ଓଡ଼ିଶା ତାଜା ନ୍ୟୁଜ୍ / ୨୭ ଏପ୍ରିଲ ବୁଧବାର / ବରଗଡ଼ :- ବରଗଡ଼ ଜିଲ୍ଲା କୃଷି କ୍ଷେତ୍ରରେ ସର୍ବୋତ୍ତମ ପ୍ରଦର୍ଶନ ଓ ଭିତ୍ତିଭୂମି ର ବିକାଶ କ୍ଷେତ୍ରରେ ଉନ୍ନତ ମାନର ପ୍ରଦର୍ଶନ ପାଇଁ ବରଗଡ଼ ଜିଲ୍ଲା ‘ଇଣ୍ଡିଆ ଟୁଡେ’ ପକ୍ଷରୁ ପୁରସ୍କୃତ ହେବ ବୋଲି ନିର୍ଦ୍ଦେଶକ ରାଜ ଚେଙ୍ଗପ୍ପା ସୂଚନା ଦେଇଛନ୍ତି । ନୂଆଦିଲ୍ଲୀ ରୁ ପ୍ରକାଶିତ ସର୍ବ ବହୁଳ ମ୍ୟାଗାଜିନ ‘ଇଣ୍ଡିଆ ଟୁଡେ’ ପକ୍ଷରୁ ବିଭିନ୍ନ ରାଜ୍ୟର ବିକାଶ ର ବିଭିନ୍ନ ସୂନକାଙ୍କ ସର୍ଭେ କରାଯାଇଥିଲା । ବିଗତ ୫ବର୍ଷର ଅର୍ଥନୀତି, ଭିତ୍ତିଭୂମି ସଂପ୍ରସାରଣ, ଶିକ୍ଷା, ସ୍ବାସ୍ଥ୍ୟ, କୃଷି, ଆଇନ ଶୃଙ୍ଖଳା, ସାମାଜିକ ନିରାପତ୍ତା, ନାରୀ ଶିକ୍ଷା, ଦକ୍ଷତା ବିକାଶ, ସ୍ବଚ୍ଛତା, ଡିଜିଟାଲ କଭରେଜ,ଉଦ୍ୟମିତତା, ଆଦି ସୂଚକା°କୁ ନେଇ ଓଡ଼ିଶା ରେ ସର୍ଭେ କରାଯାଇଥିଲା ।
ଏହି ତଥ୍ୟନୁଯାଇ ବରଗଡ଼ ଜିଲ୍ଲା କୃଷି କ୍ଷେତ୍ରରେ ସର୍ବୋତ୍ତମ ପ୍ରଦର୍ଶନ ପାଇଁ ଏବଂ ଭିତ୍ତିଭୂମି ର ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଆସନ୍ତା ଏପ୍ରିଲ ୨୯ ତାରିଖ ଭୁବନେଶ୍ୱରର ସ୍ଥିତ କିଟ୍ ବିଶ୍ୱବିଦ୍ୟାଳୟ ଅଡିଟୋରିୟମରେ ଅନୁଷ୍ଠିତ ହେବାକୁ ଥିବା ସ୍ବତନ୍ତ୍ର ଉତ୍ସବରେ ପୁରସ୍କୃତ କରାଯିବ । ବରଗଡ଼ ଜିଲ୍ଲାପାଳ ମନୀଷା ବାନାର୍ଜୀ ଉକ୍ତ ପୁରସ୍କାର ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କଠାରୁ ଗ୍ରହଣ କରିବେ ବୋଲି ‘ଇଣ୍ଡିଆ ଟୁଡେ’ର ନିର୍ଦ୍ଦେଶକ ରାଜ ଚେଙ୍ଗପ୍ପା ପତ୍ର ମାଧ୍ୟମରେ ଜଣାଇଛନ୍ତି ।