No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ /୦୨ ମଇ ସୋମବାର / ବରଗଡ଼ :– ବରଗଡ଼ ଜିଲ୍ଲା ବରଡୋଲ ସ୍ଥିତ ବିଶ୍ଵକର୍ମା ଗୃହ ନିର୍ମାଣ ଶ୍ରମିକ ସଂଘ ପକ୍ଷରୁ ଆଜି ଏସପି ଏବଂ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏବେ ବାଙ୍ଗଲାଦେଶୀ ଶ୍ରମିକ ମାନେ ଆସି କାର୍ଯ୍ୟ କରିବା ଯୋଗୁଁ ସ୍ଥାନୀୟ ଶ୍ରମିକମାନଙ୍କୁ କାମ ମିଳୁ ନାହିଁ ।
ଏହାର ପ୍ରତିବାଦରେ ଆଜି ବିଶ୍ବକର୍ମା ଗୃହ ନିର୍ମାଣ ଶ୍ରମିକ ସଂଘ ପକ୍ଷରୁ ହଜାର ହଜାର ଶ୍ରମିକ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ । ପରେ ଏସପି ଏବଂ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସଂଘ ସଭାପତି ସପନ ଦାଶ, ସମ୍ପାଦକ ବାଲାଶୁ ନାଟେସ ଏହାର ନେତୃତ୍ୱ ନେଇଥିଲେ ।

No Result
View All Result