, odishatazanews.com, whatsApp – 9938341180, ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com
ହିଞ୍ଜିଳିକାଟୁ ,ରିପୋର୍ଟ ,ଶେଷଦେବ ସାହୁ (ଓଡିଶା ତାଜା ନ୍ୟୁଜ୍ ) ୧୪ ମଇ, ଗୁରୁବାର : – ସଂପ୍ରତି କରୋନା ଭୁତାଣୁ ସଂକ୍ରମଣ ମୁକାବିଲା ପାଇଁ ଗୋଟିଏ ପରେ ଗୋଟିଏ ନିୟମ ଲାଗୁ କରି ସମଗ୍ର ରାଜ୍ୟରେ ଚର୍ଚ୍ଚାର ପରିସରକୁ ଆସିଥିବା ଗଞ୍ଜାମ ଜିଲ୍ଲା ପ୍ରଶାସନ ବୁଧବାର ଠାରୁ ପୁଣି ଏକ ନୂତନ ନିୟମ ଜାରୀ କରିଛି । ଜିଲ୍ଲାରେ କରୋନା ଭୁତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଗୁରୁବାର ସୁଦ୍ଧା ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କସଂଖ୍ୟା ୨୫୨ରେ ପଂହଚି ଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି । ତେବେ ସମସ୍ତ କରୋନା ଆକ୍ରାନ୍ତ ସଙ୍ଗରୋଧ କେନ୍ଦ୍ରରେ ରହିଥିବାରୁ ଗଞ୍ଜାମବାସୀ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି ।
ଏଥି ସହ ସାମାଜିକ ଦୂରତ୍ୱ ରକ୍ଷା କରିବା ଓ ଘରୁ ବାହାରକୁ ବାହାରିବା ସମୟରେ ମାସ୍କ ବ୍ୟବହାର କରିବା ଉପରେ ଗୁରୁତ୍ୱ ପ୍ରୟଦାନ କରାଯାଇଛି । ବୁଧବାର ଠାରୁ ବ୍ୟବସାୟିକ ପ୍ରତିଷ୍ଠାନ ମାନଙ୍କ ସକାଶେ ନୁଆଁ ନିୟମ ଲାଗୁ କରିଛନ୍ତି ଜିଲ୍ଲାପାଳ କୁଲାଙ୍ଗେ । ଏହାର ଖିଲାପ କଲେ ୧ ହଜାର ଟଙ୍କା ଜୋରିମାନା ସହ ସଂପୃକ୍ତ ବ୍ୟବସାୟିକ ପ୍ରତିଷ୍ଠାନ ସିଲ୍ କରାଯିବ ବୋଲି ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଜିଲ୍ଲାପାଳ । ନୂତନ ନିୟମ ମୁତାବକ ଗୁରୁବାର ଠାରୁ ହିଞ୍ଜିଳିକାଟୁ ପୌର ପ୍ରଶାସନ ପକ୍ଷରୁ ପୌରାଂଚଳର ଏ ନେଇ ଦୋକାନୀ ମାଲିକ ମାନଙ୍କୁ ସଚେତନ କରିଥିଲେ ।
ପ୍ରତ୍ୟେକ ବ୍ୟବସାୟିକ ପ୍ରତିଷ୍ଠାନ ମାସ୍କ ନାହିଁ ତ ଜିନିଷ ନାହିଁ ବୋର୍ଡ଼ ଟଙ୍ଗାଇବାକୁ କହିବା ସହ ସାମଗ୍ରୀ ବିକ୍ରି ସମୟରେ ଗ୍ରାହକଙ୍କ ଠିକଣା ଓ ମୋବାଇଲ ନମ୍ବର ଲିପିବଦ୍ଧ କରିବା, ଦୋକାନ ସମ୍ମୁଖରେ ଅନ୍ତତଃ ୨ମିଟର ବ୍ୟବଧାନରେ ଗୋଲାକାର ଚିହ୍ନ କରିବା ସହ ଆବୃତ ଚିହ୍ନ ମଧ୍ୟରେ ଗ୍ରାହକ ମାନେ ଯେପରି ସାମାଜିକ ଦୂରତ୍ୱ ରକ୍ଷା କରିବେ, ଗ୍ରାହକଙ୍କ ସକାଶେ ସାନିଟାଇଜର ରଖିବା ଏବଂ ଦୋକାନୀ ମାଳଇକ ଓ କର୍ମଚାରୀ ମାସ୍କ ଓ ଗ୍ଲୋବ୍ସ ବ୍ରବହାର କରିବା ନେଇ ସଚେତନ କରିଥିଲେ । ଏଥିରେ ଖିଲାପ କଲେ ୧ ହଜାର ଟଙ୍କା ଜୋରିମାନା ସହ ଦୋକାନ ସିଲ୍ କରାଯିବ ବୋଲି କହିଥିଲେ । ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଞ୍ଜନ ସାହୁଙ୍କ ତତ୍ୱାବଧାନରେ କର୍ମଚାରୀ ଅଶ୍ୱିନି ନାୟକ, କୌଳାସ ଶାବତ, ଲାଲମୋହନ ସେଠି, ବିବେକାନ୍ଦ ମହାପାତ୍ର, କିରଣ ନାହାକ, ଭାସ୍କର ସାହୁ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଫଟୋ- ପୌର କର୍ମଚାରୀ ଦୋକାନୀ ମାଲିକଙ୍କୁ ସଚେତନ କରୁଛନ୍ତି