୧୮ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ବାଙ୍କୀ ମହୋତ୍ସବର ଆଜି ଶୁକ୍ରବାର ଦ୍ୱିତୀୟ ସନ୍ଧ୍ୟା ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ସଂସଦ ଡକ୍ଟର ପ୍ରସନ୍ନ କୁମାର ପାଟ୍ଟଶାଣୀ ମୁଖ୍ୟଅତିଥି ଭାବରେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି କହିଲେଯେ ବାଙ୍କୀରେ ଏଭଳି ଲୋକ ଉତ୍ସବର ଆୟୋଜନ ଏ ଅଞ୍ଚଳର କଳା, ସାଂସ୍କୃତିକ ପରମ୍ପରାର ପ୍ରଚାର ଓ ପ୍ରସାର ଦିଗରେ ତଥା ବାଙ୍କୀ ଅଞ୍ଚଳର ଗୌରବମୟ ଐତିହକୁ ଲୋକମାନସରେ ଉଦ୍ଜିପିତ କରାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ମୁଖ୍ୟବକ୍ତା ଭାବେ ଗବେଷକ ଶ୍ରୀ ଜଗନ୍ନାଥ ସଂସ୍କୃତି ଡକ୍ଟର କୃଷ୍ଣକେଶବ ଷଡଙ୍ଗୀ ଯୋଗଦେଇ ରାଜ୍ୟ ତଥା ଦେଶର ସାଂସ୍କୃତିକ , ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ଯେଉଁ ବୈପ୍ଳବୀକ ପରିବର୍ତ୍ତନ ଘଟିଛି ସେଥିରେ ବାଙ୍କୀ ଅଞ୍ଚଳର ସୁଯୋଗ୍ୟ ସନ୍ତାନ ପଣ୍ଡିତ ଗୋବିନ୍ଦ ରଥ, ନୀଳମଣି ବିଦ୍ୟାରତ୍ନ ପ୍ରମୁଖଙ୍କ ଅବଦାନ ଅବିସ୍ମରଣୀୟ ବୋଲି କହିଥିଲେ ।
ସମ୍ମାନିତ ଅତିଥି ଭାବେ ବାଙ୍କୀ ଏନ୍.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀ ସଂପଦ କୁମାର ସ୍ୱାଇଁ ଯୋଗଦେଇ ଉଦ୍ବୋଧନ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ବାଙ୍କୀ ବିଧାୟକ ତଥା ମହୋତ୍ସବ କାର୍ଯ୍ୟକାରୀ ସଭାପତି ଦେବୀରଞ୍ଜନ ତ୍ରିପାଠୀ ଯୋଗଦେଇ ଏବେବି ରାଣୀଶୁକଦେଈଙ୍କ ବୀରତ୍ୱ ଆମ ଯୁବପିଢୀଙ୍କ ପାଇଁ ପ୍ରେରଣାର ଉତ୍ସହୋଇ ରହିବ ବୋଲି କହିଥିଲେ ଏବଂ ବାଙ୍କୀ ମହୋତ୍ସବର ସଫଳତା ପାଇଁ ବାଙ୍କୀବାସୀଙ୍କୁ ଅଭିନନ୍ଦନ ଜଣାଇଥିଲେ । ବାଙ୍କୀକୁ ଆଗେଇ ନେବାରେ ବାଙ୍କୀ ମହୋତ୍ସବ ଉଦ୍ୟମ ଜାରି ରଖିଛି । ବାଙ୍କୀର ସମୃଦ୍ଧି ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ । କଳା,ସାହିତ୍ୟ ଓ ସଂସ୍କୃତି ପରିଷଦ ପକ୍ଷରୁ ଆବାହନି ସଂଗୀତ ଗାନ କରାଯାଇଥିଲା ।
ମହୋତ୍ସବ ସମ୍ପାଦକ ଡକ୍ଟର ଗଣେଶ୍ୱର ସ୍ୱାଇଁ ସ୍ୱାଗତ ଭାଷଣ ଦେଇ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ । ଉପନଗରପାଳ ସନ୍ତୋଷ କୁମାର ରଣା ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ମହୋତ୍ସବ ପ୍ରତିଷ୍ଠାତା ସଭାପତି ପ୍ରଭାତ କୁମାର ତ୍ରିପାଠୀ ଆଜିର ଏହି ଉତ୍ସବରେ ଅଧ୍ୟକ୍ଷତା କରି କହିଲେ ଯେ ପବିତ୍ର କୁମାର ଉତ୍ସବ ଓ କୁମାର ପୂର୍ଣ୍ଣମା ଅବସରରେ ବାଙ୍କୀ ମହୋତ୍ସବ ୨୫ବର୍ଷରେ ପଦାର୍ପଣ କରିଛି । ବାଙ୍କୀ ବାସୀଙ୍କର ଅକୁଣ୍ଠ ସମର୍ଥନ ଏହି ଉତ୍ସବକୁ ଗଣଉତ୍ସବରେ ପରିଣତ କରିଛି । କ୍ରୀଡାକ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା କ୍ରୀଡାବିତ୍ ଓ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ମହୋତ୍ସବ ଉପସଭାପତି ଭାଗୀରଥି ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।