odishatazanews.com, whatsApp – 9938341180, ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com
କଟକ ଜ଼ିଲ୍ଲା , ରିପୋର୍ଟ /ଲଷ୍ମୀଧର ଖୁଣ୍ଟିଆ (ଓଡିଶା ତାଜା ନ୍ୟୁଜ୍ )୧୪ ମଇ, ଗୁରୁବାର :- ଜମିବାଡ଼ି କୁ କେନ୍ଦ୍ରକରି କଟକ ଜ଼ିଲ୍ଲା ଆଠଗଡ ଥାନା ଅଂଚଳରେ ବଡ଼ ପୁଅ କତୁରୀ ଆକ୍ରମଣରେ ମା ବାପା ଗୁରୁତର ହୋଇ ମେଡିକାଲ ରେ ଭର୍ତ୍ତି ହେବା ଘଟଣା ସମସ୍ତଙ୍କୁ ଚକିତ କରିଚି, ନିଜ ବାପା ମା ର ଜନ୍ମିତ ପୁତ୍ର ର ଏଭଳି କାଣ୍ଡକୁ ଭିଆଇବା ଘଟଣାକୁ ସାଧାରଣରେ ଅସନ୍ତୋଷ ପାଇଛି, ଏହି ଥାନା ଅନ୍ତର୍ଗତ ଇଛାପୁର ପଞ୍ଚାୟତ ଇଛାପୁର ଗ୍ରାମରେ ଜାଗାବାଡି କୁ କେନ୍ଦ୍ର କରି ବଡପୁଅ କଟୁରିରେ ବାପା ମା କୁ ହାଣି ଫେରାର ହୋଇଯାଇଛି, ।
ଗୁରୁତର ଆହାତ ବାପା ଯୋଗୀନାଥ ସାହୁ ମା ସଜନୀ ସାହୁ ଗୁରୁତର ଆହାତ ହୋଇ କଟକ ମେଡିକାଲରେ ଭର୍ତ୍ତି ହେଇଛନ୍ତି, ପୁଅ ମାୟାଧର ସାହୁ ହାଣି ଘଟଣା ସ୍ତଲରୁ ଫେରାର । ଘଟଣା ସ୍ଥଳରେ ପୋଲିସ ପହଂଚି ଘଟଣାର ର ତଦନ୍ତ ଜାରି ରଖିଛି । ଘଟଣାରୁ ପ୍ରକାଶ ଯେ ଦୀର୍ଘଦିନ ଧରି ବାପ ପୁଅଙ୍କ କଳିଝଗଡା ଲାଗୁଥିଲା ଜମିବାଡି କୁ କେନ୍ଦ୍ରକରି । ତେବେ ବାରମ୍ବାର ପୋଲିସ ବୁଝାସୁଝା କରିବା ସହିତ ଗ୍ରାମ ସଭାରେ ସଭା କରାଯାଇ ସମାଧାନ କରିବା ପାଇଁ ଉଦ୍ଯମ କରାମାଇଥିବା ବେଳେ କୈଣସି ସୁଫଳ ମିଳିନଥିଲା ।
ତେବେ ଆଜି ସକାଳ ୮ ଟା ସମୟରେ ବଡ ପୁଅ ମାୟାଧର ବାପା ଯୋଗୀନାଥ ସାହୁ ଓ ମା ସଜନୀ ସାହୁ କୁ ଏକ ଧାରୁଆ କଟୁରୀରେ ହାଣିବାରୁ ମାର ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ବାପାର କାନ୍ଧକୁ ହାଣିବା ଫଳରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଘରର ଦାଣ୍ଡପଟେ ପଡିଥିବା ବେଳେ ଗ୍ରାମବାସୀ ଉଦ୍ଧାର କରି ଆନଗଡ ଡାକ୍ତରଖାନା କୁ ଆଣିଥିଲେ । ତେବେ ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଡାକ୍ତର କଟକ ବଡ ଡାକ୍ତରଖାନା କୁ ରେଫର କରିଛନ୍ତି । ଏବେ ମା ସଜନୀ ର ଅବସ୍ଥା ସଂଙ୍କଟାପର୍ଣ ରହିଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।