିବା ଦେଢ଼ ଏକର ଜମିର ସ୍କେଚ୍ ପ୍ରଦାନ କରିଥିଲେ । ଏହି ପ୍ରସ୍ତାବ ଉପରେ ସନ୍ତୁଷ୍ଟ ହେବା ସହ ଏନେଇ ବିଡ଼ିଓଙ୍କୁ ନିର୍ଦ୍ଦେଶ ଦେବେ ବୋଲି ବିଧାୟକ ପ୍ରକାଶ କରିଥିଲେ ।
No Result
View All Result