ଓଡ଼ିଶା ତାଜା ନ୍ୟୁଜ୍ /୦୪ ମଇ ବୁଧବାର/ ପୁରୀ :- ରଥ ଚକ ତିଆରୁଛନ୍ତ୍ର ନିର୍ମାଣକାରୀ । ସମ୍ମୁଖ ରଥଖଳାରେ ଆରମ୍ଭ ହୋଇଛି ରଥ ନିର୍ମାଣ । ଚକର ମଝି ଅଂଶ ତୁମ୍ବ । ବୁଧବାର ରଥ ତ୍ରୟର ନାହାକା ତୁମ୍ବ କାମ ଆରମ୍ଭ ହୋଇଛି । ଫାସୀ କାଠକୁ ସାଇକ କରି କାଟି କରତୀ ସେବକ ଯୋଗାଇଥିଲେ ବିଶ୍ୱକର୍ମାଙ୍କୁ ଓ ମାପ ଅନୁସାରେ ବିଶ୍ୱକର୍ମା ବାରିସିରେ କାଟି ତୁମ୍ବ ତିଆରୁଛନ୍ତି । ଶାଢ଼ୀବନ୍ଧା ନିର୍ମାଣକାରୀମାନେ ହିଁ ରଥ ନିର୍ମାଣରେ ଯୋଗ ଦେଇଛନ୍ତି ।

ଏପଟେ ଦୋଳବେଦିରେ ଶାଳ ଅନୁକୂଳ କରି କମାର ସେବକମାନେ କଣ୍ଟା ତିଆରି ଆରମ୍ଭ କରିଛନ୍ତି । ନାହାକା ତୁମ୍ବ ଉପରେ ରଥର ସମସ୍ତ ଭାର । ନନ୍ଦିଘୋଷ ଓ ତାଳଧ୍ଵଜ ରଥ ତୁମ୍ବ ଲମ୍ବ ୨ଫୁଟ ୮ଇଞ୍ଚ ରହୁଥିବା ସ୍ଥଳେ ଦେବୀ ରଥ ତୁମ୍ବ ଲମ୍ବ ୩ଟ ପ୍ରଥମେ କୁଆଉଁରେ ରାଉଣ୍ଡ କରି ଦାଗ ଦିଆଗଲା । କାଠ ଗଣ୍ଡିର ବଳକା ଅଂଶକୁ ବାରିସିରେ କାଟୁଛନ୍ତି ବିଶ୍ବକର୍ମା ।

ନାହାକା ଚକଠାରୁ କ୍ରମାନ୍ଵୟରେ ଚକ ଆକାର କମିବ । ତାଳଧ୍ଵଳର ଦୁଇଟି ନାହାକା ଚକ ରହିଥିବା କହିଛନ୍ତି ତାଳଧ୍ଵଜ ରଥର ମୁଖ୍ୟ ବିଶ୍ୱକର୍ମା ନରସିଂହ ମହାପାତ୍ର । କରତି ସେବକମାନେ ତିନି ରଥ ପାଇଁ ତିନୋଟି ଲେଖା ତୁମ୍ବ କାଠ କାଟି ବିଶ୍ଵକର୍ମାଙ୍କୁ ଯୋଗାଇଛନ୍ତି । ତୁମ୍ବରେ ବିନ୍ଧ ହୋଇ ଅର ଭୁଞ୍ଚିଲା ପରେ ସେଥିରେ ପହି ଲାଗି ହୋଇ ଚକ ପ୍ରସ୍ତୁତ ହେବ ।

ଏପଟେ କମାର ସେବକମାନେ ଦୋଳବେଦିରେ ୩ ରଥ ପାଇଁ ଅଲଗା ଶାଳ ତିଆରି କଣ୍ଟା ଅନୁକୂଳ କରିଛନ୍ତି । ପ୍ରଥମେ ମହାପ୍ରସାଦ, ଶ୍ରୀଫଳ ଅଦି ଦେଇ ଅଗ୍ନିପୂଜା କରାଯାଇଥିଲା । ଅର କଷ୍ଟ ତିଆରି ଆରମ୍ଭ ହୋଇଛି । ଚକ ତିଅରିରେ ଏହି କଣ୍ଟା ଲାଗିବ ।