No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ /୦୭ ମଇ ଶନିବାର / କଳାହାଣ୍ଡି :- ଗତ ବର୍ଷ ନିଅଣ୍ଟିଆ ବୃଷ୍ଟିପାତ ଯୋଗୁଁ ନର୍ଲା ବ୍ଳକ ଅଧିନ ବିଭିନ୍ନ ଗ୍ରାମରେ ଜଳ ସଙ୍କଟ ଦେଖାଦେଇ ଥିବା ବେଳେ ନଈ, ନାଳ, କୂଅ ପୋଖରୀ ସବୁ ଶୁଖି ଯାଇଥିବା ଯୋଗୁଁ ଓ ଅନେକ ଗ୍ରାମର ବସୁଧା ଯୋଜନା କାର୍ଯ୍ଯକ୍ଷମ ହୋଇନଥିବାରୁ ପାନୀୟ ଜଳ ପାଇଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ନଳକୂପ ମାନଙ୍କରୁ ମଧ୍ୟ ପର୍ଯ୍ୟାପ୍ତ ପରିମାଣରେ ପାଣି ମିଲୁନଥିବାରୁ ଲୋକ ମାନଙ୍କ ସମସ୍ୟା କହିଲେ ନ ସରେ ।
ଏଣୁ ନର୍ଲା ବ୍ଲକ୍ ଅଧିନ ଆର୍. ଡବ୍ଲ୍ୟୁ. ଏସ୍. ଏସ୍ ବିଭାଗ ତରଫରୁ କନିଷ୍ଠ ଯନ୍ତ୍ରୀ ସୁରେନ୍ଦ୍ର ସୂନାନୀଙ୍କ ନେତୃତ୍ଵରେ ଶାନ୍ତପୁର, ଘୋଡାବନ୍ଧ ଓ ଗିଗିନା ଗ୍ରାମ ପଞ୍ଚାୟତ ଅଧିନ ଗୋହିରାପଦର, ଯୋଡାବନ୍ଧ ଓ ଶ୍ରୀପୁର (ନାଏକପଡ଼ା) ଗ୍ରାମକୁ ଟ୍ରାକ୍ଟର୍ ଟେଙ୍କର୍ ସାହାଯ୍ୟରେ ପାନୀୟ ଜଳଯୋଗାଣ ହେଉଥିବା ଦେଖିବାକୁ ମିଳିଛି ।
No Result
View All Result