odishatazanews.com, whatsApp – 9938341180, ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com
ହିଞ୍ଜିଳିକାଟୁ ,ରିପୋର୍ଟ ,ଶେଷଦେବ ସାହୁ (ଓଡିଶା ତାଜା ନ୍ୟୁଜ୍ )ଲୁଚାଛପାରେ ଚାଲିଛି ଗୁଟ୍ଖା ବେପାର,୧୩ ମଇ, ବୁଧବାର : – ସାରା ବିଶ୍ୱରେ ମହାମାରୀ କରୋନା ଭୁତାଣୁ ସଂକ୍ରମଣ କାୟା ବିସ୍ତାର କରିବାରେ ଲାଗିଛି । ଏହାକୁ ରୋକିବାକୁ ସରକାର ଗୁଟ୍ଖା ବେପାରକୁ ନେଇ ସରକାର କଟକଣା ଜାରୀ କରିଛନ୍ତି । ହେଲେ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ପୌରାଂଚଳ ସମେତ ନିକଟବର୍ତି ଗ୍ରାମାଂଚଳରେ ବହୁଳ ବିକ୍ରିବଟା ଚାଲିଛି । ପୂର୍ବରୁ ଗୁଟ୍ଖା ଓ ବିଭିନ୍ନ ପାନମସଲା ସମେତ ବିଭିନ୍ନ କମ୍ପାନୀର ଖଇନି ବେଧଡ଼କ ଭାବେ ଖୁଲୁମଖୁଲା ବିକ୍ରି କରାଯାଉଥିବା ବେଳେ ବର୍ତମାନ ସମୟରେ ଲୁଚାଛପାରେ ବିକ୍ରି କରାଯାଉଛି ।
ତାହା ବି ପୁଣି ୩ଗୁଣା ଅଧିକ ଦରରେ । କିଛି ଦିନ ପୂର୍ବେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସହରରେ ପୁଲିସ, ଅବକାରୀ ଓ ଏନଫୋର୍ସମେଂଟ ଟିମ୍ ମିଳିତ ଚଢାଉ କରି କୋଟି କୋଟି ଟଙ୍କାର ଗୁଟ୍ଖା, ପାନମସଲା ଜବତ କରିଥିଲେ । ଗୁଟ୍ଖା ଜବତ ପରେ ଗୁଟଖା ଓ ପାନମସଲା ଖାଉଥିବା ଲୋକଙ୍କ ମନରେ ଭାଣେଳି ପଡ଼ିଥିଲା । ଆଉ ବଜାରରେ ମିଳିବ କି ନାହିଁ ? ହେଲେ ଲୋକଙ୍କ ଆଶଙ୍କା ଭୁଲ ପ୍ରମାଣିତ ହୋଇଥିଲା ।
ପୂର୍ବରୁ ଯେପରି ଭାବେ ଗୁଟ୍ଖା, ପାନମସଲା ମିଳୁଥିଲା ବର୍ତମାନ ମଧ୍ୟ ସେଭଳି ଭାବରେ ଗୁଟ୍ଖା, ପାନମସଲା ମିଳୁଛି । ତଫାତ୍ ଏତିକି ଯେ, ପୂର୍ବରୁ ଦୋକାନ ବଜାର ଖୋଲା ରହୁଥିବା ବେଳେ ଯେତେବେଳେ ଚାହିଁଲେ ମିଳୁଥିଲା । କିନ୍ତୁ ବର୍ତମାନ ନିର୍ଦ୍ଧିଷ୍ଟ କିଛି ସମୟ ପାଇଁ ବିକ୍ରି ହେଉଛି । ଗ୍ରାହକ ମାନେ ବି ସେହି ସମୟକୁ ଚାତକ ପରି ଚାହିଁ ରହିଥାନ୍ତି । ହେଲେ ଦର ଅଧିକା । ତାହା ବି ପୁଣି ପୂର୍ବ ଦର ଠାରୁ ପ୍ରାୟ ୩ ଗୁଣା ଅଧିକ । ୩ଟଙ୍କାରେ ବିକ୍ରି ହେଉଥିବା ସଫଲ ଗୁଟଖା ୮ ଟଙ୍କା, ୫ଟଙ୍କାରେ ବିକ୍ରି ହେଉଥିବା ଭିମଲ୍ ଗୁଟଖା ୧୨ ଟଙ୍କା, ୫ ଟଙ୍କାର ସଫଲ ୧୫ ଟଙ୍କା, ୫ଟଙ୍କାର ବାହାର ୧୩ ଟଙ୍କା, ଶିବାଜୀ ପାନମସଲା ପୂର୍ବରୁ ୫ ଟଙ୍କାରେ ୪ଟି ବିକ୍ରି ହେଉଥିବା ବେଳେ ବର୍ତମାନ୧୦ଟଙ୍କାରେ ୩ଟି ବିକ୍ରି ହେଉଛି ।
ଲକଡ଼ାଉନ ଯୋଗୁଁ ଚାହା ଓ ପାନ ଦୋକାନ ବନ୍ଦ ରହିଥିବା ବେଳେ ବର୍ତମାନ ସମୟରେ ବହୁ ଚାହା ବ୍ୟବସାୟୀ ଫ୍ଲାସ୍ ସାହାର୍ଯ୍ୟରେ ସାଇକେଲ ଧରି ବୁଲି ବୁଲି ଚାହା ବିକ୍ରି କରୁଛନ୍ତି । ଅନ୍ୟପଟେ କିଛି ଗୁଟ୍ଖା, ପାନମସଲା ଓ ସିଗାରେଟ୍ ଲୁଚାଇ ରଖି ବିକ୍ରି କରୁଥିବାର ଦେଖିବାକୁ ମିଳୁଛି । ତାହା ବି ପୁଣି ସମସ୍ତଙ୍କୁ ନୁହେଁ ପରିଚିତ ଲୋକଙ୍କୁ ହିଁ ବିକ୍ରି କରାଯାଉଛି । ଏ ନେଇ ଜଣେ ଗୁଟଖା ବ୍ୟବସାୟୀଙ୍କୁ ପଚାରିବାରୁ ସେ କହିଲେ ବର୍ତମାନ ସମୟରେ ଗୁଟଖା ମିଳିବା କଷ୍ଟକର । ଲୁଛାପାରେ ହୋଲ୍ସେଲ ବ୍ୟବସାୟୀ ମାନେ ଚଢା ଦରରେ ବିକ୍ରି କରୁଥିବାରୁ ଆମ୍ଭେ କିଛି ଲାଭ ରଖି ତାହାକୁ ବିକ୍ରି କରୁଛୁ ।
ଅନ୍ୟପକ୍ଷରେ ଗୁଟଖା ଓ ପାନମସଲା ଖାଉଥିବା ଜଣେ ବ୍ୟକ୍ତିଙ୍କୁ ପଚାରିବାରୁ ସେ କହିଲେ ଅଭ୍ୟାସରେ ପରିଣତ ହୋଇଯାଇଛି, ନଖାଇଲେ ବିରକ୍ତି ଭାବ ପ୍ରକାଶ ପାଉଛି । ଦୈନ୍ଖଳ ୨୦ଟି ଖାଇବା ପରିବର୍ତେ ବର୍ତମାନ ୧୦ଟିରେ କାମ ଚଳାଇବାକୁ ପଡ଼ୁଛି । ଅନ୍ୟପକ୍ଷରେ ପାନ ଦୋକାନ ଗୁଡ଼ିକ ସମ୍ପୁର୍ଣ୍ଣ ବନ୍ଦ ରହିଥିବା ଯୋଗୁଁ ପାନଖିଆ ଲୋକଙ୍କ ପାଟିକୁ ଲକଡ଼ାଉନରେ ଲକ କରିବାକୁ ପଡ଼ୁଛି । ତେବେ କିଛି ପାନଖିଆ ବ୍ୟକ୍ତି ବିଶେଷ ଲକଡ଼ାଉନ ପୂୂର୍ବରୁ ପାନ ପାଇଁ ଆବଶ୍ୟକୀୟ ସାମଗ୍ରୀ ଘରେ ମହଜୁଦ ରଖି ପାନ ଭାଙ୍ଗି ପାନର ମଜା ନେଉଛନ୍ତି ।