No Result
View All Result
୧୦ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ଏହା ଉତ୍ତରପଶ୍ଚିମ ପ୍ରାନ୍ତକୁ ଗତିଶୀଳ ହୋଇ ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ଉପକୂଳବର୍ତ୍ତୀ ପଶ୍ଚିମ-କେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତରପଶ୍ଚିମ ବଙ୍ଗୋପସାଗରେ ପହଞ୍ଚିପାରେ ।
ଓଡ଼ିଶା ତାଜା ନ୍ୟୁଜ୍ /୦୯ ମଇ ସୋମବାର/ଭୁବନେଶ୍ୱର :- ଦକ୍ଷିଣପୂର୍ବ ବଙ୍ଗୋପସାଗର ଉପରେ ଥିବା ଗଭୀର ଅବପାତ ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୧୬ କିଲୋମିଟର ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବା ପରେ ତୀବ୍ରତର ହୋଇ ସାମୁଦ୍ରିକ ବାତ୍ୟା ‘ଆସାନୀ’ ପାଲଟିଯାଇଥିବା କଥା ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି । ଆଜି ଭୋର୍ ୫.୩୦ ବେଳକୁ ‘ଅସାନୀ’ ଉତ୍ତରକୁ ୧୧.୨୦ ଡିଗ୍ରି ଅକ୍ଷାଂଶ ଏବଂ ପୂର୍ବକୁ ୮୯.୩ ଡିଗ୍ରି ଦ୍ରାଘିମା ନିକଟବର୍ତ୍ତୀ ଦକ୍ଷିଣପୂର୍ବ ବଙ୍ଗୋପସାଗର ଉପରେ କେନ୍ଦ୍ରୀଭୂତ ହୋଇଥିଲା ।
ସ୍ଥଳଭାଗରୁ ହିସାବ କଲେ, ସେତେବେଳେ ‘ଆସାନୀ’ କାର୍ ନିକୋବର୍ଠାରୁ (ନିକୋବର ଦ୍ବିୀପପୁଞ୍ଜ) ପଶ୍ଚିମ-ଉତ୍ତରପଶ୍ଚିମକୁ ପ୍ରାୟ ୪୫୦ କିଲୋମିଟର, ପୋର୍ଟ ବ୍ଲେୟାର୍ଠାରୁ (ଆଣ୍ଡାମାନ ଦ୍ବୀପପୁଞ୍ଜ) ପ୍ରାୟ ୩୮୦ କିଲୋମିଟର୍ ପଶ୍ଚିମକୁ, ବିଶାଖାପାଟଣାଠାରୁ (ଆନ୍ଧ୍ରପ୍ରଦେଶ) ପ୍ରାୟ ୯୭୦ କିଲୋମିଟର ଦକ୍ଷିଣପୂର୍ବକୁ ଏବଂ ପୁରୀଠାରୁ (ଓଡ଼ିଶା) ପ୍ରାୟ ୧୦୩୦ କିଲୋମିଟର୍ ଦକ୍ଷିଣ-ଦକ୍ଷିଣପୂର୍ବକୁ କେନ୍ଦ୍ରୀଭୂତ ହୋଇଥିଲା ।
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ‘ଆସାନୀ’ ଉତ୍ତରପଶ୍ଚିମ ପ୍ରାନ୍ତକୁ ଗତିଶୀଳ ହେବା ସହ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଆହୁରି ଭୀଷଣ ସାମୁଦ୍ରିକ ବାତ୍ୟା ପାଲଟିବାର ଯଥେଷ୍ଟ ସମ୍ଭାବନା ଅଛି । ୧୦ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ଏହା ଉତ୍ତରପଶ୍ଚିମ ପ୍ରାନ୍ତକୁ ଗତିଶୀଳ ହୋଇ ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ଉପକୂଳବର୍ତ୍ତୀ ପଶ୍ଚିମ-କେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତରପଶ୍ଚିମ ବଙ୍ଗୋପସାଗରେ ପହଞ୍ଚିପାରେ । ଏହାପରେ,‘ଆସାନୀ’ ଉତ୍ତର-ଉତ୍ତରପୂର୍ବ ପ୍ରାନ୍ତକୁ ମୋଡ଼ ବଦଳାଇ ଓଡ଼ିଶା ଉପକୂଳ ଅନ୍ତର୍ଗତ ଉତ୍ତରପଶ୍ଚିମ ବଙ୍ଗୋପସାଗର ଆଡ଼କୁ ମୁହାଁଇବ ।
No Result
View All Result