No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ /୨୭ ଏପ୍ରିଲ ବୁଧବାର / କଳାହାଣ୍ଡି :- କଳାହାଣ୍ଡି ଜିଲ୍ଲା ନର୍ଲା ଥାନାରେ ଥାନାଧିକାରୀ ଭାବରେ ଓପିଏସ ସମ୍ବିତ କୁମାର ମାଝୀ ଦାୟିତ୍ଵ ନେଇଛନ୍ତି। ଶ୍ରୀ ମାଝୀ ଓପିଏସ ଉତ୍ତୀର୍ଣ୍ଣ ହେବା ପରେ ନୂତନ ଭାବେ ନର୍ଲା ଥାନାରେ ପ୍ରୋବେସନ ଅଫିସର ଭାବରେ ସେ ନିଯୁକ୍ତି ପାଇଛନ୍ତି। ନର୍ଲା ଥାନା ଅଞ୍ଚଳର ଆଇନ ଶୃଙ୍ଖଳା,ଚୋରା ମଦ କାରବାର,ଚୋରି,ଜୁଆ ଓ ସଟ୍ଟା କାରବାରକୁ ସଂପୂର୍ଣ୍ଣ ସୁଧାରିବା ପାଇଁ ଚେଷ୍ଟା କରିବେ ବୋଲି ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।
ଏଥିପାଇଁ ଅଞ୍ଚଳର ସାଧାରଣ ଲୋକଙ୍କ ସହଯୋଗ କାମନା କରିଛନ୍ତି। ତାଙ୍କ ନିଯୁକ୍ତି ପରେ ପରେ ଗତ ସୋମବାର ନର୍ଲା ଥାନା ଛତିକୁଡା ଛକରେ ଚଢ଼ାଉ କରି ଦୁଇଟି ଢାବାରୁ ବେଆଇନ ମଦ ଜବତ କରିଥିବା ଜଣାପଡିଛି। ବେପରୁଆ ଗାଡି ଚଳାଚଳ ଓ ଦୁର୍ଘଟଣା ନିୟନ୍ତ୍ରଣ ପାଇଁ ପ୍ରତି ଦିନ ଏମ୍ ଭି ଚେକିଙ୍ଗ୍ କଡାକଡି କରାଯିବା ଉପରେ ଗୁରୁତ୍ୱ ଦେବେ ବୋଲି ପ୍ରକାଶ କରିଛନ୍ତି ।

No Result
View All Result