odishatazanews.com, whatsApp – 9938341180, ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com

ନୟାଗଡ ଜିଲ୍ଲା ,ରିପୋର୍ଟ ,ରାମକୃଷ୍ଣ ରଥ (ଓଡିଶା ତାଜା ନ୍ୟୁଜ୍ ) ଯୋଗେନ୍ଦ୍ର ଖୁଣ୍ଟିଆଙ୍କ ପରଲୋକ ,୧୩ ମଇ, ବୁଧବାର : – ଗାନ୍ଧୀ ବେଶରେ ରାଜ୍ୟପାଳଙ୍କ ମନ ଜିଣିଥିବା ନୟାଗଡ଼ର ବିଶିଷ୍ଠ ଶ୍ରମିକ ନେତା ତଥା ନୟାଗଡ଼ ଚିନିକଳ ଆନ୍ଦୋଳନର ମୁଖ୍ୟ ପୁରୋଧା ଗାନ୍ଧିବାଦୀ ଯୋଗେନ୍ଦ୍ର ଖୁଣ୍ଟିଆଙ୍କ ପରଲୋକ ଏହି ମହାନ ବ୍ୟକ୍ତି ଙ୍କର ପରଲୋକ ରେ ତାଯା ନ୍ୟୁଜ ପରିବାର ତରଫରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ ନୟାଗଡ ଜିଲ୍ଲାର ବିଶିଷ୍ଟ ଶ୍ରମିକ ନେତା ଯୋଗେନ୍ଦ୍ର ଖୁଣ୍ଟିଆ ଆଉ ନାହାନ୍ତି ଜଣେ ସରଳ ତଥା ଅମାୟିକ ବ୍ୟକ୍ତି ଭାବେ ସମଗ୍ର ନୟାଗଡ ରେ ବେଶ ପରିଚିତ ଥିଲେ ।

ଭୁବନେଶ୍ୱର କେୟାର ହସ୍ପିଟାଲ ରେ 65 ବର୍ଷ ବୟସରେ ହୃଦଘାତ ଜନିତ ମୃତ୍ୟୁ ରେ ସମଗ୍ର ଜିଲ୍ଲାର ଶୋକ ର ଛାୟା ଖେଳି ଯାଇଥିବା ବେଳେ ରାଜ୍ୟମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ଅରୁଣ କୁମାର ସାହୁଙ୍କ ସମେତ ଶ୍ରମିକ ନେତା ଶ୍ରୀକାନ୍ତ ପଟ୍ଟନାୟକ । ବିଶ୍ୱନାଥ ମହାପାତ୍ର ଙ୍କ ସମେତ ବିଶିଷ୍ଟ ସମାଜସେବୀ ସନ୍ତୋଷ ପ୍ରଧାନ ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।













